ଦିନେ ଯାହାଙ୍କ ପ୍ରେମରେ ପାଗଳ ଥିଲେ Bollywood ର ଏହି 5 ଜଣ ଷ୍ଟାର, ବ୍ରେକପ ପରେ ସେଇ ମାନଙ୍କ ବାହାଘରରେ ହିଁ ଲଗେଇଥିଲେ ଠୁମକା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବ୍ରେକଅପ ହେବା ସମସ୍ତ କପଲ ଙ୍କ ପାଇଁ ଦୁଃଖଦ ବିଷୟ ହୋଇଥାଏ । ସମ୍ପର୍କ ଭାଙ୍ଗିବାର ମୁଖ୍ୟ କାରଣ ହେଉଛି ସଂପର୍କ ରେ ବିଶ୍ୱାସ ନଥିବା । ଏହି କାରଣରୁ କପଲ ଙ୍କ ମଧ୍ୟରେ ଝଗଡା ହୋଇଥାଏ ଏବଂ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥାଏ । ଅନ୍ତତଃ ସେମାନେ ପରସ୍ପର ଠାରୁ ଅଲଗା ହୋଇଯାଆନ୍ତି । କିନ୍ତୁ କିଛି କପଲ ଏଭଳି ମଧ୍ୟ ଥାଆନ୍ତି ଯେଉଁମାନେ ବ୍ରେକଅପ ପରେ ମଧ୍ୟ ବନ୍ଧୁ ହୋଇ ରୁହନ୍ତି । ଏହା ବହୁତ କମ ଦେଖିବାକୁ ମିଳିଥାଏ । କିନ୍ତୁ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଏଭଳି କିଛି ସମ୍ପର୍କ ପ୍ରାୟତଃ ଦେଖିବାକୁ ମିଳିଥାଏ ।

ବଲିଉଡ କପଲ ବ୍ରେକଅପ ପରେ ବନ୍ଧୁ ହୋଇ ରହିଥାନ୍ତି । ଏହା ସହିତ ତାଙ୍କୁ ଏକାଠି ଅନେକ ପାର୍ଟି ଏବଂ ଫିଲ୍ମ ରେ ମଧ୍ୟ ଦେଖିବାକୁ ମିଳିଥାଏ । କେବଳ ଏତିକି ହିଁ ନୁହେଁ ଏହି ସେଲିବ୍ରିଟି ମାନେ ନିଜ ଏକ୍ସ ଙ୍କ ବିବାହ ମଧ୍ୟ ଆଟେଣ୍ଡ କରନ୍ତି ଏବଂ ଖୁବ ନାଚନ୍ତି ମଧ୍ୟ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ର ସେହି ସେଲିବ୍ରିଟି ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ନିଜର ଏକ୍ସ ଙ୍କ ବିବାହ କୁ ଯାଇଥିଲେ ଏବଂ ସେଠାରେ ନାଚିଥିଲେ ମଧ୍ୟ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ପ୍ରିୟଙ୍କା ଚୋପ୍ରା ଙ୍କ ବିବାହ ରେ ସାହିଦ କପୁର- ବନ୍ଧୁଗଣ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିକ ଜୋନସ ଙ୍କୁ ବିବାହ କରିବା ପୂର୍ବରୁ ବଲିଉଡ ଇଣ୍ଡଷ୍ଟ୍ରୀ ରେ ତାଙ୍କ ନାମ ଅନେକ ଅଭିନେତା ମାନଙ୍କ ସହିତ ଯୋଡ଼ା ଯାଇଥିଲା । କିନ୍ତୁ ଅଭିନେତା ସାହିଦ କପୁର ଙ୍କ ସହିତ ତାଙ୍କ ଅଫେୟାର ଅଧିକ ଚର୍ଚ୍ଚା ରେ ଥିଲା । ଫିଲ୍ମ ‘କମିନେ’ ର ସୁ-ଟିଂ ରେ ଉଭୟ ପରସ୍ପର ଙ୍କ ବହୁତ ନିକଟ ହୋଇଯାଇଥିଲେ ଏବଂ ପରସ୍ପର କୁ ଡେଟ କରିଥିଲେ । କିନ୍ତୁ କିଛି ଦିନ ପରେ ହିଁ ଏମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା । ଏହା ସତ୍ତ୍ୱେ ମଧ୍ୟ ସାହିଦ କପୁର ପ୍ରିୟଙ୍କା ଙ୍କ ବିବାହ କୁ ଯାଇଥିଲେ ଏବଂ ଖୁବ ନାଚିଥିଲେ ମଧ୍ୟ ।

