ଦିନ ଥିଲା ଦୁଃଖ ଦାରିଦ୍ରତାରେ ଜୀବନ କାଟୁଥିଲେ Kadar Khan, କିନ୍ତୁ ଆଜି ପିଲାଙ୍କ ପାଇଁ ଛାଡି ଯାଇଛନ୍ତି ଏତେ କୋଟି ଟଙ୍କାର ସମ୍ପତ୍ତି

ବଲିଉଡର ଦିବଙ୍ଗତ ଅଭିନେତା କାଦର ଖାନ ଆଜି ଆମ ଗହଣରେ ନ ଥିଲେ ମଧ୍ୟ ତାଙ୍କ କଳାକାରୀ ଆଜି ମଧ୍ୟ ଲୋକଙ୍କ ହୃଦୟରେ ଜୀବନ୍ତ ହୋଇ ରହିଛି । ସେ ଦୀର୍ଘ ସମୟ ଧରି ପୀଡିତ ରହିବା ପରେ ୩୧ ଡିସେମ୍ବର ୨୦୧୮ରେ କାନାଡାର ଏକ ହସ୍ପିଟାଲରେ ଅନ୍ତିମ ନିଃଶ୍ଵାସ ନେଇଥିଲେ । କିନ୍ତୁ ତାଙ୍କ ଅଭିନୟ ବୋଧହୁଏ ଦର୍ଶକ କେବେ ମଧ୍ୟ ଭୁଲି ପାରିବେନି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ବଲିଉଡର ଏହି ଦିବଙ୍ଗତ ଅଭନେତା କାଦର ଖାନଙ୍କ ପିଲାଦିନ ଅତ୍ୟନ୍ତ ମୁସ୍କିଲରେ ବିତିଥିଲା । ତାଙ୍କ ପିତାମାତା ଆଫଗାନିସ୍ତାନ କାବୁଲର ବାସିନ୍ଦା ଥିଲେ।

କିନ୍ତୁ କାଦର ଖାନଙ୍କ ଜନ୍ମ ପରେ ସେମାନେ ଭାରତ ଆସିଥିଲେ । ଏହାପଛରେ ମଧ୍ୟ ମଧ୍ୟ ଏକ ରୋମାଞ୍ଚକ କାହାଣୀ ରହିଛି, ଯାହା କାଦର ଖାନ ନିଜେ ଏକ ଇଣ୍ଟରଭ୍ୟୁରେ ଖୁଲାସା କରିଥିଲେ । କାହାଣୀଟି ହେଉଛି କାଦର ଖାନଙ୍କ ପୂର୍ବରୁ ଯେତେ ମଧ୍ୟ ଭାଇ ଭଉଣୀ ଜନ୍ମ ହେଉଥିଲେ ସମସ୍ତେ ମରି ଯାଉଥିଲେ । ସେଥିପାଇଁ କାଦର ଖାନଙ୍କ ମାଙ୍କୁ ଲାଗୁଥିଲା କି କାବୁଲର ପରିବେଶ ତାଙ୍କ ପିଲାଙ୍କ ପାଇଁ ଠିକ ନୁହେଁ । ସେଥିପାଇଁ କାଦର ଖାନଙ୍କ ଜନ୍ମ ପରେ ଅନେକ ମାସ ଧରି ଚାଲି ଚାଲି ସେମାନେ ମୁମ୍ବାଇ ଆସି ଯାଇଥିଲେ ।

ମୁମ୍ବାଇ ଆସିବା ପରେ ବିଶ୍ଵର ସବୁଠୁ ଅପରିଷ୍କାର ସ୍ଲମ କମାଠିପୁରାର ପ୍ରଥମ ଗଳିରେ ରହୁଥିଲେ । ଯାହା ଆଜିର ଧାରାବୀ ଅଟେ ।  ସେଠାରେ ଥିବା ଗୋଟିଏ ବିଲଡିଙ୍ଗର ତୃତୀୟ ମହଲାରେ ତାଙ୍କୁ ଦୁଇ ଛୋଟ ବଖରା ଘର ମିଳିଥିଲା । ସେ ରହୁଥିବା ଇଲାକା ବେ-ଶ୍ୟା-ବୃ-ତ୍ତି, ଚୋ-ରୀ, ଡ-କା-ୟ-ତି, ହ-ତ୍ୟା ଆଦି ମନ୍ଦ କାର୍ଯ୍ୟରେ ପରିପୂର୍ଣ୍ଣ ଥିଲା । ଏପରି ଏକ ମନ୍ଦ ପରିବେଶ ମଧ୍ୟରେ ବଢିଥିଲେ କେଦାର ଖାନ । ତାଙ୍କ ପରିବାର ଏତେ ଗରିବ ଥିଲା ଯେ ବେଳେବେଳେ ଅନେକ ଦିନ ପର୍ଯ୍ୟନ୍ତ ତାଙ୍କୁ ଭୋକିଲା ରହିବାକୁ ପଡୁଥିଲା ।

