ଆଜିର ରାଶିଫଳ 15 ମେ 2019, ବୁଧବାର – ମା ଦୁର୍ଗାଙ୍କ କୃପା ମିଳିବ ଏହି ୪ଟି ରାଶିକୁ

ମେଷ:-

ଆପଣଙ୍କର ପ୍ରତି ପଥରେ କୌଣସି ପ୍ରତିବଂଧକ ସୃଷ୍ଟିହୋଇପାରେ । ଆପଣ ଏଥିପାଇଁ କିଛି ପରିମାଣରେ ନିରାଶ ହୋଇ ପାରନ୍ତି । କିନ୍ତୁ ଆପଣ ଏ ପ୍ରତିବଂଧକ ଏଡାଇବା ପାଇଁ କଠିନ ପରିଶ୍ରମ କରି ଆସନ୍ତୁ । ଦୃଢସଂକଲ୍ପ ଓ ଆତ୍ମବିଶ୍ଵାସରେ ଚାକିରୀ କ୍ଷେତ୍ରରେ ସୁଧାର ଆସିବ । ବନ୍ଧୁ ମିତ୍ରଙ୍କ ଆଗମନ ହେବ । ବାଣିଜ୍ୟ କ୍ଷେତ୍ରରେ ଲୋକଙ୍କ ପ୍ରତି ଉଦାର ଓ ଦୟାଳୁ ପ୍ରବୃତି ଜାଗ୍ରତ ହେବ । ମହିଳାମାନଙ୍କର ପ୍ରିୟଜନ ଓ ପରିବାର ସଦସ୍ୟ ନିକଟତର ହେବେ । ବାଦବିବାଦ, ମାଲିମୋକଦ୍ଦମା, ଖେଳ, କୁଦ, ପ୍ରତିଯୋଗିତାରେ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ ।

ବୃଷ:-

ଆଜି ଆପଣଙ୍କ ମାନସିକ ଶକ୍ତି ଏହାର ଚ଼ରମ ସୀମାରେ ରହିବ । ଆପଣଙ୍କୁ ଅସୁବିଧା ଅବସର ଭଳି ଲାଗିବ ଏବଂ ଏହା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ହେବ । ବିପଦ ସହ ସଂଗ୍ରାମ କରିବାର ଆପଣଙ୍କର ଏହି ସ୍ୱଭାବ ଆପଣଙ୍କୁ ଆଗେଇ ନେବ । ଦାମ୍ପତ୍ୟ ସୁଖରେ ବାଧା ଦେଖାଦେବ । କର୍ମଜୀବିମାନେ ଅସୁବିଧାର ସମ୍ମୁଖୀନ ହେବେ । ଅତ୍ୟଧିକ ପରିଶ୍ରମ ଓ ଅନିଦ୍ରାଜନିତ ରୋଗପ୍ରତି ସାବଧାନ ରହିବା ଉଚିତ୍ । ପୂର୍ବରୁ ଆରମ୍ଭ ହୋଇଥିବା କାର୍ଯ୍ୟ ପୁରଣରେ ବିଳମ୍ବ ହେବ । ବ୍ୟବସାୟୀମାନେ କଠିନ ପରିଶ୍ରମ ଫଳରେ ନୈରାଶ୍ୟର କାର ମଧ୍ୟକୁ ଠେଲି ହୋଇଯିବେ । ପିତା ମାତାଙ୍କ ଠାରୁ ସହଯୋଗ ମିଳିବ । ପ୍ରତିକାର:- ଅସହାୟ ମାନଙ୍କୁ ସାହାଯ୍ୟ କରନ୍ତୁ ।

