ହେମା ମାଳିନୀଙ୍କ ଦୁଇ ବୋହୁ କୌଣସି ବଲୀଉଡ ହିରୋଇନଙ୍କ ଠୁ କମ ନୁହନ୍ତି

ସମସ୍ତେ ବଲୀଉଡର ଅଭିନେତ୍ରୀ ହେମା ମାଳିନୀଙ୍କୁ ଜାଣିଛନ୍ତି । ହେମା ମାଲିନୀଙ୍କୁ ବଲୀଉଡ ଇଣ୍ଡଷ୍ଟ୍ରିରେ ଡ୍ରିମଗର୍ଲ ବୋଲି ବି କୁହାଯାଏ । ଆଜି ବି ସେ ଲକ୍ଷ ଲକ୍ଷ ଲୋକମାନଙ୍କ ପସନ୍ଦିତା ଅଭିନେତ୍ରୀ ଅଟନ୍ତି । ଆଜି ବି କେତେକ ଲୋକମାନେ ତାଙ୍କର ପୁରୁଣା ଫିଲ୍ମ ଗୁଡିକର ଦିବାନା ଅଟନ୍ତି । ସେ ନିଜର ଅଭିନୟ ଓ ଡାନ୍ସ ଦ୍ଵାରା ବର୍ତ୍ତମାନର ଅଭିନେତ୍ରୀମାନଙ୍କୁ ବି ପଛରେ ଛାଡି ଦେଇଛନ୍ତି ।

କହିବାକୁ ଗଲେ ସାଧାରଣ ଲୋକମାନଙ୍କ ଠାରୁ ନେଇ ବଲୀଉଡର ଷ୍ଟାରମାନେ ବି ତାଙ୍କର ଦିବାନା ଅଟନ୍ତି । କିନ୍ତୁ ତାଙ୍କର ସବୁଠୁ ବଡ ଦିବାନା ଧର୍ମେନ୍ଦ୍ର ଅଟନ୍ତି । ସେଥିପାଇଁ ଧର୍ମେନ୍ଦ୍ର ବିବାହିତ ହେବା ସତ୍ବେ ବି ନିଜର ଧର୍ମ ବଦଳାଇ ହେମ ମାଳିନୀଙ୍କୁ ବିବାହ କରିଥିଲେ । ଯଦି ହେମା ମାଳିନୀ ଓ ଧର୍ମେନ୍ଦ୍ରଙ୍କ ପରିବାର ବିଷୟରେ କଥାବାର୍ତ୍ତା କରିବା ତେବେ ତାଙ୍କ ପରିବାରରେ ତାଙ୍କର ଦୁଇ ଝିଅ ଅଛନ୍ତି ।

ଦୁଇ ଝିଅଙ୍କ ନାମ ଇଶା ଦେଓଲ ଓ ଆହନା ଦେଓଲ । ଇଶା ଓ ଆହାନା ବିବାହ କରି ସାରିଛନ୍ତି । ଏହା ଛଡା ଆପଣଙ୍କୁ କହିଦେଉଛୁ କି ହେମା ମାଳିନୀଙ୍କ ଦୁଇ ବୋହୁ ବି ଅଛନ୍ତି । ଯାହାଙ୍କ ନାମ ଅଟେ ପୂଜା ଦେଓଲ ଓ ତାନିଆ ଆହୁଯା ଦେଓଲ । ଯାହାଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । କହିବାକୁ ଗଲେ ଧର୍ମେନ୍ଦ୍ର ୧୯ ବର୍ଷର ଥିଲେ ଯେତେବେଳେ ସେ ନିଜର ପରିବାରର ସହମତିରେ ପ୍ରକାଶ କୌରଙ୍କ ସହିତ ବିବାହ କରିଥିଲେ ।

ଯାହାଙ୍କ ଠାରୁ ତାଙ୍କୁ ୪ଟି ସନ୍ତାନ ହେଲା ଓ ସେମାନଙ୍କ ପିଲାମାନଙ୍କ ନାମ ଅଜୟ, ବିଜୟ, ଅଜୟତା ଓ ବିଜୟତା ଅଟେ । ଅଜୟ ଅଟନ୍ତି ସନୀ ଦେଓଲ ଓ ବିଜୟ ଅଟନ୍ତି ବବୀ ଦେଓଲ । ଏହି ଦୁଇ ଭାଇ ବଲୀଉଡ ଇଣ୍ଡଷ୍ଟ୍ରିରେ କାମ କରିଲେ । କିନ୍ତୁ ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଏମାନଙ୍କ ପରିବାରର ଝିଅମାନେ କେବେ ବି ମିଡିଆ ସାମ୍ନାକୁ ଆସି ନାହାନ୍ତି । ସେହିଭଳି ଧର୍ମେନ୍ଦ୍ର ଓ ହେମା ମାଳୀଙ୍କ ବୋହୁମାନେ ବହୁତ କମ ମିଡିଆ ସାମ୍ନାକୁ ଆସନ୍ତି ।

