ଓଡିଶାର ଫେମସ ଆକ୍ଟର Bijay Mohanty ଙ୍କ Family & Biography

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଦିଗଜ୍ଜ ଅଭିନେତା ବିଜୟ ମହାନ୍ତି ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତା ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଅନେକ ସୁପରହିଟ ଫିଲ୍ମ ପ୍ରଦାନ କରିଛନ୍ତି । ଏହି ଅଭିନେତା ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରନ୍ତି ଏବଂ ସେ ନିଜର ଅଭିନୟ ପ୍ରଦର୍ଶନ ମାଧ୍ୟମରେ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି । ଅଭିନେତା ବିଜୟ ମହାନ୍ତି ଙ୍କ ଇଣ୍ଡଷ୍ଟ୍ରୀ ରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ।

କିନ୍ତୁ ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ବିଗତ ବର୍ଷ ଅର୍ଥାତ ୨୦୨୦ ବର୍ଷ ଟି କେବଳ ବଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ହିଁ ନୁହେଁ । ବରଂ ଓଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ମଧ୍ୟ କାଳ ବର୍ଷ ରହିଥିଲା । ସେହି ବର୍ଷ ଓଲିଉଡ ର ଏହି ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତି ଙ୍କ ପରଲୋକ ହୋଇଥିଲା ।

ବିଜୟ ମହାନ୍ତି ଙ୍କ ପରଲୋକ ସମଗ୍ର ଓଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ଏକ ଅପୁରଣୀୟ କ୍ଷତି ଅଟେ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଅଭିନେତା ବିଜୟ ମହାନ୍ତି ଙ୍କ ପରିବାର ଏବଂ ରିଅଲ ଲାଇଫ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଅଭିନେତା ବିଜୟ ମହାନ୍ତି ୧୯୫୦ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ।

ମୟୁରଭଞ୍ଜ ଜିଲ୍ଲା ର ବାରିପଦା ରେ ସେ ଶିକ୍ଷା ଗ୍ରହଣ କରିଥିଲେ ଏବଂ ନିଜର ପାଠପଢ଼ା ସମାପ୍ତ କରିଥିଲେ । ଏହାପରେ ସେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ରେ ଅଧ୍ୟୟନ କରିଥିଲେ । ଏହି ଅଭିନେତା ୧୯୭୫ ମସିହାରେ ଓଡ଼ିଶା କୁ ଫେରି ୧୯୭୭ ମସିହାରେ ଫିଲ୍ମ ‘ନାଗଫାସ’ ରୁ ନିଜର କ୍ୟାରିଅର ର ଆରମ୍ଭ କରିଥିଲେ । ଏହି ଫିଲ୍ମ ରେ ସେ ଖଳନାୟକ ଭୂମିକା ରେ ଅଭିନୟ କରିଥିଲେ ।

ଅଭିନେତା ବିଜୟ ମହାନ୍ତି ଫିଲ୍ମ ରେ ନାୟକ, ଖଳନାୟକ ଏବଂ କମେଡିଆନ ଭାବରେ ମଧ୍ୟ ଅଭିନୟ କରିଛନ୍ତି । ଏହି ଅଭିନେତା ଙ୍କ ଶେଷ ଚଳଚ୍ଚିତ୍ର ଥିଲା ‘ପିଲାଟା ବିଗିଡ଼ି ଗଲା’ । ଯାହା ୨୦୧୫ ମସିହା ରେ ରିଲିଜ ହୋଇଥିଲା । ଏହି ଅଭିନେତା ଙ୍କ ୨୦୨୦ ମସିହାରେ ଜୁଲାଇ ୨୦ ରେ ପରଲୋକ ଘଟିଛି । ହାଇଦ୍ରାବାଦ ରେ ନିଜ ଝିଅ ଘରେ ରହୁଥିବା ସମୟରେ ଏହି ଅଭିନେତା ହୃଦ୍ଘାତ ରେ ପିଡ଼ିତ ହୋଇଥିଲେ । ପରେ କେୟାର ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

କିନ୍ତୁ ପରେ ହଠାତ ତାଙ୍କ ଶରୀର ଅସୁସ୍ଥ ହୋଇଥିଲା ଏବଂ ସେ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିଲେ । ଅଭିନେତା ବିଜୟ ମହାନ୍ତି ଙ୍କ ପିତା ଙ୍କ ନାମ ଆଦିକାନ୍ତ ମହାନ୍ତି ଏବଂ ମାତା ଙ୍କ ନାମ ଶାନ୍ତିଲତା ମହାନ୍ତି । ତାଙ୍କ ପତ୍ନୀ ଙ୍କ ନାମ ତନ୍ଦ୍ରା ରାୟ । ବିଜୟ ମହାନ୍ତି ଙ୍କ ଝିଅ ହାଇଦ୍ରାବାଦ ରେ ବିବାହ କରିଛନ୍ତି ଏବଂ ତାଙ୍କର ଜଣେ ନାତି ବା ନାତୁଣୀ ମଧ୍ୟ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।