ଆଙ୍ଗୁଠି କାଟିବା ପରେ ଏକଲବ୍ୟଙ୍କର କଣ ହେଲା ? ପଢନ୍ତୁ ଏକଲବ୍ୟ ଙ୍କ ପୁରା କାହାଣୀ

ମହାଭାରତର ଏହି ଗୁମନାମ ପାତ୍ର ବହୁତ କମ ଲୋକ ଜାଣିଛନ୍ତି । ଏତିକି ଜାଣିଛନ୍ତି ଯେ ଏକଲବ୍ୟ ନାମରେ ଜଣେ ଧନୁର୍ଦ୍ଧାରୀ ଅଛନ୍ତି । ଯାହାକୁ ଗୁରୁ ଦ୍ରୋଣ ଶିକ୍ଷା ଦେବା ପାଇଁ ମନା କରିଦେଇଥିଲେ । ତାଙ୍କୁ ଯେତେବେଳେ ଗୁରୁ ମାନିକି ଧନୁର ବିଦ୍ୟା ହାସିଲ କରିନେଲେ । ତେବେ ଗୁରୁ ଦ୍ରୋଣାଚାର୍ଜ୍ୟ ଗୁରୁ ଦକ୍ଷିଣା ରୂପରେ ଏକଲବ୍ୟକୁ ନିଜର ଆଙ୍ଗୁଠି କାଟି ଦେବା ପାଇଁ କହିଲେ ।

ଆଜି ଆମେ ଆପଣଙ୍କୁ କହିବୁ ଯେ ଏକଲବ୍ୟ ଆଙ୍ଗୁଠି କାଟିଲା ପରେ ତାଙ୍କର କଣ ହେଲା ସେ କିଏ ଥିଲେ ଯିଏକି ଏକଲବ୍ୟର ବଦ୍ଧ କରିଥିଲେ । ଧର୍ମ ଗ୍ରନ୍ଥ ମହାଭାରତ ଅନୁସାରେ ଦ୍ଵାପର ଯୁଗରେ ପ୍ରୟାଗ ରାଜ ନିକଟରେ ଶ୍ରୁଙ୍ଗବେରପୁର ନାମକ ଏକରାଜ୍ୟ ଥିଲା ସେହି ରାଜ୍ୟର ରାଜା ହିରଣ୍ୟ ଧନୁ ଥିଲେ ।

ଏକଲବ୍ୟ ନିଶାଦରାଜ ତାଙ୍କର ପୁତ୍ର ଥିଲେ । ସେହି ସମୟରେ ନିଶାଦ ଜାତିକୁ ଶୂଦ୍ର ଭାବରେ ମାନୁଥିଲେ । ଏକଲବ୍ୟଙ୍କର ପିଲାବେଳର ନାମ ଅବିଦ୍ୟୁମ ଥିଲା । କିନ୍ତୁ କିଛି ଲୋକଙ୍କର ମତରେ ଏକଲବ୍ୟର ନାମ ଅଭୟ ଥିଲା । ଏକଲବ୍ୟ ହିରଣ୍ୟଧନୁଙ୍କର ପାଳିତ ପୁତ୍ର ଥିଲେ । ଯାହାର ଜନ୍ମ ଭଗବାନ ଶ୍ରୀ କୃଷ୍ଣଙ୍କର କାକାଙ୍କର ପୁତ୍ର ଥିଲେ । ଜ୍ୟୋତିଷମାନେ ସେହି ପୁତ୍ରର କୁଣ୍ଡଳୀ ଦେଖିଲେ ଭବିଷ୍ୟ ବିଷୟରେ ବାପାଙ୍କୁ କହିଲେ । ଶ୍ରୀକୃଷ୍ଣ ମତ ଅନୁସାରେ ହିରଣ୍ୟ ନିର୍ଧନକୁ  ଦେଇଦେଲେ ।