ତାଙ୍କ ବାପା କାମ କରୁଥିଲେ ମଧ୍ୟ ପରିବାରକୁ ଭଲ ଭାବେ ଭରଣପୋଷଣ ଦେଇ ନ ପାରି ତାଙ୍କ ମା ଙ୍କୁ ଛାଡି ପଳାଇଥିଲେ । ସେହି ଇଲାକାରେ ଏକାକୀ ରହିବା ମୁସ୍କିଲ ବୋଲି ସମ୍ପର୍କୀୟ ମାନେ ବାଧ୍ୟ କରିବାରୁ କେଦାର ଖାନଙ୍କ ମା ଦ୍ଵିତୀୟ ବିବାହ କରିଥିଲେ । କିନ୍ତୁ ତାଙ୍କ ସାବତ ବାପା ମଧ୍ୟ କାମ କରୁ ନ ଥିଲେ ସେଥିପାଇଁ ତାଙ୍କ ପରିବାରର ହାଲାତ ଆହୁରି ଖରାପ ହୋଇଗଲା । ମାତ୍ର ୮ ବର୍ଷର ହୋଇଥିବା ବେଳେ ସେ ଶାନ୍ତି ପାଇବା ପାଇଁ କବରଖାନାରେ ଯାଇ ବସୁଥିଲେ । ସେହି ସମୟରେ ଅଭିନେତା ଅଶରଫ ଖାନ ତାଙ୍କ ନାଟକ ପାଇଁ ଜଣେ ପାଠ ଜାଣିଥିବା ଛୋଟ ପିଲା ଖୋଜୁଥିଲେ ।

କେଦାର ଖାନଙ୍କ କଥା ଶୁଣି ସେ ତାଙ୍କ ପଛେ କବରଖାନା ଯାଇ ‘ଆକଟିଂ କରିବ ?’ କି ବୋଲି ପଚାରିଥିଲେ । ସେ ହାଁ କହିଥିଲେ ଓ ସେହିଠାରୁ ତାଙ୍କ ଅଭିନୟ କ୍ଯାରିଅର ଆରମ୍ଭ ହୋଇଥିଲା । ୧୯୭୩ରେ ଫିଲ୍ମ ‘ଦାଗ’ ରୁ ସେ ବଲିଉଡରେ ଡେବ୍ୟୁ କରିଥିଲେ । ଏହାପରେ ତାଙ୍କର ଖରାପ ସମୟ ଢଳିବା ଆରମ୍ଭ ହୋଇ ଯାଇଥିଲା । ସେ ଏତେ ସଫଳତା ପାଇଥିଲେ କି ଆମେ ସମସ୍ତେ ତାଙ୍କୁ ଜାଣିଛୁ ।

ସେ ପ୍ରାୟ ୩୦୦ ଫିଲ୍ମରେ କାମ କରିଛନ୍ତି ଓ ଅନେକ ଫିଲ୍ମରେ ଡାଇଲଗ ମଧ୍ୟ ଲେଖିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ କେଦାର ଖାନ ଫିଲ୍ମ, ବିଜ୍ଞାପନ ଓ ଡାଇଲଗ ରାଇଟିଙ୍ଗ ଆଦିରେ ନିଜ ପରିଶ୍ରମ ବଳରେ ପ୍ରାୟ ୬୯.୮ କୋଠିର ସମ୍ପତ୍ତି ବନାଇଥିଲେ ଓ ନିଜ ପିଲାଙ୍କ ପାଇଁ ଛାଡି ଯାଇଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।