ଏହି ଯୁବକ ଜଣଙ୍କ ତ ଦୁଇ ଗର୍ଲଫ୍ରେଣ୍ଡଙ୍କ ସହ ଏକା ସହିତ କରିନେଲା ବିବାହ, ଲୋକ କହିଲେ “ପ୍ରଭୁ ଆପଣଙ୍କ ଚରଣ କାହିଁ !” ଜାଣନ୍ତୁ ପୁରା ଘଟଣା

ଆଜି କାଲି ଅନେକ ଯୁବକ ସିଙ୍ଗଲ ଅଛନ୍ତି । ତାଙ୍କ ପାଖରେ ଗୋଟିଏ ମଧ୍ୟ ଗର୍ଲଫ୍ରେଣ୍ଡ ନାହିଁ । ବିବାହ କଥା କହିଲେ ପସନ୍ଦ ଯୋଗ୍ୟ ଝିଅ ମିଳୁ ନାହିଁ । ଏପରି ପରିସ୍ଥିତିରେ ଇଣ୍ଡୋନେସିଆ ରୁ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି ଗୋଟିଏ ଯୁବକ ଏକା ସହିତ ଦୁଇ ଜଣଙ୍କୁ ବିବାହ କରିଛି । ଆଶ୍ଚର୍ଯ୍ୟକର କଥା ହେଲା ବିବାହ ପୂର୍ବରୁ ସେହି ଦୁଇ ଜଣ ତା’ର ଗର୍ଲଫ୍ରେଣ୍ଡ ଥିଲେ । ଯେତେବେଳେ ତାକୁ ପଚରାଗଲା କି

ଭାଇ ଖବର କଣ ? ଏହି ଦୁଇ ଜଣଙ୍କ ସହିତ ଏକା ସହିତ ବିବାହ କାହିଁକି କଲ ? ତେବେ ଜବାବ ରେ ସେ କହିଲା କି “ମୁଁ କାହାକୁ ଦୁଃଖୀ କରିବାକୁ ଚାହୁଁ ନଥିଲି ।” କେବଳ ଏତିକି ନୁହେଁ । ଏହି ଯୁବକ ଦୁଇ ଝିଅଙ୍କୁ ବିବାହ କରିବା ବଦଳରେ ତାଙ୍କ ପରିବାରକୁ ଯୌତୁକ ମଧ୍ୟ ଦେଇଛନ୍ତି ।

କହି ଦେଉଛୁ କି ଇଣ୍ଡୋନେସିଆରେ ଯୌତୁକ ପୁଅ ଘରବାଲା ଝିଅ ଘରବାଲାଙ୍କୁ ଦେଇଥାନ୍ତି । ଏହା ଏକ ପ୍ରତୀକ ହୋଇଥାଏ କି ପୁଅ ଜଣଙ୍କ ଝିଅକୁ ରଖିବା ପାଇଁ ଓ ତାର ଦେଖାଶୁଣା କରିବା ପାଇଁ ସକ୍ଷମ ଅଟେ ।

Ani Purwani ନାମକ ଜଣେ ବ୍ୟକ୍ତି ଏହି ଅଦ୍ଭୁତ ବିବାହର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଓ ଏହା ବହୁତ ଭାଇରାଲ ହେବାକୁ ଲାଗିଛି । ସମସ୍ତଙ୍କୁ ଏହା ଆଶ୍ଚର୍ଯ୍ୟ କରୁଛି କି ଝିଅ ଓ ତା’ର ଘରଲୋକଙ୍କୁ ଏହି କଥାରେ କଣ କୌଣସି ଆପତ୍ତି ହେଲା ନାହିଁ ।

କହିଦେଉଛୁ କି ଇଣ୍ଡୋନେସିଆରେ ଏକାଧିକ ବିବାହ କୌଣସି ନୂଆ କଥା ନୁହେଁ । ଏଠାକାର ଆଇନ ୪ ଟି ବିବାହ କରିବାକୁ ଅନୁମତି ଦେଇଥାଏ । ଏହି କଥାର ଫାଇଦା ଉଠାଇ ଏହି ଭାଇ ଦୁଇ ଜଣଙ୍କୁ ଏକା ସହିତ ୧୭ ଅଗଷ୍ଟ ରେ ବିବାହ କରିଥିଲା ।

ଲୋକମାନେ ଦୁଇଟି ବିବାହ କରିଥାନ୍ତି କିନ୍ତୁ ସେଥିରେ କିଛି ସମୟ ଗ୍ୟାପ ଥାଏ କିନ୍ତୁ ଏହି ଭାଇ ତ ଦୁଇ ଜଣଙ୍କୁ ଏକା ସହିତ ଶାନ୍ତିପୂର୍ଣ୍ଣ ଭାବରେ ବିବାହ କରି ଅଲଗା ଲେବଲ ହାସଲ କରିଛନ୍ତି । ଏହାକୁ ଦେଖି ଲୋକମାନେ କହୁଛନ୍ତି “ପ୍ରଭୁ ଆପଣଙ୍କ ଚରଣ କାହିଁ ? କିଛି ଟିପ୍ସ ଆମକୁ ବି ଦିଅ”

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।