ଐଶ୍ୱର୍ୟାଙ୍କର ସୁନ୍ଦରତାରେ ଫିଦା ହୋଇ ନୁହେଁ, ଏହି କାରଣ ଯୋଗୁ ଅଭିଷେକ ବଚ୍ଚନ କରିଥିଲେ ବିବାହ

ଯେତେବେଳେ ଐଶ୍ୱର୍ୟା ପ୍ରଥମ ଥର ‘ବିଶ୍ଵ ସୁନ୍ଦରୀ’ ର ତାଜ ଜିତିଲେ ତେବେ ପୁରା ଦୁନିଆରେ ସେ ଫେମସ ହୋଇଗଲେ । ଐଶ୍ୱର୍ୟାଙ୍କର ସୁନ୍ଦରତା ଲୋକମାନଙ୍କୁ ଦିବାନା କଲା । ସେ ବଲୀଉଡରେ ଗୋଡ ରଖିବା ମାତ୍ରେ ହିଁ ତାଙ୍କର ଚର୍ଚ୍ଚା ହେବାକୁ ଲାଗିଲା । ଏହା ପର ଠାରୁ ବଲୀଉଡର କିଛି ଷ୍ଟାର ଐଶ୍ୱର୍ୟାଙ୍କୁ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ଏହି ସୋଭାଗ୍ୟ କେବଳ ଅଭିଷେକ ବଚ୍ଚନଙ୍କୁ ହିଁ ମିଳିଲା ।

ଆପଣଙ୍କୁ କହିଦେଉଛୁ କି ଅଭିଷେକ ଓ ଐଶ୍ୱର୍ୟା ୨୦୦୭ରେ ବିବାହ କରିଥିଲେ । ତାଙ୍କର ବାହାଘରକୁ ବର୍ତ୍ତମାନ ୧୨ ବର୍ଷ ହୋଇ ଯାଇଛି । ଦୁଇ ଜଣ ପରସ୍ପର ସହିତ ବହୁତ ଖୁସିରେ ଅଛନ୍ତି । ଆମ ମଧ୍ୟରୁ କିଛି ଲୋକମାନଙ୍କୁ ଲାଗେକି ଅଭିଷେକ ଐଶ୍ୱର୍ୟାଙ୍କ ସୁନ୍ଦରତା ଉପରେ ଫିଦା ହୋଇ ତାଙ୍କ ସହିତ ବିବାହ କରିଛନ୍ତି, କିନ୍ତୁ ସତ୍ୟତା କିଛି ଅଲଗା ହିଁ ଅଟେ ।

କହିବାକୁ ଗଲେ ଫିଲ୍ମ କ୍ରିଟିକ ଅନୁପମା ଚୋପଡାଙ୍କୁ ଦେଇଥିବା ଏକ ପୁରୁଣା ଇଣ୍ଟରଭ୍ୟୁରେ ଅଭିଷେକ କହିଥିଲେ କି କେଉଁ କାରଣ ଥିଲା ଯାହା ଦ୍ଵାରା ସେ ଐଶ୍ୱର୍ୟା ରାୟଙ୍କୁ ବିବାହ କରିବା ପାଇଁ ପ୍ରସ୍ତୁତ ହୋଇଗଲେ । ଇଣ୍ଟରଭ୍ୟୁରେ ଅନୁପମା ପଚାରିଲେ କି “କଣ ଦୁନିଆର ସବୁଠୁ ସୁନ୍ଦର ମହିଳାକୁ ବିବାହ କରିବାରେ କୌଣସି କ୍ଷତି ବି ଅଛି ?

ଏହା ଉପରେ ଅଭିଷେକ କହିଥିଲେ କି “ବିଲକୁଲ ନୁହେଁ, କାରଣ ଆମର ସମ୍ପର୍କର ଆଧାର ସୁନ୍ଦରତା ନୁହେଁ ।“ ଏହା ପରେ ଅଭିଷେକ କହିଲେ କି “ମୁଁ ଐଶ୍ୱର୍ୟା ସହ ବିବାହ କରିଲି କାରଣ ସେ ଜଣେ ଭଲ ମଣିଷ ଅଟନ୍ତି । ତାଙ୍କର ସୁନ୍ଦରତା, ଫିଲ୍ମରେ ସଫଳତା ବା ଏକ ଇଣ୍ଟରନ୍ୟାସନାଲ ସେଲିବ୍ରିଟି ହେବା ଆମର ବିବାହର କାରଣ ନ ଥିଲା ।“

ଅଭିଷେକ ଆଗକୁ କହିଲେ କି, “ ଦିନର ଅନ୍ତରେ ଯେତେବେଳେ ଆମେ ଘରକୁ ଆସିଥାଉ ଓ ବିଛଣାରେ ଶୋଇଥାଉ ତେବେ ଆପଣଙ୍କୁ ଏହି ସତ୍ୟତାର ସାମ୍ନା କରିବାକୁ ପଡିଥାଏ କି ସାମ୍ନାରେ ଥିବା ମଣିଷ କେମିତି ହୋଇଥିବ । ମୁଁ ଐଶ୍ୱର୍ୟାଙ୍କ ଭିତରେ ଏକ ଭଲ ମଣିଷ ଦେଖିଲି ସେଥିପାଇଁ ତାଙ୍କ ସହିତ ବିବାହ କରିବା ପାଇଁ ନିଷ୍ପତି ନେଲି ।

କହିଦେଉଛୁ କି ଐଶ୍ୱର୍ୟା ଓ ଅଭିଷେକ ବଲୀଉଡର ବହୁତ ଫେମସ ଦମ୍ପତ୍ତି ଅଟନ୍ତି । ଯେତେବେଳେ ଏମାନଙ୍କର ବିବାହ ହୋଇଥିଲା ସେତେବେଳେ କିଛି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କିନ୍ତୁ ଐଶ୍ୱର୍ୟାଙ୍କ ପାଇଁ ବି ଅଭିଷେକଙ୍କର ଭଲ ଗୁଣ ହିଁ ବିବାହାର ମୁଖ୍ୟ କାରଣ ଥିଲା । ବୋଧେ ଏହି କାରଣ ଅଟେ କି ବାହାଘରର ୧୨ ବର୍ଷ ପରେ ବି ଦୁଇ ଜଣ ବହୁତ ଖୁସି ନଜର ଆସନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।