ସୁନ୍ଦର ଦିଶିବା ପାଇଁ କିଛି ବି ସୀମା ପାର କରିଦେଇଛନ୍ତି bollywoodର ଏହି 7 ହିରୋଇନ

ନିଜ ସୁନ୍ଦରତା ପାଇଁ ବଲିଉଡର ଅଭିନେତ୍ରୀ ମାନେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । କିନ୍ତୁ କିଛି ଅଭିନେତ୍ରୀଙ୍କ ସୁନ୍ଦରତା ପଛରେ ମଧ୍ୟ ଏକ ବଡ ସତ୍ୟତା ରହିଛି । ତାହା ହେଉଛି କସମେଟିକ ସର୍ଜରୀ । କିଏ ଏଠି ଓଠ ତ କିଏ ନାକ ସର୍ଜରୀ କରେଇଥାଏ । ଆଉ କିଏ କିଏ ନିଜ ଶରୀରକୁ ମଧ୍ୟ ପୁରା ସର୍ଜରୀ କରେଇଥାନ୍ତି । ସର୍ଜରୀ କରିବା ପରେ ମଧ୍ୟ ଅନେକ ଏହାକୁ ଅସ୍ବୀକାର କରିଦେଇଥାନ୍ତି ଓ ଆଉ କିଏ କୁହନ୍ତି ଏହା ମୋ ଶରୀର କାହାକୁ ଏଥିରୁ କଣ ଫରକ ପଡୁଛି । ଆସନ୍ତୁ ଦେଖିବା କେଉଁ ଅଭିନେତ୍ରୀ ମାନେ ଅଛନ୍ତି ଏହି ତାଲିକାରେ ।

ଶ୍ରୀଦେବୀ

ଏହି ତାଲିକାରେ ସର୍ବ ପ୍ରଥମେ ନାମ ଆସେ ସ୍ବର୍ଗୀୟ ଅଭିନେତ୍ରୀ ଶ୍ରୀଦେବୀଙ୍କର । ତାଙ୍କ ମୃତ୍ୟୁର ଖବର ସମସ୍ତଙ୍କୁ ଦୁଃଖୀତ କରିଦେଇଥିଲା । କିନ୍ତୁ ତାଙ୍କ ମୃତ୍ୟୁ ସହ ଜଡିତ ଏକ ରହସ୍ୟ ମଧ୍ୟ ଶୁଣିବାକୁ ମିଳେ ଯେ ତାଙ୍କ ମୃତ୍ୟୁର କାରଣ ଏହି କସମେଟିକ ସର୍ଜରୀ ହିଁ ଅଟେ । ଶୁଣାଯାଏ କି ସେ ନିଜ ମୃତ୍ୟୁ ପୂର୍ବରୁ ୨ଟି ସର୍ଜରୀ ତଥା ନିଜ ଓଠ ଓ ପୁରା ଶରୀରର କିଛି ସର୍ଜରୀ କରାଇଥିଲେ । ଯାହା ଫଳରେ କିଛି ଔଷଧ ଯୋଗୁଁ ସେ ନିଜ ଉପରେ ନିୟନ୍ତ୍ରଣ ରଖି ନ ପାରି ପ୍ରାଣ ହରାଇଥିଲେ ।

ସୁସ୍ମିତା ସେନ

ସୁସ୍ମିତା ସେନ ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ମଧ୍ୟ ରୁ ଜଣେ । କିନ୍ତୁ ବହୁତ ସମୟ ଧରି ସେ ନିଜକୁ ବଲିଉଡରୁ ଦୁରେଇ କି ରଖିଥିଲେ । ମିସ ୟୁନିଭର୍ସ ହେବା ସହ ସେ ଆହୁରି ସୁନ୍ଦର ଦିଶିବା ପାଇଁ କେତୋଟି କସମେଟିକ ସର୍ଜରୀ ମଧ୍ୟ କରିଥିଲେ । କୁହାଯାଏ ସେ ନିଜ ସ୍ତନ ପ୍ରତିରୋପଣ କରାଇଥିଲେ ଓ ନିଜ ନାକକୁ ଆହୁରି ସୁନ୍ଦର କରିବା ପାଇଁ ମଧ୍ୟ ସର୍ଜରୀ କରାଇଥିଲେ ।

ପ୍ରିୟଙ୍କା ଚୋପ୍ରା

ଏହିପରି ସର୍ଜରୀ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ କରାଇଥିଲେ । ସେ ନିଜ ନାକ ଓ ଓଠର ସର୍ଜରୀ କରି ଅଲଗା ଆକୃତି ଦେଇଥିଲେ । ଏହିକଥା ପଚରା ଯିବାରୁ ସେ କହିଛନ୍ତି ଯଦି ଏହି ସର୍ଜରୀ ମୋତେ ଆହୁରି ସୁନ୍ଦର କରିପାରୁଛି ତେବେ ଏହା କରିବାରେ କିଛି କ୍ଷତି ନାହିଁ ।

