ଘରେ ବେହୋସ ହେଇ ପଡିଥିଲେ ଲୋକମାନେ, କବାଟ ଭାଙ୍ଗି ଘର ଭିତରକୁ ପସିବାକୁ ପଡିଲା– ଅଧିକାରୀମାନେ କହିଲେ ବିଶାଖାପଟ୍ଟନମର ହୃଦୟ ଥରେଇ ଦେବା ଭଳି ଭୟଙ୍କର ଦୃଶ୍ୟ

ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମରେ ଏଲଜି ପଲୀମର୍ସ ଫ୍ୟାକ୍ଟରିରେ ହୋଇଥିବା ଗ୍ୟାସ ଲିକ ଦୁର୍ଘଟଣାରେ ପାଖପାଖି ୧୧ ଜଣଙ୍କ ମୃତ୍ୟୁ ହୋଇ ଯାଇଛି । ଏହା ସହିତ ୧ ହଜାରରୁ ବି ଅଧିକ ଲୋକମାନେ ଏହି ଗ୍ୟାସ ଲିକ ଦ୍ଵାରା ଗମ୍ଭୀର ରୂପରେ ପ୍ରଭାବିତ ହୋଇଛନ୍ତି ଓ ବର୍ତ୍ତମାନ ସମୟରେ ସେମାନଙ୍କର ଚିକତ୍ସା ହସ୍ପିଟାଲରେ ଜାରି ଅଛି । ଅନ୍ୟ ପଟେ ପୋଲିସ ଅଫିସରଙ୍କ ଅନୁସାରେ ଗ୍ୟାସ ଲିକ ହେବାର କିଛି ହିଁ ଘଣ୍ଟା ଭିତରେ ସାହାର୍ଯ୍ୟ କର୍ମୀ ଆଖପାଖରେ ଥିବା ପ୍ରଭାବତୀ ଗ୍ରାମରେ ପହଞ୍ଚି ଯାଇ ଥିଲେ ଓ ଘରର କବାଟ ଭାଙ୍ଗି ସେଠି ଫସିଥିବା ବେହୋସ ଲୋକମାନଙ୍କୁ ବଞ୍ଚାଇ ଥିଲେ ।

କହିବାକୁ ଗେଲ ଏନଡୀଟୀବୀରେ ପ୍ରକାଶିତ ଖବର ଅନୁସାର ଆନ୍ଧ୍ରପ୍ରଦେଶର ଶୀର୍ଷ ପୋଲିସ ଅଫିସର କହିଲେ କି ସାହାର୍ଯ୍ୟ କର୍ମୀ ଗ୍ରାମରେ ଥିବା ଘରର କବାଟ ଭାଙ୍ଗି ବେହୋସ ହୋଇ ପଡିଥିବା ଲୋକମାନଙ୍କୁ ହସ୍ପିଟାଲ ନେଇ ଯାଇଥିଲେ । ଏହି ସବୁ ଲୋକମାନେ ଗ୍ୟାସ ଲିକ ହେବା କାରଣରୁ ଘରେ ହିଁ ବେହୋସ ହୋଇ ଯାଇଥିଲେ । ରାଜ୍ୟର ଡ଼ିଜିପି ଗୌତମ ସୱାଂଗଙ୍କ ଅନୁସାରେ ଦୁଇ ଜଣ ଲୋକ ବେହୋସ ହୋଇ ନଳାରେ ପଡି ଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଛି ।

