ଶୀତଦିନେ ଗରମ ପାଣି ପିଇବାର ଚମତ୍କାରୀ ଫାଇଦା ! ଦେଖନ୍ତୁ ଏନେଇ Dr. Bimal Chhajer (Heartcare & Lifestyle Expert) କ’ଣ କୁହନ୍ତି

ଆଜି ଆମେ ଆପଣଙ୍କୁ ଗରମ ପାଣିକୁ ନେଇ କିଛି ବଢିଆ ସ୍ୱାସ୍ଥ୍ୟ ଟିପ୍ସ ଦେବାକୁ ଯାଉଛୁ । ଆପଣ ଯଦି ସକାଳୁ ଉଠି ଗରମ ପିଉଛନ୍ତି ଓ ରାତିରେ ଶୋଇବା ପୂର୍ବରୁ ମଧ୍ୟ ଗରମ ପଣି ପିଉଛନ୍ତି ଏବଂ ଏହା ମଧ୍ୟରେ ଯଦି ଗରମ ପାଣି ପିଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ଖୁବ୍ ସ୍ଵାସ୍ଥ୍ୟକର ବୋଲି ମାନାଯାଏ । ତେବେ ଆସନ୍ତୁ ଜାଣିବା ଗରମ ପାଣି ପିଇବାର କିଛି ବିଶେଷ ଫାଇଦା ଡାକ୍ତର ବିମଲ ଛାଜେରଙ୍କ ଠାରୁ । ଗରମ ପାଣି ପିଇବା ଦ୍ଵାରା ଆପଣଙ୍କ ଶରୀରରେ ହାଇଡ୍ରେସନ ହୋଇଥାଏ ଓ ଶରୀର ସୁସ୍ଥ ରହିଥାଏ ।

ଆପଣଙ୍କ କିଡନୀ ଭଲଭାବେ ଫଙ୍କସନ କରୁଥିଲେ ଏହା ଆପଣଙ୍କ ଶରୀରରୁ ଅତିରିକ୍ତ ପାଣି ବାହାର କରି ଚାଲିବ । ଯାହାଦ୍ଵାର ଆପଣଙ୍କ ଶରୀର ଡିଟକ୍ସିଫିକେସନ ହେବ । ସେଥିପାଇଁ ଗରମ ପାଣିକୁ ଡିଟକ୍ସିଫିକେସନ ହିସାବରେ ମଧ୍ୟ ଆପଣ ବ୍ୟବହାର କରିପାରିବେ । ଗରମ ପାଣି ବ୍ୟବହାର କରିବା ଦ୍ଵାରା ନାକ ବନ୍ଦ ହେବା, ମୁଣ୍ଡ ବିନ୍ଧିବା ଆଦି ମଧ୍ୟ କମିଯାଏ । ବିଶେଷ କରି ଶୀତଦିନେ ଗରମ ପାଣି ଆମକୁ ଶୀତକୁ କାବୁ କରିବାରେ ସାହାଯ୍ୟ କରିଥାଏ ।

ଗରମ ପାଣି ଆପଣଙ୍କ ହଜମଶକ୍ତିକୁ ମଧ୍ୟ ସକ୍ରିୟ କରିଥାଏ ଓ ପାଚନତନ୍ତ୍ରର କାର୍ଯ୍ୟ ମଧ୍ୟ ଠିକ ହୋଇଥାଏ । ଏହାଦ୍ବାରା ଆପଣଙ୍କ ଗ୍ଯାସ ସମସ୍ଯା ମଧ୍ୟ ଠିକ ହୋଇଯାଏ । ଗରମ ପାଣି ଆପଣଙ୍କ ବ୍ରେନକୁ ସକ୍ରିୟ ରଖିବାରେ ସାହାଯ୍ୟ କରେ ଓ ଆପଣଙ୍କ ବ୍ରେନ ମଧ୍ୟ ସୁସ୍ଥ ରୁହେ । ଯାହାଫଳରେ ଆପଣ ଅଧିକ କାର୍ଯ୍ୟ ମଧ୍ୟ କରିପାରନ୍ତି । ତେବେ ଆପଣ ଭାବୁଥିବେ କେତେ ଅଧିକ ଗରମ ପାଣି ପିଇବେ ? ଆପଣ ଗାର୍ଗ୍ଲିଙ୍ଗ କରିବା ପାଇଁ ବ୍ୟବହାର କରୁଥିବା ଉଷୁମ ପାଣି ପ୍ରାୟ ୪୨॰-୪୫॰ ପର୍ଯ୍ୟନ୍ତ ଗରମ ଥାଏ ।

ଏହାକୁ ସାମାନ୍ଯ ଅଧିକ ଗରମ କରି ଦିଅନ୍ତୁ । ଆମେ ୫୪॰-୭୦॰ ପର୍ଯ୍ୟନ୍ତ ଗରମ ପାଣିକୁ ଆରାମରେ ପିଇ ପାରିବା । ଗରମ ପାଣି ପିଇବା ଦ୍ଵାରା ଆଞ୍ଜାଇଟି କମ୍ ହୋଇଥାଏ ଓ କୋଷ୍ଠକାଠିନ୍ଯ ମଧ୍ୟ ଭଲ ହୋଇଥାଏ । ଏହାସହ ଓଜନ କମାଇବାରେ ମଧ୍ୟ ଗରମ ପାଣି ବିଶେଷ ଭାବେ ସାହାଯ୍ୟ କରିଥାଏ । ଗରମ ପାଣିରେ ସାମାନ୍ଯ ଲେମ୍ବୁରସ ମିଶାଇବା ଦ୍ଵାରା ଏହା ଆହୁରି ଅଧିକ ସ୍ଵାସ୍ଥ୍ୟକର ହୋଇଯାଏ ଓ ଏହାସହ ଶରୀରକୁ ଭିଟାମିନ-ସି ମଧ୍ୟ ମିଳିଥାଏ । ଏହା ଆଣ୍ଟି-ଅକ୍ସିଡାଣ୍ଟ ପରି ମଧ୍ୟ କାମ କରିଥାଏ ।

ଦିନସାରା ଯେତେ ଥର ମଧ୍ୟ ସୁଯୋଗ ମିଳୁଛି ଆପଣ ଚାହା ବଦଳରେ ଗରମ ପାଣି ପିଇବାକୁ ଚେଷ୍ଟା କରନ୍ତୁ । ଆପଣ ଗରମ ପାଣି ପିଇବା ସହ ଆପଣଙ୍କ ସାଙ୍ଗସାଥି ମାନଙ୍କୁ ମଧ୍ୟ ଏହାର ଫାଇଦା ବିଷୟରେ ଜଣାନ୍ତୁ । ଫଳରେ ଆପଣଙ୍କ ସହ ସେମାନେ ମଧ୍ୟ ସମସ୍ତେ ସୁସ୍ଥ ଜୀବନଯାପନ କରିବାରେ ସକ୍ଷମ ହେବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।