ଏମିତିରେ କହିବାକୁ ଗଲେ ଧର୍ମେନ୍ଦ୍ରଙ୍କ ଦ୍ଵିତୀୟ ବିବାହ ପରେ ଧର୍ମେନ୍ଦ୍ରଙ୍କ ପୂର୍ବ ୪ଟି ସନ୍ତାନଙ୍କ ହେମା ମାଲିନୀ ସାବତ ମା ହୋଇଗଲେ । ସେହିଭଳି କହିବାକୁ ଗଲେ ହେମା ମାମାଳିନୀ ବଡ ବୋହୁ ସନୀ ଦେଓଲଙ୍କ ପତ୍ନୀ ପୂଜା ଦେଓଲଙ୍କୁ ବହୁତ ବର୍ଷ ହେବ କ୍ୟାମେରା ସାମ୍ନାରେ ଦେଖା ଯାଇ ନାହିଁ । ନା ହିଁ ସେ ନିଜର ସ୍ଵାମୀଙ୍କ ସହ ନଜର ଆସନ୍ତି ଓ ନା ହିଁ ପରିବାରର କୌଣସି ଅନ୍ୟ ସଦସ୍ୟଙ୍କ ସହିତ ସେ ନଜର ଆସନ୍ତି ।

ଏମିତିରେ ସନୀ ଦେଓଲଙ୍କ ପତ୍ନୀଙ୍କ ବହୁତ କମ ଫଟୋ ସୋସିଆଲ ମିଡିଆରେ ଅଛି ଓ ସେଥିରୁ ଆପଣ ଜାଣି ପାରିବେ କି ସେ କେତେ ସୁନ୍ଦର ଅଟନ୍ତି । କିନ୍ତୁ ଆପଣଙ୍କୁ କହିଦେଉଛୁ କି ଯେତେବେଳେ ସନୀ ଦେଓଲ ନିଜର ବଡ ପୁଅ କରଣ ଦେଓଲଙ୍କୁ ବଲୀଉଡ ଇଣ୍ଡଷ୍ଟ୍ରିରେ ଲଞ୍ଚ କରିଥିଲେ ତେବେ ସେହି ସମୟରେ ତାଙ୍କର ମା ନଜର ଆସିଥିଲେ । ଏହା ଛଡା ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ ପ୍ରକାଶ କୌର ସେହି ସମୟରେ ବି ନଜର ଆସିଥିଲେ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ପୂଜା ଦେଓଲ କେବେ ବି ହେମା ମାଳିନୀଙ୍କ ସହ ସାକ୍ଷାତ କରି ନାହାନ୍ତି । ଏହା ପଛର କାରଣ ହେଉଛି ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ ପ୍ରକାଶ କୌର ହେମା ମାଳିନୀଙ୍କୁ ବହୁତ ଅଧିକ ଘୃଣା କରନ୍ତି ଓ ତାଙ୍କର ସନ୍ତାନମାନେ ବି ଘୃଣା କରନ୍ତି । ଯଦି ବବୀ ଦେଓଲଙ୍କ ବିଷୟରେ କଥାବାର୍ତ୍ତା କରିବା ତେବେ ତାଙ୍କର ପତ୍ନୀଙ୍କ ନାମ ତାନିଆ ଆହୁଯା ଦେଓଲ ଅଟେ ।

ଯିଏକି ବହୁତ ଅଧିକ ସୁନ୍ଦର ଅଟନ୍ତି ଓ ଏକ ବିଜନେସ ମହିଳା ବି ଅଟନ୍ତି । ପିଲାଦିନୁ ହିଁ ବବୀ ଦେଓଲ ଓ ତାନିଆ ପରସ୍ପରକୁ ଜାଣି ଥିଲେ ଓ ସେମାନେ ବହୁତ ଜଲ୍ଦି ବିବାହ ବି କରି ନେଲେ । କିନ୍ତୁ ବିବାହ ପରେ ବହୁତ ବର୍ଷ ପର୍ଯ୍ୟନ୍ତ ତାନିଆ ମିଡିଆ ସାମ୍ନାକୁ ଆସି ନ ଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ସେ କ୍ୟାମରା ସାମ୍ନାରେ ପ୍ରାୟଠ ସ୍ପଟ ହୋଇଥାନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।