ସ୍ବାମୀଙ୍କୁ ପାନେ ଚଖେଇବା ପାଇଁ Poonam Dhillon ପର ପୁରୁଷଙ୍କ ସହ ବନେଇଥିଲେ ସମ୍ବନ୍ଧ, କିନ୍ତୁ ପ୍ଲାନ ପଡିଗଲା ଓଲଟା

ବଲୀଉଡର ସବୁଠୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଥିବା ପୁନମ ଢିଲ୍ଲୋ ମାତ୍ର ୧୬ ବର୍ଷ ବୟସରେ ହିଁ ମିସ ଇଣ୍ଡିଆ ଟାଇଟେଲ ଜିତି ଯାଇଥିଲେ । କହିଦେଉଛୁ କି ପୁନମ ଢିଲ୍ଲୋ ବହୁତ କମ ବୟସରେ ଅଭିନୟ ଦୁନିଆରେ ଗୋଡ ରଖି ଦେଇ ଥିଲେ । ଅଭିନେତ୍ରୀ ଫିଲ୍ମ ଛଡା ଥିଏଟରରେ ବି ବହୁତ ଏକ୍ଟିବ ରହୁଥିଲେ । ଅଭିନେତ୍ରୀ ପୁନମ ଢିଲ୍ଲୋ ନିଜ ଫିଲ୍ମ ସହିତ ନିଜର ଜୀବନକୁ ନେଇ ବହୁତ ଚର୍ଚାରେ ରହିଛନ୍ତି । ୮୦ – ୯୦ ଦଶକରେ ବଲୀଉଡ ଓ ଦର୍ଶକମାନଙ୍କୁ ନିଜର ସୁନ୍ଦରତାର ଦିବାନା କରିଥିବା ପୁନମ ଢିଲ୍ଲୋ ପ୍ରାୟତଃ ସବୁ ହିରୋଙ୍କ ସହ କାମ କରିଛନ୍ତି ।

ସେ ଅମିତାଭ ବଚ୍ଚନଙ୍କ ଠାରୁ ନେଇ ସନୀ ଦେଓଲ ଓ କମଳ ହାସନଙ୍କ ଭଳି ଷ୍ଟାରଙ୍କ ସହ ଅଭିନୟ କରିଛନ୍ତି । କେବଳ ଅଭିନେତା ନୁହେଁ ପୁନମ ଢିଲ୍ଲୋଙ୍କ ନାଁ କେତେକ ଡାୟେରେକ୍ଟରଙ୍କ ସହ ବି ଯୋଡିଛି । ପ୍ରଥମେ ତାଙ୍କ ଅଫେୟାର ଡାୟରେକ୍ଟର ରମେଶ ସିପ୍ପୀଙ୍କ ସହ ଥିଲା ।

ତାଙ୍କର ନାଁ ଫିଲ୍ମ ମେକର ୟଶ ଚୋପଡାଙ୍କ ସହ ବି ଯୋଡିଥିଲା । ପୁନମ ଢିଲ୍ଲୋ ଓ ରାଜ ସିପ୍ପୀଙ୍କ ଅଫେୟାର ଖବର ବି ସାମ୍ନାକୁ ଆସିଥିଲା । ଖବର ଅନୁସାରେ ପୁନମ ଢିଲ୍ଲୋ ରାଜ ସିପ୍ପୀଙ୍କୁ ବହୁତ ଚାହୁଁ ଥିଲେ । ରାଜ ସିପ୍ପୀ ପୂର୍ବରୁ ହିଁ ବିବାହିତ ଥିଲେ ଓ ଏହି କାରଣରୁ ଦୁଇ ଜଣଙ୍କ କେବେ ବି ବିବାହ ହୋଇ ପାରିଲା ନାହିଁ । ଶେଷରେ ପୁନମ ଢିଲ୍ଲୋଙ୍କୁ କାହାର ବି ସାଥ ମିଳିଲା ନାହିଁ ଅର୍ଥାତ ସେ ନିଜର ପ୍ରେମ କାହାଣୀକୁ ପୁରା କରି ପାରିଲେ ନାହିଁ । ଏହା ପରେ ତାଙ୍କ ଜୀବନରେ ଅଶୋକ ଠାକେରିୟା ଆସିଲେ ।

ଦୁଇ ଜଣ ବିବାହ କରିବା ପାଇଁ ନିଷ୍ପତି ନେଲେ । ବିବାହକୁ ମାତ୍ର ଦୁଇ ବର୍ଷ ହୋଇଥିଲା କି ଦୁଇ ଜଣଙ୍କ ବିବାଦ ଖବର ସାମ୍ନାକୁ ଆସିଲା । ଅଶୋକଙ୍କ ଅଫେୟାର ଖବର ସାମ୍ନାକୁ ଆସିବା ପରେ ପୁନମ ଚିନ୍ତିତ ହୋଇ ଯାଇ ଥିଲେ । ସୂତ୍ର ଅନୁସାରେ ଅଭିନେତ୍ରୀ ନିଜ ସ୍ଵାମୀ ଅଶୋକଙ୍କୁ ଶିକ୍ଷା ଦେବା ପାଇଁ ଏକ ଭିନ୍ନ ଉପାୟ ଚିନ୍ତା କରିଲେ । ନିଜର ବିବାହିତ ଜୀବନରେ ଧୋଖା ମିଳିବା ପରେ ସେ ଅନ୍ୟ ପୁରଷ ଆଡକୁ ଆକର୍ଷିତ ହେଲେ ।

ଖବର ଅନୁସାରେ ହଙ୍ଗକଙ୍ଗର ଜଣେ ବିଜନେସମ୍ୟାନ କୀକୁଙ୍କ ସହ ପୁନମଙ୍କ ଅଫେୟାର ଆରମ୍ଭ ହୋଇଗଲା । ଶେଷରେ ପୁନମ ଢିଲ୍ଲୋ ଓ ଅଶୋକ ଠାକେରିୟା ୯ ବର୍ଷର ବିବାହିତ ଜୀବନକୁ ୧୯୯୭ରେ ଶେଷ କରିବାକୁ ନିଷ୍ପତି ନେଲେ ଓ ଦୁଇ ଜଣ ଛାଡପତ୍ର ନେଇ ଅଲଗା ହୋଇଗଲେ । ଛାଡପତ୍ର ନେବା ପରେ ପୁନମ ଢିଲ୍ଲୋ କାହାକୁ ବି ବିବାହ କରିଲେ ନାହିଁ ଓ ନିଜର ଦୁଇ ସନ୍ତାନଙ୍କ ଦେଖାଶୁଣା କରିଲେ ।