ସାମ୍ନାକୁ ଆସିଲା ସତ, ଲୁଚି ଲୁଚି ଏହି ଲୋକପ୍ରିୟ ଅଭିନେତାଙ୍କୁ ଡେଟ୍ କରୁଛନ୍ତି Rashmika Mandanna !

ରଶ୍ମିକା ମନ୍ଦନା ହେଉଛନ୍ତି ଭାରତର କ୍ରଶ । ଏମିତି କେଉଁ ପୁଅ ନଥିବ ଯିଏ ରଶ୍ମିକାଅଙ୍କ ଉପରେ ଫିଦା ହୋଇ ନଥିବେ । ରଶ୍ମିକାଙ୍କ ସ୍ମାଇଲ ଓ ତାଙ୍କ ସହ ଗୋଟେ ସେଲଫି ନେବା ପାଇଁ ସବୁବେଳେ ଭିଡ ଲାଗିଯାଏ । ଲକ୍ଷ ଲକ୍ଷ ଯୁବକ ତାଙ୍କ ଉପରେ ଫିଦା ଥିବାବେଳେ ସେ କାହାକୁ ଡେଟ୍ କରୁଛନ୍ତି ଏହା ଉପରେ ସମସ୍ତଙ୍କ ନଜର ରହିଥାଏ । ତେବେ ନିକଟରେ “କଫି ୱିଥ କରନ୍” ସିଜନ-୬ ର ଏକ ଏପିସୋଡରେ ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଫିଲ୍ମ “ଲାଇଗର” ର ପ୍ରମୋଶନ କରିବାକୁ ଆସିଥିଲେ ।

ତେବେ ଏହି ଶୋ’ରେ ଗପସପ ଓ କିଛି ଗେମ୍ ମଧ୍ୟରେ ବିଜୟ ଦେବରାକୋଣ୍ଡା ରଶ୍ମିକାଙ୍କୁ ଡେଟ୍ କରୁଥିବା ହିଣ୍ଟ ଦେଇଥିଲେ ଅନନ୍ୟା । ସେପଟେ ନିକଟରେ ରଶ୍ମିକା ଭିକି କୌଶଲଙ୍କ ସହ ଏକ ବିଜ୍ଞାପନ ଶୁଟିଙ୍ଗ କରିଥିଲେ । ଯାହାକୁ ନେଇ ଉଭୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପ୍ରକାର ପୋଷ୍ଟ ଦେଇଥିଲେ । ତେବେ ବଲିଉଡରେ ଷ୍ଟାରଙ୍କୁ ନେଇ ଅନେକ ଗସିପ୍ ଶୁଣିବାକୁ ମିଳେ ।

ହେଲେ କଫି ୱିଥ କରନ୍ କାର୍ଯ୍ୟକ୍ରମରେ ବିଜୟ ଦେବରାକୋଣ୍ଡା ଓ ରଶ୍ମିକାଙ୍କୁ ନେଇ ଯେଉଁ ସବୁ ଆଲୋଚନା ହୋଇଥିଲା ତାହା ସମସ୍ତଙ୍କ ସନ୍ଦେହକୁ ଆହୁରି ବଢେଇ ଦେଇଛି । ବିଜୟ ଦେବରାକୋଣ୍ଡା ବାସ୍ତବରେ ରଶ୍ମିକାଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହେଉଛି । ଫିଲ୍ମ “ଗୁଡବାୟ” ମାଧ୍ୟମରେ ରଶ୍ମିକା ବଲିଉଡରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି ।

ଯେଉଁଥିରେ ବିଗ ବି ଅମିତାଭ ବଚ୍ଚନ ତାଙ୍କ କୋ-ଷ୍ଟାର ଅଛନ୍ତି ଏବଂ ଫିଲ୍ମଟି ଆସନ୍ତା ଅକ୍ଟୋବର ୭ ତାରିଖରେ ରିଲିଜ ହେବ । ଏହା ବ୍ଯତୀତ “ମିଶନ ମଞ୍ଜୁ” ରେ ସେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ମଧ୍ୟ ନଜର ଆସିବେ । ବିଜୟ ଓ ରଶ୍ମିକା ଆଜି ଯାଏଁ ନିଜ ସମ୍ପର୍କକୁ ସମସ୍ତଙ୍କ ସାକ୍ଷାତରେ ସ୍ଵୀକାର କରିନାହାନ୍ତି । ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳେ । ହେଲେ ଉଭୟ ପରସ୍ପରର କେବଳ ଭଲ ବନ୍ଧୁ ବୋଲି କହି ଆସିଛନ୍ତି ।

କଫି ୱିଥ କରନ୍ ଶୋ’ରେ ମଧ୍ୟ ବିଜୟ ରଶ୍ମିକାଙ୍କୁ ଖୁବ ଭଲ ବନ୍ଧୁ ଏବଂ ବହୁତ ସ୍ପେଶାଲ ବୋଲି କହିଥିଲେ । ସେପଟେ ଅନନ୍ୟା ରଶ୍ମିକାଙ୍କ ନାଁ ସିଧାସଳଖ ନନେଇ ମିକା ସିଂ କରି ହିଣ୍ଟ ଦେଇଥିଲେ । ତେବେ ଦେଖିବାକୁ ବାକି ରହିଲା ଉଭୟ କେବେ ନିଜ ସମ୍ପର୍କକୁ ସ୍ଵୀକାର କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।