‘ମା’ ଙ୍କୁ ସମା ଜସେବୀରୁ ସେକ୍ସ ୱାର୍କର ବନେଇ ଦେଲେ’, ଫିଲ୍ମ Gangubai ଉପରେ ବର୍ଷିଲେ ଅସଲି ଗଙ୍ଗୁବାଇଙ୍କ ପରିବାର !

ଫିଲ୍ମ ଗଙ୍ଗୁବାଇ କାଠିୟାଡବାଡ଼ୀର ରିଲିଜ ହେବା ପୂର୍ବରୁ ବିବାଦରେ ଆସି ଯାଇଛି । ଫିଲ୍ମର ଟ୍ରେଲର ରିଲିଜ ହେବା ମାତ୍ରେ ହିଁ ଏହି ଫିଲ୍ମର ଡାୟରେକ୍ଟର ସଞ୍ଜୟ ଲୀଳା ଭଂଶାଳୀ ଓ ରାଇଟର ହୁସୈନ ଜୈଦୀଙ୍କ ଉପରେ ମାନହାନିର କେସ ଲାଗି ଯାଇଛି । କହିବାକୁ ଗଲେ ଏହି କେସ ଗଙ୍ଗୁବାଇଙ୍କ ପରିବାର ପରିବାର କରିଛନ୍ତି । ପୁରା ମାମଲା କଣ, ଚାଳନ୍ତୁ ଜାଣିବା ।ଗଙ୍ଗୁବାଇ କାଠିୟାଡବାଡ଼ୀ ଫିଲ୍ମ ତାଙ୍କର ପରିବାରର ସମସ୍ୟା ବଢାଇ ଦେଇଛି, କହିବାକୁ ଗଲେ ବର୍ତ୍ତମାନ ତାଙ୍କର ପରିବାର ମୁମ୍ବାଇରେ ଗୋଟିଏ ପରେ ଗୋଟିଏ ଘର ବଦଲୁଛନ୍ତି ।

ଯାହା ଦ୍ଵାରା ସେମାନେ ଲୋକମାନଙ୍କ ପ୍ରଶ୍ନ ଠାରୁ ବଞ୍ଚି ପାରିବେ । ଆପଣଙ୍କୁ କହିଦେଉଛୁ କି ଗଙ୍ଗୁବାଇ ୪ ଟି ସନ୍ତାନକୁ ଗୋଦ ନେଇଥିଲେ । ଆଜି ତାଙ୍କର ପରିବାର ବଢି ୨୦ରେ ପହଞ୍ଚି ଯାଇଛି । ଏତେ ବର୍ଷ ହବ ନିଜ ଜୀବନରେ ବ୍ୟସ୍ତ ଥିବା ଏହି ପରିବାରର ସମସ୍ଯା ସେହି ସମୟରେ ବଢି ଗଲା, ଯେତେବେଳେ ଏହି ଫିଲ୍ମର ଟ୍ରେଲର ରିଲିଜ ହେଲା । ଏତିକି ନୁହେଁ ସେମାନେ ଜାଣି ବି ନ ଥିଲେ କି ତାଙ୍କ ମା ଙ୍କ ଉପରେ କୌଣସି ବହି ଲେଖା ଯାଇ ସାରିଛି ।

ଲଗାତାର ନିଜର ସମ୍ପର୍କୀୟମାନଙ୍କ ଠାରୁ ବଞ୍ଚିବା ପାଇଁ ତାଙ୍କର ପୁଅମାନେ ନିଜ ମା ଗଙ୍ଗୁବାଇ ଓ ପରିବାରର ଇଜ୍ଜତ ବଞ୍ଚାଇବା ପାଇଁ କୋର୍ଟର କେସ କରିଛନ୍ତି । ଗଙ୍ଗୁବାଇଙ୍କ ପରିବାରର ଓକିଲ କହିଲେ କି ଯେଉଁଭଳି ଭାବରେ ଗଙ୍ଗୁବାଇର ଇମେଜକୁ ଦର୍ଶାଯାଇଛି ତାହା ପୂରାପୂରି ଖରାପ ଅଟେ ।

ସେ ଜଣେ ସମାଜସେବୀ ଥିଲେ କିନ୍ତୁ ତାଙ୍କୁ ବେଶ୍ୟା ରୂପରେ ଦର୍ଶା ଯାଇଛି । ଏହା କୌଣସି ବି ପରିବାରକୁ ପସନ୍ଦ ଆସିବ ନାହିଁ । ଓକିଲ ଆଗକୁ କହିଲେ କି ଆମର ଏହି କେସ ୨୦୨୦ରୁ ଆରମ୍ଭ ହୋଇଛି, ଯେତେବେଳେ ତାଙ୍କର ପୁଅମାନଙ୍କୁ ଜଣା ପଡିଲା କି ତାଙ୍କ ମା ଙ୍କର କୌଣସି ବହି ଆସୁଛି ଓ ତାହା ଉପରେ ଫିଲ୍ମ ବି ହେଉଛି । ଯେତେବେଳେ ଫିଲ୍ମର ପ୍ରମୋ ସହିତ ତାଙ୍କ ମା ଙ୍କ ଫଟୋ ସାମ୍ନାକୁ ଆସିଲା ତେବେ ସେମାନେ ସବୁ କଥା ଜାଣି ପାରିଲେ ।

ବର୍ତ୍ତମାନ ତାଙ୍କର ପୁରା ପରିବାର ମୁହଁ ଲୁଚାଇ ବୁଲୁଛନ୍ତି । ସେମାନେ କେବେ ଅନ୍ଧେରି ତ କେତେବେଳେ ବୋରିବଲି ଓ ଅନ୍ୟ କେତେକ ଜାଗାରେ ଘୁରି ବୁଲୁଛନ୍ତି । ତାଙ୍କର ସମ୍ପର୍କୀୟମାନେ ତାଙ୍କୁ ଖରାପ ଖରାପ କଥା କହୁଛନ୍ତି । ଏହି ମାମଲା ସାମ୍ନାକୁ ଆସିଛି ସେହି ସମୟରୁ ତାଙ୍କ ପରିବାରରେ ଶାନ୍ତି ନାହିଁ । ତାଙ୍କୁ ୧୯୪୯ରେ ଗୋଦ ନିଆଯାଇ ଥିଲା । ଆମେ ସଞ୍ଜୟ ଲିଲଲା ଭଂଶାଳୀ ଓ ରାଇଟର  ହୁସୈନ ଜୈଦୀଙ୍କୁ ନୋଟିସ ପଠାଇଛୁ କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କ ତରଫରୁ କୌଣସି ବି ପ୍ରକାରର ପ୍ରତିକ୍ରିୟା ଆସି ନାହିଁ ।