ରବି ଶାସ୍ତ୍ରୀଙ୍କ ପାଇଁ ଏହି ବରିଷ୍ଠ ମହିଳା ନେତା ଜଣକ କରିଥିଲେ ୩୩ ବର୍ଷ ଅପେକ୍ଷା, ଯେତେବେଳେ ଦେଖାହେଲେ କଲେ କିଛି ଏମିତି କି …

ଟିମ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ ନିଜର ଡୈସିଂଗ ପର୍ସନାଲିଟି ପାଇଁ ଜଣା ଯାଆନ୍ତି । କ୍ରିକେଟରୁ ନେଇ କମେଣ୍ଟ୍ରି ପର୍ଯ୍ୟନ୍ତ ନିଜର କ୍ରିକେଟିଙ୍ଗ କ୍ୟାରିୟରରେ ଶାସ୍ତ୍ରୀ ଭିନ୍ନ ଭିନ୍ନ କୀର୍ତିମାନ କରିଛନ୍ତି । ଯେଉଁଥି ପାଇଁ ତାଙ୍କର ଫ୍ୟାନ ମାନଙ୍କର ସଂଖ୍ୟା ବଢିଥାଏ । ଶାସ୍ତ୍ରୀଙ୍କର ଫ୍ୟାନ ଲିଷ୍ଟରେ କେବଳ ସାଧାରଣ ଲୋକ ନୁହନ୍ତି ସିନେମା ଜଗତର ଲୋକମାନେ ବି ଏଥିରେ ସାମିଲ ଅଛନ୍ତି ।

ସେଥି ମଧ୍ୟରୁ ଜଣେ ଅଟନ୍ତି ଅଭିନେତ୍ରୀ ଓ ବର୍ତ୍ତମାନ କଂଗ୍ରେସ ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ଖୁଶବୂ ସୁନ୍ଦର । ଯାହାଙ୍କର ୩୩ ବର୍ଷର ଏକ ସ୍ଵପ୍ନ ଏବେ ସତ ହୋଇଯାଇଛି । କହିବାକୁ ଗଲେ ଖୁଶବୁଙ୍କର ଇଚ୍ଛା ଥିଲା କି ରବି ଶାସ୍ତ୍ରୀଙ୍କୁ ସେ ଦେଖା କରିବେ ଓ ତାଙ୍କ ସହିତ ଏକ ଫଟୋ ଉଠାଇ ନିଜର ଡାଇନିଂଗ ହଲରେ ରଖିବେ । ଗତ କିଛି ଦିନ ତଳେ ଟିମ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ସହ ତାଙ୍କର ଦେଖା ହେଲା ତେବେ ସେ ସେଲ୍ଫୀ ନେବାରେ ସଫଳ ହେଲେ ।

ଅଭିନେତ୍ରୀ ଖୁଶବୁ ରବି ଶାସ୍ତ୍ରୀଙ୍କର ଜବର୍ଦସ୍ତ ଫ୍ୟାନ

ଖୁଶବୁଙ୍କର ସ୍ଵପ୍ନ ସେତେବେଳେ ସତ ହୋଇଗଲା, ଯେତେବେଳ ଟିମ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ସହିତ ସେଲ୍ଫୀ ନେବାରେ ସେ ସଫଳ ହୋଇଗଲେ । ଖୁଶବୁ ରବି ଶାସ୍ତ୍ରୀଙ୍କର ଜବର୍ଦସ୍ତ ଫ୍ୟାନ ଅଟନ୍ତି ଓ ଖୁଶବୂ ନିଜର ଏହି ଖୁସିକୁ ଟ୍ୱିଟର ଜରିଆରେ ଜାହିର କରିଛନ୍ତି ।

୩୩ ବର୍ଷ ପର୍ଯ୍ୟନ୍ତ କରିବାକୁ ପଡିଲା ଅପେକ୍ଷା

ସେ ଟ୍ୱିଟରେ ଲେଖିଲେ କି – ମୋର ସ୍ଵପ୍ନ ସତ ହୋଇଗଲା….ଶେଷରେ ମୁଁ ନିଜ ହିରୋ ରବି ଶାସ୍ତ୍ରୀ ସହ ଦେଖା କରିଲି…. ମୋର ଧୈର୍ଯ୍ୟ କାମରେ ଆସିଲା….ତାଙ୍କ ସହ ଦେଖା କରିବା ପାଇଁ ମୁଁ ୩୩ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିଥିଲି ।

ଫିଲ୍ମରେ କାମ କରିସାରିଛନ୍ତି ଖୁଶବୁ

ଖୁଶବୁ ହିନ୍ଦୀ ଫିଲ୍ମରେ ଏକ ବାଲ୍ୟ କଳାକାର ରୂପରେ ଡେବ୍ୟୁ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ‘ଦ ବର୍ନିଂଗ ଟ୍ରେନ’ ଥିଲା । ଏହାର ଗୀତ ‘ତେରୀ ହୈ ଜମୀନ ତେରା ଆସମାନ’ ରେ ସେ ପ୍ରଥମ ଥର ନଜର ଆସିଥିଲେ । ଏହା ପରେ ସେ ‘ନସୀବ, ଲାୱାରିସ, କାଲିୟା ଓ ଦର୍ଦ କା ରିସ୍ତା’ ଭଳି ଫିଲ୍ମରେ ବି କାମ କରି ଛନ୍ତି ।

ଯଦି ଆର୍ଟିକୀଲଟି ଭଲ ଲାଗିଥାଏ ତେବେ ସେଆର କରନ୍ତୁ । ଆଗକୁ ଆମ ସହିତ ଯୋଡି ହେବା ପାଇଁ ପେଜକୁ ଲାଇକ କରନ୍ତୁ ।