୨. ସୋନମ କପୁର ଙ୍କ ରିସେପ୍ସନ ରେ ରଂବୀର କପୁର- ବନ୍ଧୁଗଣ ଏକ ସମୟରେ ଅଭିନେତ୍ରୀ ସୋନମ କପୁର ଏବଂ ଅଭିନେତା ରଂବୀର କପୁର ପରସ୍ପର କୁ ଡେଟ କରୁଥିଲେ । ଫିଲ୍ମ ‘ସାୱରିୟା’ ରେ ଏହି ଦୁହେଁ ଏକାଠି ଡେବ୍ୟୁଟ କରିଥିଲେ । ଫିଲ୍ମ ରେ ଆସିବା ପୂର୍ବରୁ ଦୁହେଁ ରିଲେସନ ରେ ଥିଲେ । ଏମାନଙ୍କ ଅଫେୟାର ସମ୍ବନ୍ଧରେ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା । କିନ୍ତୁ ପରେ ସୋନମ କପୁର ତାଙ୍କ ରିସେପ୍ସନ ରେ ରଂବୀର କପୁର ଙ୍କୁ ନିମନ୍ତ୍ରଣ ଦେଇଥିଲେ ଏବଂ ରଂବୀର କପୁର ତାଙ୍କ ଗାର୍ଲଫ୍ରେଣ୍ଡ ଆଲ୍ୟା ଭଟ ଙ୍କ ସହିତ ଯାଇ ତାଙ୍କ ରିସେପ୍ସନ ରେ ପହଞ୍ଚିଥିଲେ ।

୩. ବିପାଷା ବାସୁ ଙ୍କ ବିବାହ ରେ ଡିନୋ ମୋରିୟା- ବନ୍ଧୁଗଣ ଅଭିନେତ୍ରୀ ବିପାଷା ବାସୁ ଅଭିନେତା ଡିନୋ ମୋରିୟା ଙ୍କୁ ଡେଟ କରୁଥିଲେ ଏବଂ ଉଭୟ ଙ୍କ ବିବାହ କଥା ସମ୍ବନ୍ଧରେ ମଧ୍ୟ ଚର୍ଚ୍ଚା ହୋଇଥିଲା । କିନ୍ତୁ ପରେ ବିପାଷା ଓ କରନ ସିଂ ଗ୍ରୋବର ଙ୍କ ବିବାହ ରେ ଡିନୋ ଅତିଥି ହୋଇ ଆସିଥିଲେ ।

୪. ଆହାନା ଦେଓଲ ଙ୍କ ବିବାହ ରେ ରଂବୀର ସିଂ- ବନ୍ଧୁଗଣ ବହୁତ କମ ଲୋକ ଜାଣିଛନ୍ତି ଯେ ନିଜର କଲେଜ ସମୟରେ ଅଭିନେତା ରଂବୀର ସିଂ ଆହାନା ଦେଓଲ ଙ୍କୁ ଡେଟ କରୁଥିଲେ । କିନ୍ତୁ ଏମାନଙ୍କ ସମ୍ପର୍କ ବହୁତ ପୂର୍ବରୁ ହିଁ ଭାଙ୍ଗି ଯାଇଥିଲା । ପରେ ଆହାନା ଙ୍କ ବିବାହ ବିଜନେସ ମ୍ୟାନ ବୈଭବ ବୋରା ଙ୍କ ସହିତ ହୋଇଥିଲା ଏବଂ ତାଙ୍କ ବିବାହ କୁ ରଂବୀର ସିଂ ଯାଇଥିଲେ ମଧ୍ୟ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।