Vastu Tips- ନବରାତ୍ରିରେ ଘରୁ ବାହାର କରି ଫୋପାଡି ଦିଅନ୍ତୁ ଏହି 5 ଟି ଜିନିଷ, ନାଶ ହେଇଯିବ ଦୁଃଖ ଓ ଦାରିଦ୍ର୍ଯତା

ନବରାତ୍ରିର ମହତ୍ଵ ସମସ୍ତଙ୍କୁ ଜଣା ଅଛି । ମା ଦୂର୍ଗାଙ୍କୁ ପ୍ରସନ୍ନ ତାଙ୍କ କୃପା ଲାଭ କରିବାର ଏହା ସବୁଠୁ ଉତ୍ତମ ସମୟ ଅଟେ । କିନ୍ତୁ ଆପଣ କଣ ଜାଣିଛନ୍ତି ଆପଣଙ୍କ ଘରେ କିଛି ଏଭଳି ଜିନିଷ ଅଛି, ଯାହା ଯୋଗୁଁ ମା ଦୂର୍ଗା ଆପଣଙ୍କ ଘରେ ପ୍ରବେଶ କରନ୍ତି ନାହିଁ । ଆଜି ଆମ ଆପଣଙ୍କୁ କିଛି ଏଭଳି ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହା ନବରାତ୍ରି ପୂର୍ବରୁ ବାହାରେ ଫୋପାଡି ଦେବା ଉଚିତ । ଏପରି କରିବା ଦ୍ଵାରା ଆପଣ ମା ଦୂର୍ଗାଙ୍କ ଆଶୀର୍ବାଦ ନିଶ୍ଚୟ ପ୍ରାପ୍ତ ହେବେ । ତେବେ ଚାଲନ୍ତୁ ଜାଣିବା ସେଗୁଡିକ କଣ ।

ନବରାତ୍ରିର ନଅ ଦିନ ଅତ୍ୟନ୍ତ ପବିତ୍ର ହୋଇଥିବାରୁ ଏହି ସମୟରେ ଆଚାର, ବିଚାର ଓ ଘରକୁ ମଧ୍ୟ ପରିଷ୍କାର ଓ ପବିତ୍ର ରଖିବା ଅତ୍ୟନ୍ତ ଆବଶ୍ୟକ ଅଟେ । ସେଥିପାଇଁ ନବରାତ୍ରିରେ ବ୍ରହ୍ମଚାରୀତା ପାଳନ କରାଯାଏ । ଏହି ସମୟରେ ମା ଙ୍କ ଭକ୍ତଙ୍କୁ ପିଆଜ, ରସୁଣ, ମାଂସ, ମଦ ଓ ଅଣ୍ଡା ଠାରୁ ଦୂରେଇ ରହିବା ଉଚିତ ଓ ଘରେ ମଧ୍ୟ ଏହି ସବୁକୁ ରଖିବା ଉଚିତ ନୁହେଁ । ନବରାତ୍ରି ଆରମ୍ଭ ହେବା ପୂର୍ବରୁ ଘରୁ ଏହିସବୁ ଜିନିଷ ବାହାର କରି ଦିଅନ୍ତୁ ଓ ଗଙ୍ଗାଜଳ କିମ୍ବା ଗୋମୂତ୍ରରେ ଘରକୁ ପବିତ୍ର କରନ୍ତୁ ।

ଏହାଦ୍ବାରା ମା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିବେ ଓ ଆପଣଙ୍କ ଜୀବନ ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯିବ । ନବରାତ୍ରି ଆରମ୍ଭ ହେବା ପୂର୍ବରୁ ଘରେ ଥିବା ଭଙ୍ଗାରୁଜା ଜିନିଷ ଏବଂ ଛିଣ୍ଡା ଲୁଗାପଟା ଆଦିକୁ ବାହାର କରି ଦିଅନ୍ତୁ । ମନ୍ଦିର, ରୋଷେଇ ଘର, ଶୟନ କକ୍ଷ ତଥା ଘରର ପ୍ରତ୍ଯେକ କୋଣ ଅନୁକୋଣରୁ ଅଳିଆ ଆବର୍ଜନା ବାହାର କରି ସଫା ସୁତୁରା ରଖିବା ଉଚିତ । କାରଣ ମା ଦୂର୍ଗା ସ୍ବଚ୍ଛତା ପ୍ରିୟ ଅଟନ୍ତି । ଏପରି କରିବା ଦ୍ଵାରା ଆପଣଙ୍କ ଘରୁ ନକରାତ୍ମକତା ଦୂରେଇ ଯିବ ଓ ମା ଦୂର୍ଗା ଆପଣଙ୍କ ଘରେ ବାସ କରିବେ ।

