ଝିଅମାନଙ୍କ ପାଇଁ ସରକାରଙ୍କ ନୂଆ ଯୋଜନା ! ଏହି ସ୍କିମ ଅନୁସାରେ ଆପଣଙ୍କ ଝିଅଙ୍କୁ ମିଳିବ 65 ଲକ୍ଷ ଟଙ୍କା, ବାସ କରନ୍ତୁ ଏହି ଗୋଟିଏ କାମ

ଯଦି ଆପଣ ଆପଣଙ୍କ ଝିଅ ପାଇଁ ବଡ ଫଣ୍ଡ୍ କରିବା ପାଇଁ ଚାହୁଁଛନ୍ତି ତେବେ ସୁକନ୍ୟା ସମୃଦ୍ଧି ଯୋଜନା (Sukanya Samriddhi Yojana – SSY) ଏକ ବହୁତ ଭଲ ବିକଳ୍ପ ହେବ । ଏହି ଯୋଜନାରେ ପଇସା ନିବେଶ କରି ଆପଣ ନିଜ ଝିଅର ଉଚ୍ଚ ଶିକ୍ଷା, କ୍ଯାରିୟର ଏବଂ ବିବାହ ପାଇଁ ନିଶ୍ଚିନ୍ତ ରହି ପାରିବେ । ଏଥିପାଇଁ ଆପଣଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାରେ ନିବେଶ କରିବାକୁ ହେବ । ୧୦ ବର୍ଷଠୁ କମ୍ ବୟସର ଝିଅ ମାନଙ୍କ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା ଅନ୍ତର୍ଗତ ଆକାଉଣ୍ଟ ଖୋଲା ଯାଇପାରିବ ।

କ’ଣ ଏହି ସୁକନ୍ୟା ସ୍ମୃଦ୍ଧି ଯୋଜନା ?

ସୁକନ୍ୟା ସମୃଦ୍ଧି ଯୋଜନା ଝିଅମାନଙ୍କ ପାଇଁ ସରକାରଙ୍କ ଦ୍ଵାରା ଆରମ୍ଭ କରା ଯାଇଥିବା ଏକ ସଞ୍ଚୟ ଯୋଜନା ଅଟେ । ଯାହାକୁ ‘ବେଟି ବଚାଓ ବେଟି ପଢାଓ’ ଯୋଜନା ଅନ୍ତର୍ଗତ ଲଞ୍ଚ କରାଯାଇଛି । ଛୋଟ ରକମର ସଞ୍ଚୟ ଯୋଜନା ଗୁଡିକ ମଧ୍ୟରେ ସୁକନ୍ୟା ସମୃଦ୍ଧି ଯୋଜନା ସବୁଠାରୁ ଭଲ ସୁଧ ଦେଉଥିବା ଯୋଜନା ଅଟେ ।

ସୁକନ୍ୟା ସମୃଦ୍ଧି ଆକାଉଣ୍ଟ କେମିତି ଖୋଲିବେ ?

ଝିଅ ଜନ୍ମ ହେବା ଠାରୁ ନେଇ ତାକୁ ୧୦ ବର୍ଷ ବୟସ ହୋଇଥିବା ମଧ୍ୟରେ ସୁକନ୍ୟା ସମୃଦ୍ଧି ଯୋଜନାରେ ଆପଣ ଆକାଉଣ୍ଟ ଖୋଲି ପାରିବେ । ଏହି ଯୋଜନା ଅନୁସାରେ ଆପଣ ଅତି କମ୍ ରେ ମାତ୍ର ୨୫୦ ଟଙ୍କା ଜମା କରି ଆକାଉଣ୍ଟ ଖୋଲି ପାରିବେ । କରେଣ୍ଟ ଫିସ୍କଲ ଇୟର ଅନୁସାରେ ସୁକନ୍ୟା ସମୃଦ୍ଧି ଯୋଜନା ଅନୁସାରେ ଆପଣ ବାର୍ଷିକ ସର୍ବାଧିକ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ ।