ମିଥୁନ:-

ଆପଣଙ୍କ ମଧ୍ୟରୁ ଯେଉଁମାନେ ପରିବାର ଠାରୁ ଦୂରରେ ଅଛନ୍ତି ସେମାନେ ନିଜ ପରିବାର ସହିତ ଭଲ ସମୟ କଟାଇପାରିବେ । ଆପଣ ଏହି ସମୟର ଉପଯୋଗ ପୁରୁଣା ସ୍ମୃତିକୁ ମନେ ପକାଇବାରେ ବ୍ୟବହାର କରିପାରିବେ । ପ୍ରେରଣା ଓ ଆର୍ଥିକ ସହାୟତାରେ କର୍ମକ୍ଷେତ୍ରରେ ପ୍ରମୋଶନ ଓ ପରିବର୍ତ୍ତନ ଆସିବ । ବ୍ୟବସାୟରେ ଉଚିତ୍ ଲାଭ ପ୍ରାପ୍ତ ହେବା ସହ କୌଣସି ନୂଆ ପ୍ରୋଜେକ୍ଟ ଆରମ୍ଭ କରିପାରିବେ । ଘନିଷ୍ଠ ବ୍ୟକ୍ତିଙ୍କ ସହିତ ଭେଟ ହେବ । ବନ୍ଧୁ ମିତ୍ରଙ୍କ ଆଗମନ ହେବ । ଲୋକଙ୍କ ପ୍ରତି ଉଦାର ଓ ଦୟାଳୁ ପ୍ରବୃତି ଜାଗ୍ରତ ହେବ । ପ୍ରିୟଜନ ଓ ପରିବାର ସଦସ୍ୟ ଆପଣଙ୍କ ନିକଟତର ହେବେ । ଦୃଢସଂକଲ୍ପ ଓ ଆତ୍ମବିଶ୍ଵାସରେ ଭରପୁର ହେବ । ପ୍ରତିକାର:- ଗୋମାତାକୁ ଖାଇବାକୁଦେବା ଆବଶ୍ୟକ ।

କର୍କଟ:-

ଆଜି ଆଧ୍ୟାତ୍ମିକତା ପ୍ରତି ଆପଣଙ୍କ ଆଗ୍ରହ ବଢିବ । ଆଜି ଆପଣଙ୍କୁ ଜାଣିବାକୁ ଇଛା ହେବକି ଆପଣ କୋଉଁ ଦିଗରେ ଅଗ୍ରସର ହେଉଛନ୍ତି । ଏହି ପଥରେ ଚାଲି ଆପଣନିଜକୁ ଠିକ ଭାବରେ ବୁଝିପାରିବେ । ବାହନ ଓ ଭୌତିକ ଐଶ୍ଵର୍ଯ୍ୟ ସାଧନରେ ବୃଦ୍ଧି ହେବ । କୌଣସି ଶୁଭ ସମାଚାର ଶୁଣିବେ ଓ ହସ-ଖୁସିରେ ସମୟ ବ୍ୟତୀତ ହେବ । ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ-ବିବାହ, ଚାକିରୀ ଇତ୍ୟାଦି ସଂପୂର୍ଣ୍ଣ ହେବ । ବ୍ୟାପାରରେ ପ୍ରଚୁର ଲାଭ ହେବ, କିନ୍ତୁ କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । କୋର୍ଟ-କଚେରୀ ମାମଲା ସମାଧାନ ହୋଇଯିବ । ଛାତ୍ର-ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ । ପ୍ରତିକାର–କୌଣସି ଲୋକକୁ ମିଠା ଖାଇବାକୁ ଦେବେ ।

ସିଂହ:-

ଆଜି ସାହିତ୍ୟ ପଢ଼ିଲେ ଆପଣଙ୍କୁ ବହୁତ ଲାଭ ମିଳିବ । ବୋଧହୁଏ ଆପଣଙ୍କୁ ଏମିତି ଲାଗିବ ଯେ ଆପଣ ଯାହା ପଢ଼ିଛନ୍ତି ସେହି ପାଠ ଆପଣଙ୍କ ବ୍ୟକ୍ତିଗତ ଉନ୍ନତିରେ ସହାୟକ ହେବ । ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ । ଉପରିସ୍ଥ କର୍ମଚାରୀ, ଗୁରୁ ଓ ଗୁରୁଜନମାନଙ୍କର ସହଯୋଗ ପାଇବେ । ବ୍ୟବସାୟ କ୍ଷେତ୍ରରେ ବହୁତ ପରିଶ୍ରମ କଲେ ଅର୍ଥ ଲାଭ ହେବ । ପିତା ମାତାଙ୍କ ଠାରୁ ସାହାଯ୍ୟ ମିଳିବ । ଆର୍ଥିକ ଉନ୍ନତିରେ ବାଧା ଓ ଶାରିରୀକ ଅସୁସ୍ଥତା ଦେଖାଦେବ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । ଚାକିରୀ କ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟଚାପ ଯୋଗୁଁ ମନ ଅଶାନ୍ତି ଲାଗିବ । ପ୍ରତିକାର– ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ ।

