Bollywood ର ଏହି 6 ଫ୍ଲପ ହିରୋଇନ ସାଉଥ ଇଣ୍ଡଷ୍ଟ୍ରିରେ କରନ୍ତି ରାଜ

ବଲୀଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସାଉଥ କଳାକାରମାନେ ନିଜର ଭାଗ୍ୟ ପରୀକ୍ଷା କରିସାରିଛନ୍ତି । କେତେକ କଳାକାର ବଲୀଉଡରେ ହିଟ ମଧ୍ୟ ହୋଇଛନ୍ତି । ଅନ୍ୟ ପଟେ କେତେକ ଅଭିନେତ୍ରୀଙ୍କୁ ସେହିଭଳି ସଫଳତା ମିଳି ନାହିଁ । ଏହି ଲିସ୍ଟre ତୃଷା କୃଷ୍ଣନଙ୍କ ଠାରୁ ଆରମ୍ଭ କରି କାଜଲ ଅଗ୍ରୱାଲ ସାମିଲ ଅଛନ୍ତି । ଯେଉଁମାନେ ସାଉଥର ନମ୍ବର ୧ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଅଛନ୍ତି । କିନ୍ତୁ ବଲୀଉଡରେ ଗୋଟିଏ କିମ୍ବା ଦୁଇଟି ଫିଲ୍ମ କରିବା ପରେ ବଲୀଉଡର ଅନ୍ୟ କୌଣସିଶ ଫିଲ୍ମରେ ନଜର ଆସି ନାହାନ୍ତି ।

କାରଣ ଏହି ଅଭିନେତ୍ରୀଙ୍କୁ ବଲୀଉଡରେ ସେହି ନାଁ ଓ ସଫଳତା ମିଳିଲା ନାହିଁ ଯାହା ତାଙ୍କୁ ସାଉଥରେ ମିଳିଛି । ଏମିତିରେ ଆଜି ଆମେ ଆପଣଙ୍କୁ ସାଉଥର ଏମିତି ହିଁ କିଛି ସୁପରହିଟ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ବଲୀଉଡରେ ଫ୍ଲପ ରହିଛନ୍ତି ।

ତମନ୍ନା ଭାଟିୟା

ସାଉଥ ଅଭିନେତ୍ରୀ ତମନ୍ନା ଭାଟିୟା ଅଜୟ ଦେବଗନଙ୍କ ଫିଲ୍ମ ‘ହିମତୱାଲା’ରୁ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋଡ ରଖିଥିଲେ । ଏହା ପରେ ସେ ଅନ୍ୟ କେତେକ ଫିଲ୍ମ ବି କରିଛନ୍ତି । କିନ୍ତୁ ତାଙ୍କୁ ସେହିଭଳି ସଫଳତା ମିଳିଲା ନାହିଁ ଯାହା ତାଙ୍କୁ ସାଉଥରେ ମିଳିଥାଏ ।

ଜେନେଲିୟା ଡିସୁଜା

ବଲୀଉଡ ଅଭିନେତା ରିତେଶ ଦେଶମୁଖଙ୍କ ପତ୍ନୀ ଜେନେଲିୟା ଡିସୁଜା ଇମରାନ ଖାନଙ୍କ ସହ ଫିଲ୍ମ ‘ଜାନେ ତୂ…ୟା ଜାନେ ନା’ ଭଳି ହିଟ ଫିଲ୍ମ କରିଛନ୍ତି । ଜେନେଲିୟା ଡିସୁଜାଙ୍କ ବହୁତ ଭଲ ଫ୍ୟାନ ଫୋଲୋଇଙ୍ଗ ବି ଅଛି । କିନ୍ତୁ ଏହା ସତ୍ବେ ବି ବଲୀଉଡରେ ତାଙ୍କୁ ଖାସ ସଫଳତା ମିଳିଲା ନାହିଁ । କିନ୍ତୁ ସାଉଥ ଇଣ୍ଡଷ୍ଟ୍ରିରେ ବହୁତ ସଫଳତା ହାସଲ କରିଛନ୍ତି ।

ହଂସିକା ମୋଟୱାନୀ

ହଂସିକା ମୋଟୱାନୀ ବଲୀଉଡର ବହୁତ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ତାଙ୍କୁ ସାଉଥ ଇଣ୍ଡଷ୍ଟ୍ରିରେ ଯେଉଁ ନାଁ ଓ ସଫଳତା ମିଳିଛି, ସେହିଭଳି ସଫଳତା ବଲୀଉଡରେ ତାଙ୍କୁ ମିଳି ନାହିଁ । ଆପଣଙ୍କୁ କହିଦେଉଛୁ କି ସେ ସାଉଥ ଇଣ୍ଡଷ୍ଟ୍ରିର ଅଧିକ ଟଙ୍କା ନେଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ।

ଭୂମିକା ଚାୱଲା

ଅଭିନେତ୍ରୀ ଭୂମିକା ଚାୱଲା ସଲମାନ ଖାନଙ୍କ ସହ ଫିଲ୍ମ ତେରେ ନାମରୁ ବଲୀଉଡକୁ ଡେବ୍ୟୁ କରିଥିଲେ । ଯାହାକି ହିଟ ମଧ୍ୟ ହୋଇଥିଲା । କିନ୍ତୁ ଏହା ପରେ ସେ ବଲୀଉଡର ଅନ୍ୟ କେତେକ ଫିଲ୍ମରେ ବି କାମ କରିଲେ । କିନ୍ତୁ ତାଙ୍କୁ ସେହିଭଳି କିଛି ଖାସ ସଫଳତା ମିଳିଲା ନାହିଁ ଯାହା ତାଙ୍କୁ ସାଉଥରୁ ମିଳିଥିଲା ।

ଶ୍ରିୟା ସରନ

ସାଉଥର ସୁପରହିଟ ଅଭିନେତ୍ରୀ ଶ୍ରିୟା ସରନ ଯିଏ ଅଜୟ ଦେବଗନଙ୍କ ସହ ଦ୍ରିଶ୍ୟାମ ଭଳି ସୁପରହିଟ ଫିଲ୍ମ ଦେଲେ । କିନ୍ତୁ ଏହା ସତ୍ବେ ତାଙ୍କୁ ଅନ୍ୟ କୌଣସି ବଡ ଫିଲ୍ମ ମିଳିଲା ନାହିଁ । ଯେତେବେଳେ କି ସାଉଥରେ ଶ୍ରିୟା ସରନଙ୍କ ଆଜି ବି ଜଲୱା ଦେଖିବାକୁ ମିଳେ ।

ଆସିନ

ଅଭିନେତ୍ରୀ ଆସିନ ସାଉଥ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ନାଁ ଅଟନ୍ତି । ତାଙ୍କୁ ହିନ୍ଦୀ ଫିଲ୍ମର ଦର୍ଶକମାନେ ବି ବହୁତ ପସନ୍ଦ କରିଥିଲେ । ସେ ଆମରି ଖାନ ଓ ସଲମାନ ଖାନଙ୍କ ସହ ବି ଫିଲ୍ମ କରିଛନ୍ତି । କିନ୍ତୁ ସେ ବଲୀଉଡରୁ ସାଉଥରେ ସବୁଠୁ ଅଧିକ ସୁପରହିଟ ରହିଥିଲେ । ବର୍ତ୍ତମାନ ସମୟରେ ସେ ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।