ବନ୍ଧୁ ବାନ୍ଧିଛି ସାପ ସହିତ, ସାପ ହିଁ ମୋର ସାଥୀ, ଏହି ସାପ ପ୍ରେମୀ ଝିଅଙ୍କ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ଦେଖନ୍ତୁ Video

ସାପ ଧରୁଥିବା ଅନେକ ଲୋକଙ୍କୁ ଆପଣ ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ସାପ ଧରୁଥିବା ଜେନ ଯୁବତୀଙ୍କ ବିଷୟରେ କହିବୁ । ଏହି ଯୁବତୀ ଜଣକ ସାପ ଧରିବାରେ ଖୁବ ସାହସ ଦେଖାନ୍ତି ଓ ସେ ନିଜକୁ ସାପର ସାଥି ବୋଲି କୁହନ୍ତି । ଯୁବତୀ ଜଣଙ୍କ ହେଉଛନ୍ତି ଓଡିଶାର ବାରିପଦାର ସୌମ୍ୟା ଷଡଙ୍ଗୀ । ହାତରେ କେତେବେଳ ନାଗ, ତମ୍ପ, ଗୋଖର, ବାରଣା ଚିତି, ରଣା, ଚିତି, ଲାଉଡଙ୍କିଆ ତ କେତେବେଳେ ଭୟଙ୍କର ବିଷଧର ଚନ୍ଦନ ବୋଡା ତ ଆଉ କେତେବେଳେ ଅଜଗର ସାପକୁ ମଧ୍ୟ ନିର୍ଭୟରେ ଧରି ପକାଉଛନ୍ତି ସୌମ୍ୟା ।

ବାରିପଦା ସହର ଭଞ୍ଜପୁର ବ୍ରାହ୍ମଣ ଶାସନ ଅଞ୍ଚଳରେ ରୁହନ୍ତି ସୌମ୍ଯା । ସାଙ୍ଗସାଥି ତାଙ୍କୁ ସ୍ନେହରେ ଜାଣୁ ବୋଲି ଡାକନ୍ତି । ସୌମ୍ୟା ବର୍ତ୍ତମାନ ସ୍ଥାନୀୟ ବାରିପଦା କଲେଜରେ ଜଣେ ଯୁକ୍ତ ତିନି ବିଜ୍ଞାନ ଛାତ୍ରୀ ଅଟନ୍ତି । ଅନ୍ୟ ଝିଅମାନଙ୍କ ଅପେକ୍ଷା ସାମାନ୍ଯ ଅସାଧାରଣ ଅଟନ୍ତି ସୌମ୍ୟା । ସୌମ୍ୟା କୁହନ୍ତି ଯେ, ପ୍ରେମର ସହ ସାପକୁ ଧରିବାକୁ ଚେଷ୍ଟା କଲେ ଏବଂ ତାକୁ କିଛି କ୍ଷତି ହେବ ନାହିଁ ବୋଲି ବିଶ୍ବାସ ଦେଇପାରିଲେ ସାପ ବେଶୀ କିଛି ହଇରାଣ କରେ ନାହିଁ ।

ସାଧାରଣ ଲୋକ ସାପ ଦେଖି ଡରି ଯାଉଥିବା ବେଳେ ବ ଅନେକ ସ୍ଥାନରେ ସାପକୁ ମା-ରି ପକାଉଥିବା ବେଳେ , ସେମାନଙ୍କୁ ଉଦ୍ଧାର କରି ନେଇ ଜଙ୍ଗଲରେ ଛାଡି ଆସନ୍ତି ସୌମ୍ଯା । ସେ ତାଙ୍କ ବାପାଙ୍କ ଠାରୁ ଛୋଟ ବେଳୁ ଦେଖି ଦେଖି ଏହି ସବୁ ଶିଖି ପାରିଛନ୍ତି ବୋଲି କହିଛନ୍ତି । ଥରେ ସାହିରେ ରାସ୍ତା ଉପରେ ଏକ ସାପ ଟିଏ ଖେଳୁଥିବା ଦେଖି ସାହିଲୋକ ତାଙ୍କୁ କଲ୍ କରିଥିଲେ । ସୌମ୍ଯା ସେଠାରେ ପହଞ୍ଚି ସାପଟିକୁ ଯତ୍ନର ସହ ଧରିଥିଲେ ।

ସମସ୍ତଙ୍କ ପରି ସୌମ୍ଯା ମଧ୍ୟ ସାପକୁ ଖୁବ ଡରୁଥିଲେ । କିନ୍ତୁ ଯେବେ ଠାରୁ ସେ ସାପକୁ ଭଲ ପାଇବାକୁ ଲାଗିଲେ ସେବେ ଠାରୁ ସେ ଖୁବ ଖୁସିର ସହ ସାପ ଧରୁଛନ୍ତି । ସୌମ୍ୟା ଙ୍କର ସାପ ସହ ଜଣେ ବନ୍ଧୁର ସମ୍ପର୍କ ରହିଛି । ସାପ ଧରିବା କୌଶଳ ସୌମ୍ଯା ତାଙ୍କ ବାପା ଯଯାତିଙ୍କ ଠାରୁ ଶିଖିଛନ୍ତି । ବାପା ଜଣେ ସ୍ନେହୀ ସମାଜସେବୀ ହୋଇଥିବା ବେଳେ ଝିଅ ମଧ୍ୟ ତାଙ୍କ ପାଦରେ ପାଦ ମିଶାଇ ଆଗକୁ ବଢୁଛି ।

ବାରିପଦା ଏବଂ ଆଖପାଖ ଅଞ୍ଚଳରେ କେଉଁଠି ସାପ ଥିବା ଖବର ପାଇଲେ ଯଦି ସୌମ୍ୟଙ୍କ ବାପା ବ୍ୟସ୍ତ ଥାଆନ୍ତି ତେବେ ହାତରେ ବାଡି ଏବଂ ସାପଧରା ଯନ୍ତ୍ର ଧରି ସୌମ୍ଯା ବାହାରି ପଡନ୍ତି । ସାପ ସହ ସମସ୍ତ ବନ୍ୟଜନ୍ତୁଙ୍କୁ ଭଲ ପାଆନ୍ତି ସୌମ୍ଯା ଓ ସେମାନଙ୍କ ସୁରକ୍ଷା ପାଇଁ ମଧ୍ୟ ଆଗକୁ କାର୍ଯ୍ୟ କରିବାକୁ ତାଙ୍କ ଇଛା ରହିଛି ।

ନିଜ ସାହସ ଓ ସାପଙ୍କ ପ୍ରତି ପ୍ରେମ ପାଇଁ ଅନେକଙ୍କ ପାଇଁ ଆଦର୍ଶ ହୋଇଛନ୍ତି ସୌମ୍ୟା । କିନ୍ତୁ ବିନା ପ୍ରଶିକ୍ଷଣରେ କେହି ମଧ୍ୟ ସାପ ଧରନ୍ତୁ ନାହିଁ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।