“ସତ ନଜାଣି କାହାକୁ କିଛି କହିବାକୁ ଆପଣ କିଏ ? ଦୟାକରି ମନଇଚ୍ଛା Babushan ଓ Prakruti ଙ୍କୁ…” Anubhav ଙ୍କ ଭାଇରାଲ video

କିଛିଦିନର ବିରତି ପରେ ଏବେ ସାମ୍ନାକୁ ଆସିଛି ସାଂସଦ ଅନୁଭବ ମହାନ୍ତିଙ୍କ ଆଉ ଏକ ଭିଡିଓ । ତେବେ ଅନୁଭବ ଏଥର ନିଜ ଭିଡିଓରେ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଉଭୟକୁ ଇଙ୍ଗିତ କରି କିଛି କଥା କହିଛନ୍ତି । ଅନୁଭବ ସମସ୍ତଙ୍କୁ କିଛି ପରାମର୍ଶ ଦେଇଛନ୍ତି ଏହି ଭିଡିଓରେ । ତେବେ ସେ ସିଧାସଳଖ ନାମ ନେଇ ନଥିଲେ ମଧ୍ୟ ଓଲିଉଡ ଅଭିନେତା ବାବୁଶାନ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କ ମାମଲାକୁ ନେଇ ଏଭଳି କହିଥିବା ଚର୍ଚ୍ଚା ହେଉଛି । ଯାହା ତାଙ୍କ ଭିଡିଓରୁ ମଧ୍ୟ ସ୍ପଷ୍ଟ ବାରି ହେଉଛି ।

୧୦ ଦିନ ଚର୍ଚ୍ଚାରେ ରହିଛନ୍ତି ବାବୁଶାନ ଓ ପ୍ରକୃତି । ରାଜରାସ୍ତାରେ ବାବୁଶାନଙ୍କ ପତ୍ନୀ ତୃପ୍ତି ଅଭିନେତ୍ରୀ ପ୍ରକୃତି ଓ ବାବୁଶାନଙ୍କୁ ଏକାଠି ଗୋଟିଏ କାର୍ ରେ ଧରିଥିଲେ । ଆଉ ତ’ପରେ ରୋଡରେ ଯାହା ହାଇଡ୍ରାମା ହୋଇଥିଲା ସାରା ଓଡିଶା ତାହା ଦେଖିଥିଲା । ସେବେଠାରୁ ଏବେ ପର୍ଯ୍ୟନ୍ତ ଉଭୟଙ୍କୁ ନେଇ କଥା ସାମ୍ନାକୁ ଆସୁଛି । ବାବୁଶାନଙ୍କ ପତ୍ନୀ ତୃପ୍ତି ଓ ମା’ ଅପରାଜିତା ନିଜେ ବାବୁଶାନଙ୍କ ସହ ପ୍ରକୃତିଙ୍କ ପ୍ରେମ ସମ୍ପର୍କ ଥିବା ଗଣମାଧ୍ୟମ ସାମ୍ନାରେ କହିଥିଲେ ।

ଏହାସହ ବାବୁଶାନ ନିଜ ପତ୍ନୀଙ୍କ ପାଖକୁ ଫେରି ଆସନ୍ତୁ ବୋଲି ସମସ୍ତେ ତାଙ୍କୁ ଅପିଲ୍ କରିଥିଲେ । ତେବେ ବାବୁଶାନ ନିଜ ଘରକୁ ଫେରିବା ସହ ନିକଟରେ ନିଜ ଜନ୍ମଦିନ ମଧ୍ୟ ପାଳନ କରିଛନ୍ତି ଏବଂ ପତ୍ନୀଙ୍କ ସହ ବୁଝାମଣା ହୋଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଏହି ଘଟଣା ସବୁକୁ ନେଇ ଅନୁଭବ ନିଜ ଭିଡିଓରେ କହିଛନ୍ତି, “ବ୍ୟକ୍ତିଗତ ଜୀବନ କଣ କିଛି ଲୋକ ତାହା ଜାଣିନାହାନ୍ତି । ସମସ୍ତଙ୍କର ନିଜ ବ୍ୟକ୍ତିଗତ ଜୀବନ ଓ ଇଚ୍ଛା ଅଛି ।

କେହି ଏହା କହିପାରନ୍ତି ଆଉ କେହି ଲୁଚେଇକି ରଖନ୍ତି । କିନ୍ତୁ ଏହାକୁ ନେଇ ଅନେକ ଲୋକ ତାଙ୍କର ଫାଇଦା ଉଠାଇବା ସହ ଉପଭୋଗ କରନ୍ତି, ଯାହାକି ସଂପୂର୍ଣ୍ଣ ଭାବେ ଭୁଲ୍ । ଯିଏ ହୋଇଥାଉ ନା କାହିଁକି ଏସବୁକୁ ମୁଁ ସବୁବେଳେ ବିରୋଧ କରେ । ମୁଁ କହିବା ପାଇଁ ଚାହୁଁଛି କି, ଦୟାକରି ସତ ନ ଜାଣିକି କେବେବି ମନଇଚ୍ଛା କୌଣସି ଆନାଲିସିସ କରନ୍ତୁ ନାହିଁ । ଯାହା ଉପରେ ଯାହା ବିତିଥାଏ ତାହା ସେହି ଲୋକ ହିଁ ଜାଣିଛି । ଆପଣ ମାନେ କିଏ ତାହା କହିବାକୁ ।

ଅନ୍ୟମାନେ କଣ ଚିନ୍ତା କରୁଛନ୍ତି ବା କଣ ଚାହୁଁଛନ୍ତି ଆପଣମାନେ କହିବାକୁ କିଏ ? ଏହା ଭୁଲ ନୁହେଁ କି ? ଆପଣ ମୋତେ ଭଲ ପାଉଥିବେ କିମ୍ବା ଭଲ ପାଉନଥିବେ କିନ୍ତୁ ଥରେ ଚିନ୍ତା କରିବେ ମୁଁ ଯାହା କହୁଛି ଭୁଲ କହିଛି କି ଠିକ କହୁଛି ।” ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଆଗକୁ ଆମ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।