କନ୍ୟା:-

ଆଜିର ଦିନ ଟି ଆପଣଙ୍କର ଜୋସ୍ ରେ ଭରା ରହିବ । ଆଜି ଆପଣଙ୍କୁ ଆପଣଙ୍କର ପ୍ରତ୍ୟେକ ଦିନର ଦିନଚ଼ର୍ଯ୍ୟାରୁ ମୁକ୍ତି ମିଳିବ । ଏବଂ ଆପଣ ନିଜକୁ ସତେଜ ଅନୁଭବ କରିବେ । ଧନ ସମ୍ବନ୍ଧୀୟ ମାମଲାରେ ବୁଦ୍ଧି ଓ ବିବେକ ଦ୍ଵାରା ବିଚାର କଲେ ଲାଭ ମିଳିବ । ପାରିବାରିକ ଜୀବନରେ ସୁଧାର ହେବ । ବ୍ୟବସାୟ ବଢାଇବାରେ ସମର୍ଥ ହେବେ । କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ । ତଳ ମହଲରୁ ଆଶାତୀତ ଲାଭ ପାଇବେ । ମାଲିମୋକଦ୍ଦମାରେ କୂଟନୀତିର ଶିକାର ହେବେ । ରାଜନୀତିରେ ସମାଲୋଚିତ ହେଲେମଧ୍ୟ ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରହିବ । ପ୍ରତିକାର:- ଷଣ୍ଢକୁ ଖାଦ୍ୟ ଦିଅନ୍ତୁ ।

ତୁଳା:-

ଆପଣଙ୍କ ଭ୍ରମଣଯୋଗ ଆସି ଯାଇଛି । ସେଥିପାଇଁ ପ୍ରସ୍ତୁତ ରୁହନ୍ତୁ । ବିଶେଷ .ଯାତ୍ରା କରିବା ସମ୍ବାବନା ମଧ୍ୟ ରହିଛି । ଏହା ପରିବାର କିମ୍ବା କାର୍ଯ୍ୟ ସମ୍ପର୍କିତ ଭ୍ରମଣ ହେଉ ପଛେ ଉପଭୋଗ ନିଶ୍ଚୟ ହେବ । କର୍ମକ୍ଷେତ୍ରରେ କ୍ଷମତା ଶକ୍ତି ବଳରେ ନିଜର ସମୟ ବିତାଇବେ । ରାଜନୀତି କ୍ଷେତ୍ରରେ ମନୋରଞ୍ଜନ କାର୍ଯ୍ୟ କ୍ରମରେ ଯୋଗଦେଇ କଳାସଙ୍ଗୀତ ଓ ନୃତ୍ୟ ଗୀତରେ ମଜ୍ଜି ରହିବେ । ମହିଳାମାନେ ସମ୍ବନ୍ଧ ଓ ସମ୍ପର୍କରେ ସୁଖ ଶାନ୍ତିରେ ଦିନଟି କଟାଇବେ । ଅବିବାହିତ ଯୁବକ ଓ ଯୁବତୀ ମାନଙ୍କର ବିବାହ ଧାର୍ଯ୍ୟ ହେବ । ଛାତ୍ର ଓ ଛାତ୍ରୀମାନେ ବାହ୍ୟ ଦେଶକୁ ଯାତ୍ରା କରିବେ । ପ୍ରତିକାର– ଅସହାୟକୁ ନିରାଶ କରିବେ ନାହିଁ ।

