ସ୍ବାମୀଙ୍କ ଠାରୁ ଡିଭୋର୍ସ ନେବା ପରେ Boyfriend ଙ୍କ ସହ ରହୁଛନ୍ତି ଟିଭି ଅଭିନେତ୍ରୀ Jennifer Winget, ଯିଏ TV ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ହୀରୋ

ପ୍ରାୟତଃ ଆମେ ଅନେକ ଫିଲ୍ମ ଷ୍ଟାରଙ୍କ ଅସଫଳ ପ୍ରେମ କାହାଣୀ ବିଷୟରେ ଶୁଣିବାକୁ ପାଇଥାଉ । ଅଧିକାଂଶ କଳାକାରମାନେ ପ୍ରେମରେ ପଡନ୍ତି, ବିବାହ ବି କରନ୍ତି, କିନ୍ତୁ କୌଣସି ନା କୌଣସି କାରଣରୁ ସେମାନେ ଅଲଗା ହୋଇଯାନ୍ତି । କେବଳ ଫିଲ୍ମ ଇଣ୍ଡଷ୍ଟ୍ରି ନୁହେଁ ବରଂ ଟିଭି ଜଗତରେ ମଧ୍ୟ ଏଭଳି ହୋଇଥାଏ । ପ୍ରେମ କରି ଅନେକ କିଛି ସହିବାକୁ ପଡିଲେ ମଧ୍ୟ ସବୁ ଦୁଃଖ ଭୁଲି ଦିନେ ନା ଦିନେ ଆଗକୁ ବଢିବାକୁ ପଡେ । ଏପରି କିଛି ଟିଭିର ଲୋକପ୍ରିୟ ଅଭିନେତ୍ରୀ ଜେନିଫର ୱିଙ୍ଗେଟଙ୍କ ସହ ମଧ୍ୟ ହୋଇଥିଲା ।

ଜେନିଫର ଲୋକପ୍ରିୟ ଅଭିନେତା କରଣ ସିଂ ଗ୍ରୋଭରଙ୍କ ସହ କମ କରିବା ସମୟରେ ତାଙ୍କୁ ଭଲ ପାଇ ବିବାହ କରିଥିଲେ । କିନ୍ତୁ କରଣଙ୍କ ଧୋକା ଜେନିଫର ସହିପାରିଲେ ନାହିଁ, ଯାହାଫଳରେ ସେ ତାଙ୍କ ଠାରୁ ଛାଡପତ୍ର ନେଇ ଯାଇଥିଲେ । କିନ୍ତୁ ଏବେ ଶୁଣିବାକୁ ମିଳୁଛି କି ଜେନିଫର ନିଜ ବୟଫ୍ରେଣ୍ଡଙ୍କ ସଷ ଏକାଠି ରହୁଛନ୍ତି । ତେବେ ତାଙ୍କ ବୟଫ୍ରେଣ୍ଡ କିଏ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।

ଟିଭି ଅଭିନେତ୍ରୀ ଜେନିଫର ୱିଙ୍ଗେଟଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ଦର୍ଶକମାନେ ତାଙ୍କୁ ଏତେ ଭଲ ପାଇବା ଅଜାଡି ଦେଇଛନ୍ତି କି ଆଗକୁ ବଢିବା ପାଇଁ ତାହା ତାଙ୍କୁ ପ୍ରେରଣା ମଧ୍ୟ ଯୋଗାଇଛି । ଜେନିଫର ନିଜ ଫ୍ୟାନ୍ସଙ୍କ ପାଇଁ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି ।

ଟିଭିରେ ରିଧିମା, କୁସୁମ, ମାୟା ଓ ଯୋୟା ଆଦି ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି । ଜେନିଫରଙ୍କ ବ୍ୟକ୍ତିଗତ ଜୀବନ କଥା କହିଲେ ସେ ୨୦୧୦ରେ ନିଜ କୋ-ଷ୍ଟାର କରଣ ସିଂ ଗ୍ରୋଭରଙ୍କ ସହ ପ୍ରେମରେ ପଡିଥିଲେ ଓ ୨୦୧୨ରେ ତାଙ୍କୁ ବିବାହ କରି ନେଇଥିଲେ । ସେମାନଙ୍କ ବିବାହ ହେବାର ତିନି ବର୍ଷ ପରେ କରଣ ସିଂ ଗ୍ରୋଭର ଅଭିନେତ୍ରୀ ବିପାଶା ବସୁଙ୍କ ସହ ଆଫେୟାର ଆରମ୍ଭ କରି ଦେଇଥିଲେ ।

ଜେନିଫର ଏହା ସହି ନପାରି କରଣଙ୍କ ଠାରୁ ଡିଭୋର୍ସ ନେଇ ଯାଇଥିଲେ । ତେବେ ଅନେକ ବର୍ଷ ପରେ ଖବର ଶୁଣିବାକୁ ମିଳୁଛି କି ଜେନିଫର ପୁଣି ଥରେ ରିଲେସନସିପରେ ଅଛନ୍ତି । ତାଙ୍କ ନାମ ଟିଭିର ପ୍ରସିଦ୍ଧ ଅଭିନେତା ହର୍ଷଦ ଚୋପଡାଙ୍କ ସହ ଯୋଡା ଯାଉଛି । ରିପୋର୍ଟ ମୁତାବକ ସେମାନଙ୍କୁ ଅନେକ ଥର ଏକାଠି ମଧ୍ୟ ସ୍ପଟ କରାଯାଇଛି ।

କିନ୍ତୁ ସେମାନେ କୌଣସି ମିଡିଆରେ ମଧ୍ୟ ଏକଥାକୁ ସ୍ଵୀକାର କରିନାହାନ୍ତି । ମିଡିଆ ରିପୋର୍ଟ ଅନୁସାରେ ଜେନିଫର ଓ ହର୍ଷଦ ଅଧିକାଂଶ ସମୟ ଏକାଠି ହିଁ ରହୁଛନ୍ତି । ବେପନାହ ନାମକ ସିରିଏଲରେ ଜେନିଫର ଓ ହର୍ଷଦ ଏକାଠି କାମ କରିଥିଲେ, ଯାହାପରେ ସେମାଙ୍କ ମଧ୍ୟରେ ବନ୍ଧୁତା ହୋଇ ଯାଇଛି । ଜେନିଫର କସୌଟି ଜିନ୍ଦେଗୀ କି, ଦିଲ ମିଲ ଗୟେ, ଗଙ୍ଗା, ବେପନାହ, ସରସ୍ଵତୀଚନ୍ଦ୍ରା ଓ ବେହଡ ଭଳି ପପୁଲାର ସିରିଏଲ ମାନଙ୍କରେ କାମ କରିଛନ୍ତି ।

ଏହା ବ୍ଯତୀତ ଜେନିଫର ଅଭିଷେକ ବଚ୍ଚନ ଓ ଐଶ୍ଵର୍ଜ୍ୟା ରାୟଙ୍କ ଫିଲ୍ମ “କୁଛ ନା କହୋ” ରେ ଶିଶୁ କଳାକାର ଭାବେ ମଧ୍ୟ କାମ କରିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।