ଆପଣଙ୍କୁ ଥାଇରଏଡ ଅଛି ନା ନାହିଁ, ଘରେ ଏହିପରି କରନ୍ତୁ ଚେକ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟରେ ପ୍ରାୟତଃ ବ୍ୟକ୍ତି ଙ୍କ ମଧ୍ୟରେ ଥାଇରଏଡ଼ ସମସ୍ୟା ଦେଖିବାକୁ ମିଳୁଛି । ଏହି ରୋଗ ର ଲକ୍ଷଣ ବହୁତ ଶୀଘ୍ର ଦେଖା ଯାଇନଥାଏ । କିଛି ବ୍ୟକ୍ତି ଏହି ରୋଗର ଲକ୍ଷଣ କୁ ସାମାନ୍ୟ ଭାବି ନିଅନ୍ତି ଏବଂ ତୁରନ୍ତ ଏହାର ଚିକିତ୍ସା କରାନ୍ତି ନାହିଁ । ଏହି ରୋଗ ଆମ ଶରୀର ରେ ଥାଇରଏଡ଼ ଗ୍ରନ୍ଥିକା କମିବା ଦ୍ଵାରା ହୋଇଥାଏ । ପ୍ରାୟ ୧ କୋଟି ରୁ ଉର୍ଦ୍ଧ୍ବ ବ୍ୟକ୍ତି ଏହି ରୋଗର ଶିକାର ହେଉଛନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଥାଇରଏଡ଼ ରୋଗର ଲକ୍ଷଣ ସମ୍ବନ୍ଧରେ କହିବୁ ଏବଂ ଆପଣଙ୍କୁ ଥାଇରଏଡ଼ ହୋଇଛି ଅଥବା ନୁହେଁ ତାହା ଆପଣ ଘରେ ବସି ମଧ୍ୟ କିପରି ଚେକ୍ କରିବେ ସେହି ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଏହି ଥାଇରଏଡ଼ ରୋଗ ର ଲକ୍ଷଣ ପୁରୁଷ ଏବଂ ମହିଳା ମାନଙ୍କ ଶରୀରରେ ଅଲଗା ଅଲଗା ଦେଖିବାକୁ ମିଳିଥାଏ । ଶରୀର ରେ ଥକାପଣ, ଡିପ୍ରେସନ୍, କବ୍ଜ , ଓଜନ ବଢିବା, ମାଂସପେଶୀ ଯନ୍ତ୍ରଣା, ଶୁଷ୍କ ତ୍ୱଚା, କମଜୋରି, କେଶ ଝଡ଼ିବା, ପାଦରେ ଯନ୍ତ୍ରଣା, ମାସିକ ଚକ୍ର ରେ ଅନିୟମିତତା ଆଦି ଥାଇରଏଡ଼ ରୋଗର ଲକ୍ଷଣ ଅଟେ । ଅତ୍ୟନ୍ତ ରେୟାର କଣ୍ଡିସନ ରେ ହାର୍ଟ ଆଟାକ୍ ମଧ୍ୟ ଆସିଥାଏ ଏବଂ କୋମା ର ଶିକାର ହେବାକୁ ମଧ୍ୟ ପଡ଼ିଥାଏ ।

ଏହି ରୋଗ ବ୍ୟକ୍ତି ମାନେ ଯେତେ ସାମାନ୍ୟ ଭାବିଥାନ୍ତି, ବାସ୍ତବ ରେ ତାହା ସେତେ ଭୟଙ୍କର ଅଟେ । ଥାଇରଏଡ଼ ରୋଗର ଟେଷ୍ଟ ପାଇଁ ସର୍ବୋତ୍ତମ ଉପାୟ ହୋଇଥାଏ ବ୍ଲଡ଼ ଟେଷ୍ଟ । କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ସାଧାରଣ ଥରମୋମିଟର ସାହାଯ୍ୟ ରେ ମଧ୍ୟ ଏହି ରୋଗର ଟେଷ୍ଟ କରାଯାଇ ପାରିବ ।

ତେବେ ଏହି ଟେଷ୍ଟ ପାଇଁ ପ୍ରଥମେ ଆପଣ ଥରମୋମିଟର କୁ ପାରା 35ସି ଅଥବା 95ଏଫ ତଳେ ରାତିରେ ଶୋଇବା ପୂର୍ବରୁ ନିଜ ପାଖରେ ରଖନ୍ତୁ । ସକାଳୁ ଉଠିବା ମାତ୍ରେ ଥରମୋମିଟର କୁ ନିଜ କାଖ ତଳେ ୧୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ଏହାପରେ ଥରମୋମିଟର କୁ କାଢ଼ି ଟେଂପ୍ରେଚର ଚେକ୍ କରନ୍ତୁ । ଯଦି ଟେଂପ୍ରେଚର 5ସି ଅଥବା 97.7ଏଫ ତଳକୁ ରହିଛି ତେବେ ଥାଇରଏଡ଼ ର ମାତ୍ରା ସାମାନ୍ୟ ରୁ ଅଳ୍ପ ମାତ୍ରାରେ କାମ କରୁଛି ।

ଏହି ସମୟରେ ଶରୀରରେ ଥକାପଣ ରହିଥାଏ, ଡିପ୍ରେସନ୍ ଏବଂ କେଶ ଝଡ଼ିବା ଭଳି ସମସ୍ୟା ଦେଖା ଯାଇଥାଏ । ଯଦି ଟେଂପ୍ରେଚର 8ସି ଅଥବା 98.2 ଏଫ ରହିଛି ତେବେ ଥାଇରଏଡ଼ ତୀବ୍ର ରେ କାମ କରୁଛି । ତେବେ ବନ୍ଧୁଗଣ ଏହି ଟେଷ୍ଟ କୁ ୪ ରୁ ୫ ଦିନ ଲଗାତାର କରିବା ପରେ ଯଦି ଆପଣଙ୍କ ଶରୀରର ଟେଂପ୍ରେଚର ଆମେ କହିଥିବା ଟେଂପ୍ରେଚର ଅନୁସାରେ ଅଧିକ ବା କମ ରହୁଛି ତେବେ ନିଶ୍ଚିତ ଭାବରେ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ ଏବଂ ଏହି ରୋଗର ତୁରନ୍ତ ଚିକିତ୍ସା କରାନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।