ବର୍ତ୍ତମାନ ଏହା ଉପରେ ୭.୬ ପ୍ରତିଶତ ସୁଧ ଦେଉଛନ୍ତି ସରକାର । ଏହି ଯୋଜନା ଅନୁସାରେ ଯେକୌଣସି ବ୍ୟକ୍ତି ନିଜର ଦୁଇ ଝିଅଙ୍କ ପାଇଁ ଆକାଉଣ୍ଟ ଖୋଲିପାରିବେ । ୨୧ ବର୍ଷ ହେବା ପରେ ଝିଅମାନେ ଏହି ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ । ଏହି ଯୋଜନା ଅନୁସାରେ ୯ ବର୍ଷ ୪ ମାସରେ ରକମ ଦ୍ଵିଗୁଣ ହୋଇଯିବ ।

କେଉଁଠି ଖୋଲିବେ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ?

ଆପଣ ଯଦି ସୁକନ୍ୟା ସମୃଦ୍ଧି ଯୋଜନା ଅନ୍ତର୍ଗତ ଆକାଉଣ୍ଟ ଖୋଲିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣ ନିକଟସ୍ଥ ଯେକୌଣସି ପୋଷ୍ଟ ଅଫିସକୁ ଯାଇପାରିବେ । ନଚେତ ଯେକୌଣସି କମର୍ସିଆଲ ବ୍ରାଞ୍ଚ ଅଧିକୃତ ଶାଖାରେ ଯାଇ ଆକାଉଣ୍ଟ ଖୋଲି ପାରିବେ ।

ମାଚ୍ୟୁରିଟିରେ ମିଳିବ ୬୫ ଲକ୍ଷରୁ ଅଧିକ ଟଙ୍କା:

ଯଦି ଆପଣ ଏହି ଯୋଜନାରେ ପ୍ରତି ମାସ ୩୦୦୦ ଟଙ୍କା ଲେଖାଏଁ ନିବେଶ କରିବେ ଅର୍ଥାତ ବାର୍ଷିକ ୩୬୦୦୦ ଟଙ୍କା ଜମା କରିବେ, ତେବେ ୧୪ ବର୍ଷ ପରେ ବାର୍ଷିକ ୭.୬ ପ୍ରତିଶତ କମ୍ପାଉଣ୍ଡିଂ ହିସାବରେ ସମୁଦାୟ ୯,୧୧,୫୭୪ ଟଙ୍କା ମିଳିବ । ୨୧ ବର୍ଷରେ ଅର୍ଥାତ ମାଚ୍ୟୁରିଟିରେ ଏହି ଟଙ୍କା ପ୍ରାୟ ୧୫,୨୨,୨୨୧ ଟଙ୍କା ହୋଇଯିବ । ଏହିଭଳି ଭାବେ ଯଦି ଆପଣ ପ୍ରତିଦିନ ମାତ୍ର ୪୧୬ ଟଙ୍କା ସଞ୍ଚୟ କରନ୍ତି ତେବେ ଆପଣ ନିଜ ନିଜ ଝିଅ ପାଇଁ ୬୫ ଲକ୍ଷ ଟଙ୍କାର ଫଣ୍ଡ ଏକାଠି କରିପାରିବେ ।

କେବେ ପର୍ଯ୍ୟନ୍ତ ଏହି ଆକାଉଣ୍ଟ ଜାରି ରହିବ ?

ସୁକନ୍ୟା ସମୃଦ୍ଧି ଯୋଜନାରେ ଆକାଉଣ୍ଟ ଖୋଲିବା ପରେ ଆପଣଙ୍କ ଝିଅକୁ ୨୧ ବର୍ଷ ହେବ ପର୍ଯ୍ୟନ୍ତ ତଥା ୧୮ ବର୍ଷ ବୟସରୁ ତା’ର ବିବାହ ହେବା ପର୍ଯ୍ୟନ୍ତ ଏହି ଆକାଉଣ୍ଟ ଆପଣ ଜାରି ରଖିପାରିବେ । ତେବେ ଆପଣ ନିଜ ପାଇଁ ଏହି ଯୋଜନାରେ ନିବେଶ କରିବାକୁ ଚାହୁଁଥିଲେ ଶୀଘ୍ର କରାଇ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।