Vastu Tips- ତୁଳସୀ ଗଛ ମୂଳରେ ଯଦି ଉଠେ ଏହି ଗଛ ତ ଏହାକୁ ଚୁପଚାପ ଏହି ଜାଗାରେ ଲୁଚାଇ ରଖି ଦିଅନ୍ତୁ, ଧନକୁ ଚୁମ୍ବକ ପରି ଟାଣିଥାଏ

ତୁଳସୀ ଅତ୍ୟନ୍ତ ଚମତ୍କାରୀ ଗଛ ଅଟେ । ନିତିଦିନ ମା ତୁଳସୀଙ୍କ ପ୍ରାର୍ଥନା କରିବା ଦ୍ଵାରା ଆମ ଘରକୁ ଶୁଭତାର ଆଗମନ ହେବା ସହ ସୌଭାଗ୍ୟର ବୃଦ୍ଧି ହୋଇଥାଏ ଓ ମା ଲକ୍ଷ୍ମୀ ଏବଂ ଶ୍ରୀ ହରିବିଷ୍ଣଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୁଏ । ତୁଳସୀ ଏତେ ଚଟକାରୀ ଅଟେ ଯେ ଆପଣ ଯଦି ବିଶ୍ବାସର ସହ ଏହାତ ଯେକୌଣସି ଅଂଶକୁ ବ୍ୟବହାର କରିବେ ଆପଣଙ୍କ ପାଇଁ ଏହା ଖୁବ ଲାଭଦାୟକ ହେବ । ତେବେ ଆଜି ଆମେ ଆପଣଙ୍କୁ ତୁଳସୀର କେତେକ ଅଚୁକ ଉପାୟ କହିବୁ ଯାହା ଦ୍ଵାରା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହେବ ।

ଗୁରୁବାର ଦିନ ସ୍ନାନ କରି ସ୍ବଚ୍ଛ ହଳଦୀ ରଙ୍ଗର ବସ୍ତ୍ର ପିନ୍ଧିବା ପରେ ମତରେ ହଳଦୀ କିମ୍ବା କେଶରର ଟୀକା ଲଗାନ୍ତୁ । ଏହାପରେ ଆପଣ ତୁଳସୀ ଗଛର ଖଣ୍ଡେ ଚେର ନିଅନ୍ତୁ । ପ୍ରତିଦିନ ପୂଜା କରୁଥିବା ତୁଳସୀ ଗଛର ଚେର ନେବେ ନାହିଁ । ଅନ୍ୟ କୌଣସି ତୁଳସୀ ଚେର ନେଇ ଏହାକୁ ଭଲ ଭାବେ ଢୋଇବା ପରେ ଗଙ୍ଗାଜଳରେ ଶୁଦ୍ଧିକରଣ କରନ୍ତୁ ଓ ଏହାପରେ ଚେରକୁ ଏକ ହଳଦିଆ କପଡାରେ ଗୁଡାଇ ଶ୍ରୀ ହରିବିଷ୍ଣଙ୍କ ପକ୍ଷେ ରଖି ପୂଜା କରନ୍ତୁ । ଏହାପରେ ଯାଉ ଆପଣ ଧନ ରଖୁଥିବା ସ୍ଥାନରେ ଏହି ଚେରକୁ ରଖି ଦିଅନ୍ତୁ ।

ଆଉ ଏପରି କରିବା ସମୟରେ ମନରେ ବିଶ୍ବାସ ରଖନ୍ତୁ ଯେ ଆପଣ ମା ଲକ୍ଷ୍ମୀଙ୍କୁ ଘରେ ସ୍ଥାପନ କରୁଛନ୍ତି । ଏପରି କରିବା ଦ୍ଵାରା ଦେଖିବେ ଆପଣଙ୍କ ଘରେ ଚମତ୍କାର ଭାବେ ଧନର ଆଗମନ ହେବ । ତୁଳସୀ ଗଛ ମୂଳେ ଅନ୍ୟ କୌଣସି ଗଛ ଉଠିଲେ ଆମେ ତାଙ୍କୁ ଉପାଡି ଫୋପାଡି ଦେଉ । ଯଦି ଆପଣଙ୍କ ତୁଳସୀ ଗଛମୁକେ ନୂଆ ତୁଳସୀ ଗଛ କିମ୍ବା ଅନ୍ୟ କୌଣସି ଗଛ ବା ଘାସ ଉଠିଛି, ତେବେ ତାହା ଉପାଡି ଫୋପାଡନ୍ତୁ ନାହିଁ ।

ଗୁରୁବାର ଦିନ ସ୍ନାନାଦି କର୍ମ ଶେଷ ହେବା ପରେ ତୁଳସୀଙ୍କ ପୂଜା କରନ୍ତୁ ଓ ଏହାପରେ ତୁଳସୀ ମୂଳେ ଉଠିଥିବା ଗଛ ବା ଘାସକୁ ଉପାଡି ପ୍ରଥମେ ଗଙ୍ଗାଜଳରେ ଶୁଦ୍ଧି କରନ୍ତୁ । ଏହାକୁ ଏକ ହଳଦିଆ କପଡାରେ ଗୁଡାଇ ଘରର ମନ୍ଦିରକୁ ନେଇ ପୂଜା କରନ୍ତୁ ଓ ତାପରେ ଲକ୍ଷ୍ମୀ ସ୍ୱରୂପ ମାନି ଏହାକୁ ନେଇ ଘରର ଧନ ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ । ଦେଖିବେ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କ ଆଗମନ ତଥା ଧନର ଆଗମନକୁ କେହି ମଧ୍ୟ ରୋକି ପାରିବେ ନାହିଁ ।

ଦେଖିବେ ଆପଣଙ୍କର ଧନ ସମ୍ବନ୍ଧିତ ସମସ୍ତ ସମସ୍ଯା ଦୂର ହୋଇଯିବ । ଯଦି ଆପଣଙ୍କ ଘରେ ଥିବା ତୁଳସୀ ମୂଳରେ କୌଣସି ଗଛ ଉଠିନାହିଁ, ତେବେ ଆପଣ ଘରପାଖ ମନ୍ଦିର ଆଖପାଖରୁ ଯାଇ ଏହି ତୁଳସୀ ଗଛ କିମ୍ବା ତାହା ତଳେ ଉଠିଥିବା ଯେକୌଣସି ଗଛକୁ ହଳଦିଆ କପଡାରେ ଗୁଡାଇ ଘରକୁ ଆଣି ପାରିବେ । ତୁଳସୀରେ ଏହିପରି ଉପାୟ କରିବା ଦ୍ଵାରା ଏହା ଚୁମ୍ବକ ପରି ଧନକୁ ଆପଣଙ୍କ ଘରକୁ ଟାଣିବ । ଆପଣଙ୍କୁ ଆମ ଆର୍ଟିକିଲ ଟି ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ପୋଷ୍ଟ ପଢିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।