ବିଛା:-

ଆଜି ଆପଣଙ୍କୁ ନିଜ ସାଙ୍ଗମାନଙ୍କ ସୁସମ୍ମାନ ପାଇଁ ଖୁସିମିଳିବା । କିନ୍ତୁ ସାବଧାନ ରହିବେ , କାରଣ ଆପଣଙ୍କର ହିଁ କିଛି ସାଙ୍ଗ ଆପଣଙ୍କୁ ଇର୍ଷା କରିପାରନ୍ତି । ଏଥିପାଇଁ ଆପଣଙ୍କୁ ଟିକେ ସାବଧାନ ରହିବାକୁ ହେବ । ମହିଳାମାନଙ୍କର ଶାରିରୀକ ଅସୁସ୍ଥତା ଦୂରହେବ ଓ କର୍ମ ନିଯୁକ୍ତିର ସୁଯୋଗ ପାଇବେ । କର୍ମଚାରୀମାନେ କର୍ମ କ୍ଷେତ୍ରରେ ଅସୁବିଧାର ସମ୍ମୁଖିନ ହେବେ । ବାଣିଜ୍ୟ କ୍ଷେତ୍ରରେ ନାନା ପ୍ରକାର ସଂଘର୍ଷ ମଧ୍ୟରେ ଗତି କରିବେ । ରାଜନୀତି କ୍ଷେତ୍ରରେ ସାବଧାନତା ପୂର୍ବକ ପାଦ ବଢେଇବା ବୁଦ୍ଧିମତାପୂର୍ଣ୍ଣ ହେବ ନତୁବା କୋର୍ଟ କଚେରୀ ମାମଲାରେ ଫସିଯାଇ ପାରନ୍ତି । ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ ।

ଧନୁ:-

ପରିକ୍ଷାର୍ଥି ଛାତ୍ରଛାତ୍ରୀମାନେ ମାନସିକ ଚାପରେ ରହିବେ । ଆପଣଙ୍କ ମାନସିକ ବିଚଳିତ ହୋଇପାରେ କିନ୍ତୁ ପାଠପଢାରେ ମନଦିଅନ୍ତୁ । ଅଧିକ ଚିନ୍ତା ଗ୍ରସ୍ତ ନହୋଇ ପରୀକ୍ଷାରେ ଭଲ କରିବାକୁ ଚେଷ୍ଟା କରନ୍ତୁ । ରାଜନୈତିକ କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧିହେବା ସହ ଲକ୍ଷ୍ୟ ସିଦ୍ଧିହେବ । ଅବିବାହିତ ଯୁବକ-ଯୁବତୀଙ୍କର ବିବାହ ସ୍ଥିର ହେବ । ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରି ପାରିବେ । ବ୍ୟବସାୟ କ୍ଷେତ୍ରରେ ସୁଖ-ସୌଭାଗ୍ୟ ତଥା ଯଶ-ପ୍ରସିଦ୍ଧି ଆଶା କରି ହେବ । ଶତୃଙ୍କଠାରୁ ଦୂରେଇ ନରହିଲେ ମନସ୍ତାପ ବଢିଯିବ । ପ୍ରତିକାର:- ଦିନ ଦୁଃଖୀଙ୍କୁ ଅନ୍ନ ଦାନ ଦିଅନ୍ତୁ ।