କହିବାକୁ ଗଲେ ହରୀବଂଶ ପୁରାଣ ଅନୁସାରେ ଏକଲବ୍ୟ କ୍ଷତ୍ରିୟ ଥିଲେ । ଏବେ ଆସନ୍ତୁ ଜାଣିବା ଏହି ଅବିଦ୍ୟୁମ ଏକଲବ୍ୟ କିପରି ହୋଇଥିଲେ । ଛୋଟବେଳୁ ଅବିଦ୍ୟୁମଙ୍କର ଗୁରୁ ତାଙ୍କର ବୁଦ୍ଧି ଓ ଏକାଗ୍ରତାକୁ ଲକ୍ଷ କରି ତାର ନାମ ଏକଲବ୍ୟ ରଖିଥିଲେ । ସେହି ଗୁରୁକୁଳରେ ଠାରେ ପୁଲକ ମୁନି ଏକଲବ୍ୟଙ୍କର ଧନୁ ବିଦ୍ୟାରେ ଏକାଗ୍ରତା ଦେଖି ସେ ହିରଣ୍ୟଧନୁଙ୍କୁ କହିଲେ କି ଆପଣଙ୍କ ପୁତ୍ର ଏକ ମହାନ ଧନୁଧର ହେବାର ସବୁ ଗୁଣ ଅଛି ତାଙ୍କୁ କେବଳ ଏକ ଭଲ ଗୁରୁଙ୍କର ଆବଶ୍ୟକ ଅଟେ ।

 

ଏହି ପରାମର୍ଶ କ୍ରମେ ସେ ଗୁରୁ ଦ୍ରୋଣଙ୍କ ପାଖକୁ ଏକଲବ୍ୟଙ୍କର ଶିକ୍ଷା ପାଇଁ ନେଇ ଯାଇଥିଲେ ଓ ଏକଲବ୍ୟ ମଧ୍ୟ ଗୁରୁ ଦ୍ରୋଣଙ୍କୁ ନିଜର ଗୁରୁ ମାନି ନେଇଥିଲେ । କିନ୍ତୁ ଦ୍ରୋଣ କେବଳ ରାଜ ପୁତ୍ରମାନଙ୍କୁ ଶିକ୍ଷା ଦେବେ ବୋଲି କହି ଏକଲବ୍ୟଙ୍କୁ ଶିକ୍ଷା ଦେବା ପାଇଁ ମନା କରିଦେଲେ । ଏହାପରେ ଏକଲବ୍ୟ ତାଙ୍କର ଧନୁବିଦ୍ୟା ଶିଖିବାର ଆଗ୍ରତଃ ଅନୁସାରେ ଗୁରୁ ଦ୍ରୋଣଙ୍କ ଗୁରୁକୁଲ ନିକଟରେ ଏକ ବନରେ ଗୁରୁ ଦ୍ରୋଣଙ୍କର ପ୍ରତି ମୂର୍ତି ତିଆରି କରି ସେହିଠାରୁ ନିଜର ଧନୁ ବିଦ୍ୟା ଅଭ୍ୟାସ କରିବାକୁ ଲାଗିଲେ ।

ଏହି ପରି ବହୁତ ଦିନ ବୀତିଗଲା ପରେ ଦିନେ ଯେତେବେଳେ ଗୁରୁ ଦ୍ରୋଣ କୌରବ ଓ ପାଣ୍ଡବଙ୍କୁ ବିଦ୍ୟା ଶିଖାଉଥିଲେ ସେହି ସମୟରେ ଗୋଟିଏ କୁକୁରର ଭୁକିବା ଶବ୍ଦ ଶୁଣିଲେ । ଏହାଫଳରେ ସମସ୍ତଙ୍କ ଧ୍ୟାନ ସେହି କୁକୁର ଉପରେ ପଡିଲା କିନ୍ତୁ କିଛି ସମୟ ପରେ ସେହିକୁକୁରର ଭୁକିବା ଶବ୍ଦ ଆଉ ଶୁଣାଗଲା ନାହିଁ । ସମସ୍ତେ ଆଶ୍ଚର୍ଯ୍ୟ ହୋଇ କୁକୁରର ଶବ୍ଦ ଶୁଣାଯାଉଥିବା ସ୍ଥାନକୁ ଗଲେ । ସମସ୍ତେ ସେଠାରେ ଦେଖିଲେ କି କୁକୁର ପାଟି ସାର ଲାଗିଛି କିନ୍ତୁ ସେଥିରୁ ରକ୍ତ ବାହାରୁନଥିଲା ।

