ସକାଳୁ ସକାଳୁ ବାସି ମୁହଁରେ ପାଣି ପିଇବା ଦ୍ଵାରା ଶରୀରରେ କଣ ହୋଇଥାଏ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ- Health Tips

ନମସ୍କାର ବନ୍ଧୁଗଣ ଆମ ଶରୀର ପାଞ୍ଚ ତତ୍ତ୍ୱ ର ସାହାର୍ଯ୍ୟ ରେ ପ୍ରସ୍ତୁତ ହୋଇଛି । ଜଳ, ଆକାଶ, ବାୟୁ, ମାଟି, ଏବଂ ଅଗ୍ନି । ଏବଂ ଏହା ମଧ୍ୟ ରୁ ଯେଉଁ ଜଳ ର ତତ୍ତ୍ୱ ରହିଛି ତାହା ବାସ୍ତରୀ ପ୍ରତିଶତ ଥାଏ । ବାୟୁ ଆମ ଶରୀର ରେ ଅକ୍ସିଜେନ ମାଧ୍ୟମରେ ଥାଏ । ଏବଂ ମାଟି କୁ ଆମ ତ୍ୱଚା ସହିତ ତୁଳନା କରା ଯାଇଛି । ଏବଂ ଶରୀର ଭିତରେ ଥିବା ଟେମ୍ପ୍ରଚର ମାଧ୍ୟମରେ ନିଆଁ ଅଥବା ଅଗ୍ନି ରହିଥାଏ । ଏବଂ ଶରୀର ରେ ଥିବା ଖାଲି ସ୍ଥାନ କୁ ଆକାଶ ସହ ତୁଳନା କରା ଯାଇଛି । ଏହି ପାଞ୍ଚ ତତ୍ତ୍ୱ ର ମିଶ୍ରଣ ରେ ଆମ ଶରୀର ଗଠିତ ।

ଏହି ମଧ୍ୟ ରୁ ଜଳ ତତ୍ତ୍ୱ ଯାହାକି ବାସ୍ତରୀ ପ୍ରତିଶତ ଆମ ଶରୀର ରେ ରହିଛି । ତାହାର ଅଧିକ ଏବଂ ଭଲ ରେ ଧ୍ୟାନ ରଖିଲେ ଜୀଵନ ରେ କେବେବି ଏବଂ କୌଣସି ବି ରୋଗ ହେବ ନାହିଁ । ଆଜି ବି ସାଉଥ ରେ ଲୋକମାନେ ବଡ଼ ତମ୍ବା ର ପାତ୍ର ରେ ରାତିରେ ଶୋଇବା ପୂର୍ବରୁ ପାଣି ଢାଳି ଦିଅନ୍ତି ଏବଂ ସକାଳୁ ଉଠି ସେହି ଜଳ କୁ ସେବନ କରନ୍ତି । ଏହା କୌଣସି ଧାର୍ମିକ କଥା ନୁହଁ । ଏହା ଏକ ପାଣି ପିଇବା ର ପ୍ରକ୍ରିୟା ।

ସଠିକ ପାଣି ପିଇବା ର ପ୍ରକ୍ରିୟାରେ ହେଉଛି ପ୍ରଥମେ ଏକ ତମ୍ବା ର ପାତ୍ର କିଣନ୍ତୁ । କିମ୍ବା ଏବେ ତମ୍ବା ର ଏକ ବୋତଲ ମଧ୍ୟ ମିଳୁଛି ତାକୁ ମଧ୍ୟ କିଣି ପାରିବେ । ଏବଂ ସେହି ବୋତଲ କିମ୍ବା ପାତ୍ର ରେ ରାତିରେ ପାଣି ଭର୍ତ୍ତି କରି । ତାକୁ ସକାଳେ ସେବନ କରନ୍ତୁ । ଏବଂ ଖାଲି ପେଟ ରେ ସେବନ କରିବା ଉଚିତ ଏବଂ ବାସି ମୁହଁରେ ସେବନ କରିବା ଆବଶ୍ୟକ ।

