ପିଲାଙ୍କୁ ବାହାରେ ଛିଡା କରି କାର୍ ପଛ ସିଟ୍ ରେ ପ୍ରେମିକ ସହ ଶାରୀରିକ ସମ୍ପର୍କ ରଖୁଥିଲା ମାଆ ! ଆଉ ତା’ପରେ ଯାହା ହେଲା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ବାପା-ମାଆ ନିଜ ପିଲାଙ୍କର ସର୍ବଦା ଯତ୍ନ ନେଇଥାନ୍ତି । କିପରି ସେମାନଙ୍କ ପିଲାଙ୍କୁ କଷ୍ଟ ନହେବ ବା ସେମାନେ କୌଣସି ଅସୁବିଧାରେ ନ ପଡିବେ ସେଥିପ୍ରତି ଦୃଷ୍ଟି ରଖି ଥାଆନ୍ତି । କିନ୍ତୁ ସବୁ ବାପା-ମା ହୁଏତ ଏହା କରିବାକୁ ସମର୍ଥ ହୋଇ ନଥାନ୍ତି । ଆଜି ଆମେ ଆପଣଙ୍କୁ ଏହିପରି ଜଣେ ମା’ଙ୍କର ଉଦାହରଣ ଦେବାକୁ ଯାଉଛୁ । ନିଜ ପିଲାଙ୍କ ସହ ସେ ଯେଉଁଭଳି କାର୍ଯ୍ୟ କରିଛନ୍ତି ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଜଣେ ମହିଳା ତଥା ମାଆ ନିଜ ପ୍ରେମିକଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ନିଜର ଦୁଇ ପିଲାଙ୍କୁ କାର୍ ରୁ ବାହାର କରି ଦେଇଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ଆର୍ଜେଣ୍ଟିନାର ଲା ପ୍ଲାଟାର ପେରେରା ପାର୍କରେ । ପ୍ରକାଶିତ ରିପୋର୍ଟ ମୁତାବକ, ଜଣେ ମହିଳା ତାଙ୍କ  ଦୁଇ ପିଲାଙ୍କୁ ଧରି କାର୍ ରେ ବୁଲିବାକୁ ବାହାରିଥିଲେ । ଏହି କାର୍ ରେ ସେମାନଙ୍କ ସହ କିଛିଦିନ ପୂର୍ବରୁ ଚିହ୍ନା ପରିଚୟ ହୋଇଥିବା ମହିଳାଙ୍କ ପ୍ରେମିକ ବି ଥିଲେ ।

ତେବେ ଯେମିତି ମହିଳା କାର୍ ନେଇ ପେରେରା ଇଲୋଲା ପାର୍କରେ ପହଞ୍ଚିଥିଲେ । ଜୋର ଜବରଦସ୍ତି ସେ କାର୍ ରୁ ନିଜର ଦୁଇ ପିଲାଙ୍କୁ ଓହ୍ଲାଇ ଦେଇଥିଲେ । ମା’ ଏମିତି କାହିଁକି କରୁଛି ପିଲା ବୁଝିବା ପୂର୍ବରୁ ମହିଳା ଜଣକ କାର୍ ଦ୍ଵାର ଭିତର ପଟୁ ବନ୍ଦ କରି ଦେଇଥିଲେ । ପିଲାମାନେ ମା’କୁ ଡାକୁଥିବା ବେଳେ ମହିଳା ତାଙ୍କ ପ୍ରେମିକଙ୍କ ସହ କାର୍ ପଛ ସିଟ୍ ରେ ଅନ୍ତରଙ୍ଗ ହେବାକୁ ଲାଗିଥିଲେ ।

ପାର୍କକୁ ଆସୁଥିବା ପ୍ରତ୍ଯକ୍ଷଦର୍ଶୀ ମାନେ ପିଲାଙ୍କୁ କାନ୍ଦିବା ଦେଖି କ’ଣ ହୋଇଛି ବୋଲି ପଚାରିଥିଲେ । ପିଲାମାନେ କହିଥିଲେ କି, ତାଙ୍କ ମାଆ କାର୍ ଭିତରେ ଥାଇ ତାଙ୍କୁ ବାହାରେ ଛିଡା କରି ଦେଇଛି । ପ୍ରତ୍ଯକ୍ଷଦର୍ଶୀ ଏହାପରେ କାର୍ ଭିତର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତେବେ ଏହି ଘଟଣାକୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳା ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଥିଲା ।

ଏହି ଘଟଣା ଏବେ ଚାରିଆଡେ ପ୍ରକାଶିତ ହେବା ପରେ ଚର୍ଚ୍ଚାର ବିଷୟ ପାଲଟିଛି । ଶୁଣିବା ଲୋକ ଆଶ୍ଚର୍ଯ୍ୟ ହେବା ସହ ଜଣେ ମା’ ଙ୍କର ଏହିଭଳି କାର୍ଯ୍ୟକଳାପକୁ ନିନ୍ଦା ମଧ୍ୟ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।