ମକର:-

ଆଜି ଆପଣଙ୍କର ଘର ଉପରେ ଖୁସି ବିଛାଇ ହୋଇଥିବ । ଏହି ଅବସରର ଲାଭ ଉଠାଇବା ସହିତ ଆପଣ ସେହି ଲୋକଙ୍କ ସହିତ ମିସିପାରିବେ ଯାହାକୁ ଆପଣ ଅଧିକ ସମୟ ଧରି ମିସି ନଥିବେ । ଆଜି ଆପଣ ସବୁ ଅସୁବିଧାକୁ ଗୋଟିଏ ଆଡକୁ ରଖି ନିଅନ୍ତୁ । ମହିଳାମାନେ ଭ୍ରମଣ କରିବାର ସୁଯୋଗ ଅଛି । ରାଜନୀତି କ୍ଷେତ୍ରରେ ଲୋକମାନଙ୍କ ସହିତ ମିଳିମିଶି କାମ କରିପାରିବେ । କାର୍ଯ୍ୟ ଓ ବ୍ୟବସାୟରେ ଲକ୍ଷପ୍ରତି ଯଥାର୍ଥବାଦୀ ହେବେ । ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ । ନିଜର ରଚନାତ୍ମକ ଚିନ୍ତା ଚରମ ହେବ ତଥା ଲୋକଙ୍କୁ ନିଜର କରିପାରିବେ । ଆର୍ଥିକ ମାମଲା ସୁଧୁରିଯିବ । ପ୍ରତିକାର– ଗହମ, ଗୁଡ କିଛି ଦାନ କରନ୍ତୁ ।

କୁମ୍ଭ:-

ପରିବାର ବର୍ଗସହ ଭ୍ରମଣ କରିବା ସୁଯୋଗ ସୂଚନା ମିଳେ ।  ବିଶେଷ ଯାତ୍ରା ସୁଯୋଗ ବଢିଲେ ଆଶ୍ଚର୍ଯ୍ୟ ହବାର ନାହିଁ , ତେଣୁ ଯଦି ପାସପୋର୍ଟ ବ୍ୟବସ୍ଥା କରିନାହାଁନ୍ତି , ସେଥିପାଇଁ ଆବେଦନ କରିପାରନ୍ତି । ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ । ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ । ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ । ଛାତ୍ରଛାତ୍ରୀମାନଙ୍କର ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ଵୟ ରହି ବନ୍ଧୁତ୍ଵ ବୃଦ୍ଧି ପାଇବ । କର୍ମଚାରୀମାନଙ୍କର ଅତ୍ୟଧିକ କାର୍ଯ୍ୟଚାପ ହେତୁ ଚିନ୍ତିତ ରହିବେ । ପ୍ରତିକାର–ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରି ଆଶୀର୍ବାଦ ପ୍ରାପ୍ତ କରନ୍ତୁ ।

ମୀନ:-

ଆଜିର ଦିନ ଆପଣଙ୍କ ପାଇଁ ଖୁସି ଏବଂ ଶାନ୍ତି ଆଣିଦେବ । ନିଜ ପ୍ରିୟଜନଙ୍କୁ ଦେଖା କରିବାକୁ ଆପଣଙ୍କର ମନ ହେବ । ଏହି ସମୟର ପୁରା ଲାଭ ଉଠାନ୍ତୁ, ବୁଲିବାକୁ ଯାଆନ୍ତୁ ଏବଂ ନିଜର ସବୁ ଚ଼ିନ୍ତାକୁ ଭୁଲିଯାଆନ୍ତୁ । କୌଣସି ବରିଷ୍ଠ ରାଜନେତା ବା ପଦସ୍ଥ ଅଧିକାରୀ, ସେଲିବ୍ରିଟ୍ ଦ୍ଵାରା ଦେଖାହୋଇ ପାରନ୍ତି । ଶତୃଙ୍କ ସହିତ ମୁକାବିଲା କରିପାରିବେ । ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ବୃଦ୍ଧି ହେବ । ରାଜନୀତି କ୍ଷେତ୍ରରେ ଜନସେବାଦ୍ଵାରା ଉଚ୍ଚସମ୍ପର୍କରୁ ଲାଭବାନ ହେବେ । ଶାରୀରିକ କ୍ଷେତ୍ରରେ ଉନ୍ନତି ହେବ । କର୍ମ କ୍ଷେତ୍ରରେ ସଫଳ ହେବେ । ପାରିବାରିକ ଅଶାନ୍ତି ଦୂରେଇ ଯିବ । ଋଣ ଭରଣାରେ କଷ୍ଟ ହେବ । ପ୍ରତିକାର:- ବିରାଡିକୁ କ୍ଷୀର ଦିଅନ୍ତୁ ।