ବାସି ମୁହଁରେ ପାଣି ପିଇଲେ ଆମେ ଅନେକ ରୋଗ ରୁ ମୁକ୍ତ ହୋଇ ପାରିବା ଏବଂ ଆମର ଗ୍ୟାସ ଜନିତ କୌଣସି ସମସ୍ୟା ମଧ୍ୟ ହେବ ନାହିଁ । ଏବଂ ଯେଉଁ ମାନଙ୍କ ର ଦୃଷ୍ଟି ଶକ୍ତି ଦୁର୍ବଳ ହୋଇ ଯାଇଛି । କିମ୍ବା ସେମାନଂକୁ ଭଲ ଭାବରେ କିଛି ଦେଖା ଯାଉ ନାହିଁ ସେମାନେ ମଧ୍ୟ ଏହି ତମ୍ବା ପାତ୍ର ରେ ପାଣି ରଖି ସକାଳେ ବାସୀ ମୁହଁରେ ପିଇବା ଉଚିତ । ଏବଂ ଯେଉଁ ମାନଙ୍କ ର ବୟସ ପୂର୍ବ ରୁ କେଶ ଧଳା ହୋଇ ଯାଉଛି । କିମ୍ବା ଝଡୁଛି । ସେମାନେ ମଧ୍ୟ ଏହି ଉପାୟ କରି ପାରିବେ ।

ଏବଂ ତମ୍ବା ପାତ୍ରରେ ପାଣି ପିଇଲେ କେବେବି ଆସିଡ ସମସ୍ୟା ଦେଖା ଯିବ ନାହିଁ । ଏବଂ ଗ୍ୟାସ ର ସମସ୍ୟା ମଧ୍ୟ ଦେଖା ଯିବ ନାହିଁ ପେଟ ସଫା ରହିବ ଶୁଦ୍ଧ ରହିବ । ଏବଂ ରକ୍ତ ସଞ୍ଚାଳନ ମଧ୍ୟ ଠିକ ଭାବରେ ହେବ । ଏବଂ ଶରୀର ରେ ଶୁଦ୍ଧ ରକ୍ତ ପ୍ରବାହିତ ହେବ । ଯାହା ଦ୍ୱାରା ଆମ ଶରୀର ସୁସ୍ଥ ରହିବ । ଏବଂ ମୁହଁରେ ବ୍ରଣ ମଧ୍ୟ ହେବ ନାହିଁ । ଚେହେରା ସର୍ଵଦା ସତେଜ ଏବଂ ସୁସ୍ଥ ରହିବ ।

କାରଣ ଜଳ ଆମ ଶରୀର ପାଇଁ ଏବଂ ଆମ ପାଇଁ ବହୁତ ଜରୁରୀ ଏବଂ ଆବଶ୍ୟକ । ଜଳ ବିନା ବଞ୍ଚିବା କଷ୍ଟ । ଜଳ ଦ୍ୱାରା ଆମେ ଆମ ଖାଦ୍ୟ କୁ ସଠିକ ଭାବରେ ହଜମ କରି ପାରିବୁ । ଏବଂ ପାଚନ କ୍ରିୟା ମଧ୍ୟ ଠିକ ରହିବ । ଏବଂ କେବେବି କୌଣସି ରୋଗ ଆସିବ ନାହିଁ । ଏବଂ ପାଚନ କ୍ରିୟା ସଠିକ ରହିଲେ ରକ୍ତ ସଞ୍ଚାଳନ ଠିକ ରହିବ ଏବଂ ରକ୍ତ ଶୁଦ୍ଧ ହେଲେ ଆମ ଶରୀର ଗ୍ରହଣ କରୁ ଥିବା ପୋଷକ ତତ୍ତ୍ୱ ମଧ୍ୟ ଠିକ ଭାବରେ ଗ୍ରହଣ କରି ହେବ ଏବଂ ଶରୀର ଠିକ ଭାବରେ ଏବଂ ସନ୍ତୁଳନ ରଖି ବଢିବ ।

ତେଣୁ ଜୀଵନ ରେ ଜଳ ସବୁ ଠାରୁ ମହତ୍ୱପୂର୍ଣ୍ଣ ଜିନିଷ । ତା ବିନା ଯେତେ ବି ଯୋଗ ବ୍ୟାୟାମ ଏବଂ ପୋଷ୍ଟିକ ଆହାର ଖାଇଲେ ମଧ୍ୟ କୌଣସି ଲାଭ ନାହିଁ ଏବଂ ତମ୍ବା ପାତର ଜଳ ସବୁଠାରୁ ଉତ୍ତମ ଅଟେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।