ସେହି ସମୟରେ ଦ୍ରୋଣ ଜାଣିବାକୁ ଚାହିଁଲେ କୁକୁରର ଏପରି ଅବସ୍ତା କିଏ କରିଛି । ସେହି ସମୟରେ ଏକଲବ୍ୟ ଆସି ଦ୍ରୋଣଙ୍କୁ ଗୁରୁ ସମ୍ବୋଧନ କରି କହିଲେ ଏହି ଅବସ୍ତା ସେ ହିଁ କରିଛନ୍ତି । କିନ୍ତୁ ଦ୍ରୋଣ ଏକଲବୟଙ୍କୁ ତାଙ୍କର ଗୁରୁ କିପରି ହେଲେ ବୋଲି ପ୍ରଶ୍ନ କଲେ । ଏହି ସମୟରେ ଏକଲବ୍ୟ ଦ୍ରୋଣଙ୍କର ପ୍ରତିମୂର୍ତି ଦେଖାଇ କହିଲେ ଏହି ମୂର୍ତିକୁ ଗୁରୁ ଭାବି ସେ ବିଦ୍ୟା ଶିକ୍ଷା କରିଛନ୍ତି ।

ଏହି ସମୟରେ ଗୁରୁ ଦ୍ରୋଣ ଭାବିଲେ ଏହିପରି ଯଦି ଏକଲବୀ ଶିକ୍ଷା କରେ ତେବେ ସେ ଅର୍ଜୁନଙ୍କ ଠାରୁ ଶ୍ରେଷ୍ଠ ଧନୁଧାରୀ ହୋଇଯିବ । ଏଥିପାଇଁ ସେ ଗୁରୁ ଦକ୍ଷିଣା ଭାବରେ ଏକଲବ୍ୟଙ୍କ ଠାରୁ ତାର ବୁଢା ଅଙ୍ଗୁଳି ମାଗିନେଲେ । ଏହିପରି ଘଟନା କ୍ରମ ଅନୁସାରେ ଏକଲବ୍ୟ ଏକ ବଡ ବଡ ଧନୁର୍ଦ୍ଧାରୀ ହୋଇଗଲେ । କିଛି ବର୍ଷ ପରେ ତାଙ୍କର ସୁନିତା ନାମ୍ନୀ କନ୍ୟା ସହ ବିବାହ ହୋଇଗଲା ।

ଏହାର କିଛି ବାର ପରେ ତାଙ୍କର ପିତାଙ୍କ ମୃତ୍ୟୁ ପରେ ଏକଲବ୍ୟ ଶ୍ରୁଙ୍ଗାବର ପୁରର ରାଜା ହୋଇଗଲେ । ଏହା ପରେ ସେ ଭଗବାନ ଶ୍ରୀ କୃଷ୍ଣଙ୍କର ପରମ ଶତ୍ରୁ ଜରାସନ୍ଧ ସହ ମିତ୍ରତା କରିଥିଲେ । ଠାରେ ସେ ଦ୍ଵାରିକା ବିରୁଦ୍ଧରେ ଜରସନ୍ଧାଙ୍କ ପକ୍ଷରୁ ଯୁଦ୍ଧ କରିବା ସମୟରେ ଭଗବାନ ଶ୍ରୀ କୃଷ୍ଣଙ୍କ ହାତରେ ମୃତ୍ୟୁ ବରଣ କରିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।