ଏହି ଘଟଣା ପରେ ଫ୍ୟାକ୍ଟରିର ଆଖପାଖରେ ଥିବା ଗ୍ରାମକୁ ବଞ୍ଚାଇବା ପାଇଁ ଯାଇଥିବା ଅଫିସରମାନଙ୍କ ଅନୁସାରେ ରାସ୍ତାରେ ହିଁ କିଛି ଲୋକମାନେ ବେହୋସ ହୋଇ ପଡି ଯାଇଥିଲେ । ରାସ୍ତାରେ ଅନେକ ଲୋକ ବେହିଷ ହେଇ ପଡିଥିଲେ ଓ ଏହା ସହିତ ଦେଖିବାକୁ ମିଳିଥିଲା କି ଅନେକ ଗାଈ ଗୋରୁ ମଧ୍ୟ ଅଚେତ ହେଇ ପଡିଥିଲେ । ଅନ୍ୟ ପଟେ କେନ୍ଦ୍ର ଗୁରୁବାର ଦିନ କହିଛି କି ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମରେ ଏକ ରସାୟନ ଗ୍ୟାସ ଲିକ ହୋଇ ଯିବା କାରଣରୁ ୧୧ ଜଣ ଲୋକଙ୍କ ମୃତ୍ୟୁ ହୋଇ ଯାଇଛି, ଯେତେବେଳେ କି ୧୦୦୦ ଜଣ ପ୍ରଭାବବିତ ହୋଇଛନ୍ତି ।

ଆନ୍ଧରପ୍ରଦେଶର ମୁଖ୍ୟମନ୍ତ୍ରୀ ବାଈଏସ ଜଗନମୋହନ ରେଡ୍ଡୀ ବିଶାଖାପଟ୍ଟନମ ଗ୍ୟାସ ଲିକ ଘଟଣାରେ ମରିଥିବା ଲୋକମାନଙ୍କ ପରିଜନମାନଙ୍କୁ ୧ – ୧ କୋଟି ଟଙ୍କା ସାହାର୍ଯ୍ୟ ରାଶି ଦେବାର ଘୋଷଣା ବି କରିଛନ୍ତି । ସେ ଆଘାତ ପ୍ରାପ୍ତ ଲୋକମାନଙ୍କୁ ଜଲ୍ଦି ରୁ ଜଲ୍ଦି ସାହାର୍ଯ୍ୟ କରିବା ପାଇଁ ଘୋଷଣା ବି କରିଛନ୍ତି । ରାଷ୍ଟ୍ରୀୟ ବିପଦ ମୋଚନ ବଳ (ଏନଡ଼ିଆରଏଫ)ର ମହାନିର୍ଦେଶକ ଏସଏନ ପ୍ରଧାନ କହିଲେ କି ବର୍ତ୍ତମାନ ଗ୍ୟାସର ପ୍ରଭାବ ବହୁତ କମ ହୋଇ ଯାଇଛି ।

କିନ୍ତୁ ଏନଡୀଆରଏଫ କର୍ମୀ ଏହାକୁ ପୂରାପୂରି ବନ୍ଦ କରିବା ପର୍ଯ୍ୟନ୍ତ ଲୋକମାନେ ସୂରକ୍ଷା ପାଇଁ ଉପସ୍ଥିତ ରହିବେ । ସେ କହିଲେ କି ଗ୍ୟାସ ଲିକ ହେବା ଦ୍ଵାରା ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ଜଣ ଲୋକମାନଙ୍କ ମୃତ୍ୟୁ ହୋଇଛି । ରାଷ୍ଟ୍ରୀୟ ବିପଦ ପ୍ରବନ୍ଧନ ପ୍ରାଧିକରଣର ସଦସ୍ୟ କମଲ କିଶୋର କହିଲେ କି ସେହି ଫ୍ୟାକ୍ଟରିର ଆଖପାଖରେ ପାଖପାଖି ୧୦୦୦ ରୁ ଉର୍ଦ୍ଧ ଲୋକମାନେ ଗ୍ୟାସ ଲିକ ଦ୍ଵାରା ପ୍ରଭାବିତ ହୋଇଛନ୍ତି । ପ୍ରଧାନ ଆଗକୁ କହିଲେ କି ସେହି ଫ୍ୟାକ୍ଟରିର ତିନି କିଲୋମିଟର ମଧ୍ୟରେ ଥିବା ପାଖପାଖି ୨୦୦ ରୁ ୨୫୦ ପରିବାର ୫୦୦୦ ଲୋକମାନେଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇ ଦିଆ ଯାଇଛି ।