ପୁରୀରୁ ମିଳିଲା ପେଟ୍ରୋଲ ଓ ପ୍ରାକୃତିକ ଗ୍ଯାସର ସନ୍ଧାନ ! ଅଏଲ ଇଣ୍ଡିଆନ କମ୍ପାନୀ ସର୍ଭେ କରିବା ପରେ ଦେଲା 10 କୋଟିର ଚେକ୍

ପୁରୀରୁ ପେଟ୍ରୋଲ ମିଳିଥିବା ନେଇ ଏକ ବଡ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ପୁରୀ ଜିଲ୍ଲା ଗୋପ ତହସିଲର ଦୁଇଟି ସ୍ଥାନରୁ ପେଟ୍ରୋଲ ଓ ପ୍ରାକୃତିକ ଗ୍ଯାସ ସନ୍ଧାନ ମିଳିଛି । ସର୍ଭେ ପ୍ରକ୍ରିୟା ଶେଷ ହେବା ପରେ ଅଏଲ ଇଣ୍ଡିଆନ କମ୍ପାନୀର ଜେନେରାଲ ମ୍ୟାନେଜରଙ୍କ ସହ ଏକ ୧୦ ଜଣିଆ ଟିମ୍ ପହଞ୍ଚି ୩୭ ଜଣ ହିତାଧିକାରୀଙ୍କୁ ଏକ ଚେକ୍ ପ୍ରଦାନ କରାଯାଇଛି । ୧୦ କୋଟି ଟଙ୍କାର ଚେକ୍ ପ୍ରଦାନ କରିଥିବା ନେଇ ଅଏଲ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ଥାନ ଚିହ୍ନଟ ହେବା ପରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରି ମତାମତ ନିଆ ଯାଇଥିଲା । ଗୋପ ବ୍ଲକ ଅଧିନସ୍ଥ ଗୋପ ପଞ୍ଚାୟତର କୁସୁପୁର ମୌଜାରେ ସାଟେଲାଇଟ ମ୍ୟାପ ଯୋଗେ ୮ ଏକର ଜାଗାକୁ ଚିହ୍ନଟ କରା ଯାଇଥିବା ବେଳେ ମହଲପଡା ପଞ୍ଚାୟତର ଚିତେରା ମୌଜାରେ ମଧ୍ୟ ସମାନ ୮ ଏକର ଜାଗା ଚିହ୍ନଟ କରା ଯାଇଥିବା ଜଣାପଡିଛି । ଚିହ୍ନଟ ହୋଇଥିବା ସ୍ଥାନରେ ଖୁବ ଶୀଘ୍ର ଖନନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଅଏଲ ଇଣ୍ଡିଆନ କତ୍ତୃପକ୍ଷ କହିଛନ୍ତି ।

ପୁରୀରେ ପ୍ରାକୃତିକ ଗ୍ଯାସ ଓ ପେଟ୍ରୋଲର ସନ୍ଧାନ ମିଳିଥିବା ଖବର ସାମ୍ନାକୁ ଆସିବା ପରେ ସବୁଠି ଏହାକୁ ନେଇ ଚର୍ଚ୍ଚା ଆଲୋଚନା ଲାଗିରହିଛି । କାରଣ ପୂର୍ବରୁ ଏଭଳି ଏକ ଖବର କେବେବି ଶୁଣିବାକୁ ମିଳି ନଥିଲା । ତେଣୁ ଏହା ବର୍ତ୍ତମାନ ଖବରର ଶିରୋନାମା ପାଲଟିଛି । ସର୍ବେକ୍ଷଣ ଶେଷ ପରେ ୩୭ ହିତାଧିକାରୀଙ୍କ ସହ ଏ ବାବଦରେ ଆଲୋଚନା କରାଯାଇଛି ।

ସବୁଠୁ ବଡ କଥା ହେଉଛି ସର୍ଭେ ପ୍ରକ୍ରିୟା ଶେଷ ହେବା ପରେ ଅଏଲ ଇଣ୍ଡିଆନର ମ୍ୟାନେଜର ଏବଂ ଅନ୍ୟ ୧୦ ଜଣଙ୍କ ଏକ ଟିମ୍ ଯାଇ ଗୋପରେ ୩୭ ଜଣ ହିତାଧିକାରୀଙ୍କୁ ଏକ ଚେକ୍ ଦେଇଛନ୍ତି । ବର୍ତ୍ତମାନ ସମୟରେ ପ୍ରାକୃତିକ ଗ୍ଯାସ ଏବଂ ପେଟ୍ରୋଲର ମୂଳହୟ କଣ ରହିଛି ତାହା ଆପଣମାନଙ୍କୁ ଭଲ ଭାବେ ଜଣା । ପୁରୀରେ ଏଭଳି ଏକ ଜିନିଷର ସନ୍ଧାନ ମିଳିବା ନିହାତି ଭାବେ ଏକ ଆଶ୍ଚର୍ଯ୍ୟର ବିଷୟ ବୋଲି ଅନେକ କହୁଛନ୍ତି ।

ସ୍ଥାନ ଚିହ୍ନଟ ହେବା ପରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଆଲୋଚନା କରି ସେମାନଙ୍କ ମତାମତ ନିଆ ଯାଇଥିଲା । ପେଟ୍ରୋଲ ଓ ପ୍ରାକୃତିକ ଗ୍ଯାସ ଦର ଆକାଶ ଛୁଆଁ ରହିଥିବା ବେଳେ ଓଡିଶା ପାଇଁ ନିହାତି ଭାବେ ଏହା ଖୁସିର ବିଷୟ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।