ଅନୁଷ୍କା ଶର୍ମା

ଏହି ତାଲିକାରେ ଅନୁଷ୍କା ଶର୍ମା ମଧ୍ୟ ସାମିଲ ଅଛନ୍ତି । ଆପଣଙ୍କ ମନେ ଥିବ ତାଙ୍କୁ “ଡକ୍ ଫେସ୍” ଓ “ଡୋନାଲ୍ଡ ଡକ୍” ବୋଲି କୁହା ଯାଉଥିଲା । କାରଣ ସେ ନିଜ ଓଠ ର ଏମିତି ସର୍ଜରୀ କରାଇଲେ ତାଙ୍କ ପୁରା ମୁହଁ ହିଁ ବଦଳି ଯାଇଥିଲା । ମୋଟା ଓଠ କାରଣରୁ ତାଙ୍କୁ ପରିହାସ କରିବାରୁ ସେ “କଫି ଉଇଥ କରଣ” ଶୋ ରେ ଏହାର ଉତ୍ତରରେ କହିଥିଲେ କି “ଏହା ମୋ ଶରୀର ଏଥିପାଇଁ ମୁ ଜମା ବି ଲଜ୍ଜିତ ନୁହେଁ. ମୁ ବି ଏକ ମଣିଷ ଅଟେ, ମୋ ଠାରେ ବି କିଛି ଅସମ୍ପୂର୍ଣ୍ଣତା ରହିଛି । ”

କରୀନା କପୁର ଖାଁ

କରୀନା ମଧ୍ୟ ଅଛନ୍ତି ଏହି ତାଲିକାରେ । ତାଙ୍କ ବିଷୟରେ ଶୁଣା ଯାଏ ସେ ନିଜ ଥୋଡୀ, ଓଠ, ନାକ ଓ ପିଚା ର ମଧ୍ୟ ସର୍ଜରୀ କରାଇଛନ୍ତି ଓ ଆହୁରି ଅଧିକ ସୁନ୍ଦର ଦିଶୁଛନ୍ତି ।

ଆୟେଶା ଟାକିଆ

ସେ ବଲିଉଡରେ ବହୁତ ଭଲ କାମ କରୁଥିଲେ ଓ ସଲମାନ ଖାଁ ଙ୍କ ସହ ମଧ୍ୟ ଫିଲ୍ମ କରି ସାରିଥିଲେ । କିନ୍ତୁ ସେ ହଠାତ ବିବାହ କରି ବଲିଉଡରୁ ଉଭାନ ହୋଇଯାଇଥିଲେ । ଆଉ ଥରେ ଯେବେ ସେ ନଜରରେ ଆସିଥିଲେ ସେ ତାଙ୍କ ଥୋଡୀ ସର୍ଜରୀ କରିବା ସହ ସ୍ତନ ଓ ଓଠ ର ମଧ୍ୟ ସର୍ଜରୀ କରାଇଥିବା ଦେଖିବାକୁ ମିଳିଥିଲା । ଏହା ଯାଗୁଁ ତାଙ୍କର ସମସ୍ତେ ବହୁତ ମଜାକ ମଧ୍ୟ କରିଥିଲେ ।

ବାନି କପୁର

ତାଙ୍କର ପ୍ରଥମ ଫିଲ୍ମ “ଶୁଦ୍ଧ ଦେଶୀ ରୋମାନ୍ସ” ରେ ସେ ଟିକେ ମୋଟା ଥିଲେ ବି ସୁନ୍ଦର ଦିଶୁଥିଲେ । କିନ୍ତୁ ତାଙ୍କ ଦ୍ଵିତୀୟ ଫିଲ୍ମ “ବେଫିକରେ” ରେ ତାଙ୍କ ଶରୀର ସହ ମୁହଁ ରେ ମଧ୍ୟ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ସେ ନିଜ ଥୋଡୀ, ନାକ ଓ ଓଠ ସହ ମୁହଁ ର କେତୋଟି ଅଂଶ ମଧ୍ୟ ସର୍ଜରୀ କରିଥିଲେ । ତା’ସହ ଶରୀର ରେ ମଧ୍ୟ କିଛି ସର୍ଜରୀ କରିଥିଲେ । ଯେତେବେଳେ ତାଙ୍କୁ ଏହି କଥା ପଚରା ଯାଇଥିଲା ସେ କହିଥିଲେ କି ସେ ବହୁତ ଓଜନ କମାଇଥିବାରୁ ଚେହେରା ରେ ମଧ୍ୟ ଏହାର ପ୍ରଭାବ ପଡିଛି । ଏହା ଯୋଗୁଁ ମଧ୍ୟ ତାଙ୍କର ବହୁତ ମଜାକ ଉଡାଜାଇ ଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।