ଘରର ମୁଖ୍ୟଦ୍ଵାର ଭାଙ୍ଗି ଯାଇଥିଲେ କିମ୍ବା ଶବ୍ଦ କରୁଥିଲେ ଘର ଉପରେ ଏହାର ମଧ୍ୟ ଅଶୁଭ ପ୍ରଭାବ ପଡିଥାଏ । କାରଣ ଏହା ଯୋଗୁଁ ଘରେ ନକରାତ୍ମକ ଊର୍ଜା ବାସ କରିଥାଏ । ଆଉ ଯେଉଁଠାରେ ନକରାତ୍ମକ ଉର୍ଜ ବାସ କରେ ସେଠାରେ ମା ଦୂର୍ଗା ପ୍ରବେଶ କରନ୍ତି ନାହିଁ । ସେଥିପାଇଁ ଦ୍ୱାର ଶବ୍ଦ କରୁଥିଲେ ସେଥିରେ ତେଲ ପକାଇ ଦିଅନ୍ତୁ କିମ୍ବା ଭାଙ୍ଗି ଯାଇଥିଲେ ଏହାକୁ ସଜାଡି ଦିଅନ୍ତୁ ।

ଯଦି ଆପଣଙ୍କ ଘରେ ଦେବୀଦେବତାଙ୍କ ଖଣ୍ଡିତ ମୂର୍ତ୍ତି କିମ୍ବା ଚିରାଫଟା ଫଟୋ ଅଛି ତେବେ ନବରାତ୍ରି ପୂର୍ବରୁ ଏହାକୁ ନଦୀରେ ବିସର୍ଜନ କରି ଦିଅନ୍ତୁ । ଏହା ଘରକୁ ଦୁର୍ଭାଗ୍ୟ ନେଇଆସେ । ଯଦି ଆପଣଙ୍କ ଘରର ମୁଖ୍ୟଦ୍ଵାରରେ କିମ୍ବା ଛାତ ଉପରେ ଅଦରକାରୀ ଭଙ୍ଗା ଜିନିଷ ଜମା କରି ରଖିଛନ୍ତି ତେବେ ଏହାକୁ ମଧ୍ୟ ତୁରନ୍ତ ସଫା କରି ଦିଅନ୍ତୁ । ଏହିସବୁ ମଧ୍ୟ ଘରେ ନକରାତ୍ମକ ଊର୍ଜା ସୃଷ୍ଟି କରେ ।

ଯଦି ଆପଣଙ୍କ ଘର କିମ୍ବା କାର୍ଯ୍ୟସ୍ଥଳରେ କୌଣସି ବନ୍ଦ ଘଣ୍ଟା ଅଛି ତେବେ ଏହା ସଜାଡି ଦିଅନ୍ତୁ କିମ୍ବା ଏହାକୁ ଘରୁ ବାହାର କରି ଦିଅନ୍ତୁ । ଘଣ୍ଟାକୁ ପ୍ରଗତିର ପ୍ରତୀକ ବୋଲି ମାନାଯାଏ । ବନ୍ଦ ପଡିଥିବା ଘଣ୍ଟା ଆମ ପ୍ରଗତିରେ ବାଧା ସୃଷ୍ଟି କରେ । ସେଥିପାଇଁ ନବରାତ୍ରି ପୂର୍ବରୁ ବନ୍ଦ ଘଣ୍ଟାକୁ ମଧ୍ୟ ଘରୁ ବାହାର କରି ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।