ବାସ୍ତୁର ଏହି ନିୟମ ଗୁଡିକୁ ସବୁଦିନ କରନ୍ତୁ ପାଳନ, ଘରେ ଆସିବ ସୁଖ – ସମୃଦ୍ଧି, ମହାଲକ୍ଷ୍ମୀଙ୍କର ବର୍ଷିବ କୃପା

ସମସ୍ତ ବ୍ୟକ୍ତି ନିଜ ଜୀବନରେ ସଫଳତା ଓ ଧନ ପାଇବା ପାଇଁ ଦିନ ରାତି ପରିଶ୍ରମ କରିଥାନ୍ତି । ପରନ୍ତୁ ବହୁତ ପରିଶ୍ରମ କରିବା ସତ୍ବେ ବି ବେଳେ ବେଳେ ବ୍ୟକ୍ତିମାନେ ସଫଳ ହୋଇ ପାରନ୍ତି ନାହିଁ । ଯେତେବେଳେ ବ୍ୟକ୍ତିକୁ ନିଜର ପରିଶ୍ରମର ଫଳ ମିଳେ ନାହିଁ ତେବେ ଏହି ସ୍ଥିତିରେ ବ୍ୟକ୍ତି ବହୁତ ନିରାଶ ହୋଇଯାଏ ଓ ପ୍ରାୟତଃ ନିଜର ଭାଗ୍ୟକୁ ହିଁ ଦୋଷ ଦେଇଥାଏ ।

କିନ୍ତୁ ଆପଣ ଯଦି ନିଜ ଜୀବନରେ ଧନ ସମ୍ବନ୍ଧିତ ସମସ୍ୟାକୁ ଦୂର କରିବା ଚାହୁଁଛନ୍ତି ତେବେ ଆପଣ ନିଜ ଭାଗ୍ୟକୁ ଦୋଷ ଦେବା ବଦଳରେ ବାସ୍ତୁ ଶାସ୍ତ୍ରରେ କୁହାଯାଇଥିବା କିଛି ନିୟମକୁ ପାଳନ କରନ୍ତୁ, ଯଦି ଆପଣ ଏହି ନିୟମକୁ ପାଳନ କରୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କୁ ଆପଣଙ୍କର ପରିଶ୍ରମର ଫଳ ନିଶ୍ଚିତ ମିଳିବ ।

ଚାଲନ୍ତୁ ଜାଣିବା ବାସ୍ତୁର ଏହି ନିୟମ ଗୁଡିକ ବିଷୟରେ

·    ବ୍ୟକ୍ତିକୁ ସନ୍ଧ୍ୟା ସମୟରେ ନିଜ ଘରର ମୁଖ୍ୟ ଦ୍ଵାରରେ ଶୋରିଷ ତେଲର ଦୀପ ନିଶ୍ଚିତ ଜଳାଇବା ଉଚିତ । ଦୀପରେ କିଛି ସାବୁତ ଚାଉଳର ଦାନା ବି ରଖିବା ଉଚିତ । ଏହା ଛଡା ଆପଣ ସକାଳେ ଉଠି ଘରର ମୁଖ୍ୟ ଦ୍ଵାରରେ ଏକ ପାତ୍ରରେ ପାଣି ଆଣି ଛିଞ୍ଚନ୍ତୁ ଓ ମାତା ଲକ୍ଷ୍ମୀଙ୍କୁଓ ପିତୃ ପୁରୁଷଙ୍କୁ ଧ୍ୟାନ କରନ୍ତୁ । ଯଦି ଆପଣ ଏହି ଉପାୟକୁ କରୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କର ଧନ ସମ୍ପତ୍ତିରେ ଉନ୍ନତି ଦେଖିବାକୁ ମିଳିବ ।

·    ଯଦି ଆପଣ ନିଜ ଘର ସାମ୍ନାରେ ଜୋତା ଚପଲ ଅଳିଆ କରି ରଖି ଦେଉଛନ୍ତି ତେବେ ଏହା ଅଶୁଭ ହୋଇଥାଏ । ସବୁବେଳେ ଜୋତା ଚପଲକୁ ଠିକ ଭାବରେ ହିଁ ରଖନ୍ତୁ । ଏହା ଛଡା ଆପଣ ଝାଡୁ ଓ ପୋଛାକୁ ଏପଟ ସେପଟ ରଖନ୍ତୁ ନାହିଁ । ଝାଡୁ ଓ ପୋଛାକୁ ଏମିତି ଏକ ସ୍ଥାନରେ ରଖନ୍ତୁ ଯେଉଁଠି କାହାର ବି ନଜର ପଡିବ ନାହିଁ ।

·    ଘରେ ସୂର୍ଯ୍ୟାସ୍ତ ହେବା ପରେ କର୍ପୂର ନିଶ୍ଚିତ ଜଳାନ୍ତୁ ଓ କର୍ପୂରର ଧୂଆଁକୁ ସମସ୍ତ ରୁମରେ ବୁଲାନ୍ତୁ । କାରଣ ବାସ୍ତୁ ବିଜ୍ଞାନ ଅନୁସାରେ କର୍ପୂର ଜଳାଇବା ଦ୍ଵାରା ଘରେ ଥିବା ନକରାତ୍ମକ ଊର୍ଜା ନଷ୍ଟ ହୋଇଯାଏ ଓ ଘରେ ସକରାତ୍ମକ ଊର୍ଜାର ସଂଚାର ହୋଇଥାଏ ।

·    ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି କି ରାତି ସମୟରେ ଶୋଇବା ପୂର୍ବରୁ ଆପଣ ନିଜ ହାତ ଓ ଗୋଡକୁ ଧୋଇକରି ଭଲ ଭାବରେ ପୋଛି କରି ଶୁଅନ୍ତୁ ଓ କେବେ ବି ଓଦା ଗୋଡରେ ବିଛଣାରେ ଚଢନ୍ତୁ ନାହିଁ କାରଣ ଓଦା ଗୋଡରେ ବିଛଣାରେ ଚଢିଲେ ଆପଣଙ୍କୁ ବିଭିନ୍ନ ପ୍ରକାରର ରୋଗ ହୋଇପାରେ । ଏହା ସହିତ ଆପଣଙ୍କୁ ଧନହାନି ବି ହୋଇପାରେ ।

·    ଯେତେବେଳେ ଆପଣ ବିଛଣାକୁ ଯାଉଛନ୍ତି ଶୋଇବା ପାଇଁ ତେବେ ଆପଣ ଟଙ୍କା ହିସାବ କରନ୍ତୁ ନାହିଁ । କାରଣ ଏହା ଦ୍ଵାରା ଆପଣଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ କରିବାକୁ ପଡିପାରେ, ଯଦି ଆପଣ ଶୋଇବା ପୂର୍ବରୁ ଦେବୀ – ଦେବତାଙ୍କର ସ୍ମରଣ କରୁଛନ୍ତି ତେବେ ଆପଣଙ୍କୁ ଲାଭ ପାପ୍ତ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।