ରାନୁମଣ୍ଡଳ ପରେ ସାମ୍ନାକୁ ଆସିଲା ବିହାରର ଇଂଗ୍ଲିଶ ଗୀତ ଗାଉଥିବା ଏହି ଭିକାରି, ଆକସେଣ୍ଟ ଶୁଣିଲେ ଆପଣବି ଆଶ୍ଚର୍ଯ୍ୟ ହେଇଯିବେ

କଲିକତାର ରାନୁ ମଣ୍ଡଳଙ୍କ ବିଷୟରେ ଆପଣ ସମସ୍ତେ ଜାଣିଥିବେ । କହିବାକୁ ଗଲେ ରାନୁ ମଣ୍ଡଳଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ଯେଉଁ କାରଣରୁ ସେ ରାତାରତି ଷ୍ଟାର ହୋଇ ଯାଇଥିଲେ । ଏହା ଛଡା ତାଙ୍କୁ ହିମେଶ ରେଶମିୟା ନିଜ ଫିଲ୍ମରେ ଗୀତ ଗାଇବା ପାଇଁ ଚାନ୍ସ ବି ଦେଇଥିଲେ । ଏହା ପରେ ତାଙ୍କର ପପୁଲାରିଟୀ ଏତେ ବଢିଗଲା କି ଚାରିଆଡେ କେବଳ ତାଙ୍କର ହିଁ ଗୀତ ଶୁଣିବାକୁ ମିଳିଲା ।

ବର୍ତ୍ତମାନ ପୁଣିଥରେ ସେହିଭଳି କିଛି ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଜଣେ ଭିକାରି ଇଂଗ୍ଲିଶରେ କେବଳ କଥାବାର୍ତ୍ତା କରୁ ନାହିଁ ଏହା ଛଡା ସେ ଇଙ୍ଗ୍ଲିଶରେ ଗୀତ ବି ଗାଉଛି । ଏହି ଭିକାରିର ନାମ ସନୀ ବାବା ଅଟେ । ଟ୍ୱିଟରରେ ବନ୍ଦନା ନାମକ ଏକ ଟ୍ୱିଟର ୟୁଜର ଏହି ଭିକାରିର ଭିଡିଓକୁ ଶେୟାର କରିଥିଲେ ।

ଭିଡିଓର କ୍ୟାପ୍ସନରେ ଲେଖା ହୋଇଛି କି – ‘ଏହି ବ୍ୟକ୍ତି ଜଣକ ଭିକାରି ଅଟେ । ଯିଏକି ପଟନାର ନିବାସୀ ଅଟେ । ସେ ଭଲ ଗାୟକ ଓ ଡ୍ୟାନ୍ସର ଅଟେ ।‘ ଭିଡିଓରେ ଆପଣ ଦେଖି ପାରିବେ କି ଜଣେ ବ୍ୟକ୍ତି ସେହି ଭିକାରିକୁ ଇଂଗ୍ଲିଶରେ ପ୍ରଶ୍ନ ପଚାରୁଛି ଓ ଏହି ଭିକାରି ଜଣକ ବି ସେହି ବ୍ୟକ୍ତିକୁ ଇଂଗ୍ଲିଶରେ ଜବାବ ଦେଉଛି । ନିଜକୁ ସନୀ ବାବା କହୁଥିବା ଏହି ଭିକାରିକୁ ଯେତେବେଳେ ପ୍ରଶ୍ନ କରାଗଲା କି କଣ ଆପଣଙ୍କୁ ଇଂଗ୍ଲିଶର କୌଣସି ଗୀତ ଆସୁଛି ତେବେ ଏହି ବ୍ୟକ୍ତି ସଙ୍ଗେ ସଙ୍ଗେ ଏକ ଇଂଗ୍ଲିଶ ଗୀତ ଗାଇଲେ ।

ବର୍ତ୍ତମାନ ଏହି ଭିକାରୀର ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଭିକାରିକୁ ବର୍ତ୍ତମାନ ସମସ୍ତେ ପସନ୍ଦ କରୁଛନ୍ତି । ଏହା ସହିତ ଏହି ଭିକାରିର ଗୀତକୁ ବି ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ଏହା ପରେ ଏହି ଭିଡିଓରେ କିଛି ଲୋକମାନଙ୍କ କମେଣ୍ଟ ବି ଆସୁଛି । ଜଣେ ୟୁଜର ଲେଖିଲେ କି – ‘କଣ ସ୍ଵର ଅଟେ ଏହି ବ୍ୟକ୍ତିର । ଏହାର ଆକ୍ସନ ବି ଭଲ ଅଟେ ।‘ ଅନ୍ୟ ଏକ ୟୁଜର ଲେଖିଲେ କି – ‘ଇଣ୍ଟରଭିୟୁ ନେଉଥିବା ବ୍ୟକ୍ତି ଠାରୁ ଅଧିକ ଇଣ୍ଟରଭିୟୁ ଦେଉଥିବା ବ୍ୟକ୍ତିର ଆକ୍ସନ ଭଲ ଅଟେ ।‘ ତୃତୀୟ ୟୁଜର ଲେଖିଲେ କି – ‘ଆଜିକାଲି ପ୍ରତିଭା କେଉଁଠୁ କେଉଁଠୁ ବାହାରୁଛି । ଲାଗୁଛି କି ଆମେ ଲକଡାଉନ ଗଟ ଟାଲେଣ୍ଟ ଦେଖୁଛୁ ।‘

ଆପଣଙ୍କୁ କହିଦେଉଛୁ କି ରାନୁ ମଣ୍ଡଳଙ୍କ ଛଡା ଅନ୍ୟ କେତେକ ଲୋକମାନଙ୍କ ଏହିଭଳି ଭାବରେ ଗୀତ ଗାଉଥିବା ଭିଡିଓ ଭାଇରାଲ ହୋଇଥିଲା । କିନ୍ତୁ ଯେତିକି ପ୍ରସିଦ୍ଧ ରାନୁ ମଣ୍ଡଳ ହୋଇଥିଲେ ସେତିକି ଆଉ କେହି ବି ହୋଇ ପାରି ନାହାନ୍ତି । ରାନୁ ମଣ୍ଡଳଙ୍କ ପରେ ଏକ ବ୍ୟକ୍ତିର ଚାଷ ଜମିରେ ଗୀତ ଗାଉଥିବା ଭିଡିଓ ଭାଇରାଲ ହୋଇଥିଲା । ଏହି ବ୍ୟକ୍ତିର ନାମ ପ୍ରଦୀପ ଥିଲା ଓ ସେ କର୍ନାଟକର ଚିତ୍ରଦୁର୍ଗର ନିବାସୀ ଥିଲେ । ଏହା ଛଡା ସୁରାଜୀତ ମୁଖାର୍ଜୀ ନାମକ ଜଣେ ବ୍ୟକ୍ତିର ଭିଡିଓ ବି ଭାଇରାଲ ହୋଇଥିଲା । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।