ବାହାଘର ପରେ ମଜା ନେଇ ଛାଡିଦେଲେ, ବହୁତ ହିଁ କମ ବୟସରେ ହୋଇଥିଲା Bollywood ର ଏହି 5 ହିରୋଇନ ଙ୍କ ଡିଭୋର୍ସ

ସମସ୍ତଙ୍କ ଜୀବନରେ ସୁଖ ଦୁଃଖ ଲାଗି ରହିଥାଏ । ଏମିତିରେ ସେହି ବ୍ୟକ୍ତି ଉପରେ ନିର୍ଭର କରିଥାଏ କି ସେ ସେହି ପରିସ୍ଥିତିକୁ କେଉଁଭଳି ଭାବରେ ସମଧାନ କରି ଆଗକୁ ବଢିପାରିବ । କହିବାକୁ ଗଲେ ବଲୀଉଡ ଇଣ୍ଡଷ୍ଟ୍ରିରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ କରି ନିଜର ଘର କରିଛନ୍ତି କିନ୍ତୁ ଏହା ପରେ ସେମାନଙ୍କ ମଧ୍ୟରୁ କିଛି ଅଭିନେତ୍ରୀଙ୍କ ଜୀବନରେ ବିବାଦ ଦେଖାଦେଲା ଓ ଶେଷରେ ସେମାନେ ନିଜର ସମ୍ପର୍କକୁ ଭାଙ୍ଗି ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଲେ । ତେବେ ଚାଳନ୍ତୁ ଜାଣିବା ସେହି ଅଭିନେତ୍ରୀମାନଙ୍କ ବିଷୟରେ ଯେଉଁମାନେ ନିଜର ସ୍ଵାମୀଙ୍କ ଠାରୁ ଅଲଗା ହେବା ପରେ ଏକ ସୁଖମୟ ଜୀବନ ଜାପନ କରୁଛନ୍ତି ।

ମଲଇକା ଅରୋଡା

ବଲୀଉଡ ଅଭିନେତ୍ରୀ ମଲାଇକା ଅରୋଡା ଅରବାଜ ଖାନଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର ୧୦ ବର୍ଷ ପରେ ଦୁଇ ଜଣ ଅଲଗା ହେବା ପାଇଁ ନିଷ୍ପତି ନେଲେ । ମଲାଇକା ଓ ଅରବାଜଙ୍କ ଗୋଟିଏ ପୁଅ ଅଛି । ଯିଏକି ନିଜ ମା ସହିତ ହିଁ ରହୁଛି । କିନ୍ତୁ କହିଦେଉଛୁ କି ଛାଡପତ୍ର ପରେ ମଲାଇକା ବିଲକୁଲ ବି ଭାଙ୍ଗି ନ ଥିଲେ ନାହାନ୍ତି । ସେ ଗୋଟିଏ ଇଣ୍ଟରଭିୟୁରେ କହିଥିଲେ କି ଏହିଭଳି ନିଷ୍ପତି ନେବା ତାଙ୍କ ପାଇଁ ଏତେ ସହଜ ବି ନ ଥିଲା । କହିଦେଉଛୁ କି ବର୍ତ୍ତମାନ ସମୟରେ ମଲାଇକା ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ କରୁଛନ୍ତି ।

ରଶ୍ମି ଦେସାଇ

କହିଦେଉଛୁ କି ରଶ୍ମି ଦେସାଈ ଓ ନନ୍ଦିଶ ସିଂହ ସନ୍ଧୁ ସିରିୟଲ ଉତ୍ତରନର ସେଟରେ ପରସ୍ପର ସହ ଦେଖା ହୋଇଥିଲେ । ଏହା ପରେ ଦୁଇ ଜଣ ପରସ୍ପରକୁ ଭଲ ପାଇ ବସିଲେ ଓ ବିବାହ କରି ନେଲେ । କିନ୍ତୁ ବିବାହର ୩ ବର୍ଷ ପରେ ରଶ୍ମି ଦେସାଇ ୨୦୧୫ରେ ଛାଡପତ୍ର ନେଇଗଲେ । ରଶ୍ମିଙ୍କ କହିବା ଅଟେ କି ନନ୍ଦିଶ ତାଙ୍କ ସହ ମାରପିଟ କରୁଥିଲେ । କିନ୍ତୁ ଏହା ସତ୍ବେ ବି ରଶ୍ମି ଆଜି ନିଜ ଜୀବନରେ ବହୁତ ଖୁସିରେ ଅଛନ୍ତି ଓ ସୋସିଆଲ ମିଡିଆରେ ନିଜର ବୋଲ୍ଡ ଫଟୋକୁ ନେଇ ଲାଇମ ଲାଇଟରେ ଅଛନ୍ତି ।

ଜେନିଫର ୱିଂଗେଟ

ଟିଭି ଦୁନିଆର ସବୁଠୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଥିବା ଜେନିଫର ୱିଂଗେଟଙ୍କ ବି ଏହି ଲିସ୍ଟରେ ସାମିଲ ଅଛି । କହିଦେଉଛୁ କି ୨୦୧୨ରେ ଜେନିଫର ୱିଂଗେଟ ଅଭିନେତା କରଣ ସିଂହ ଗ୍ରୋବରଙ୍କୁ ବିବାହ କରିଥିଲେ । କିନ୍ତୁ ଏହି ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ଚାଲିଲା ନହିଁ ଓ ଦୁଇ ବର୍ଷ ପରେ ଦୁଇ ଜଣ ଅଲଗା ହୋଇଗଲେ । ବର୍ତ୍ତମାନ ଜେନିଫର ୱିଂଗେଟ ନିଜ ଜୀବନରେ ଏକୁଟିଆ ଅଛନ୍ତି ଓ ବହୁତ ଖୁସିରେ ମଧ୍ୟ ଅଛନ୍ତି । କହିଦେଉଛୁ କି ପ୍ରାୟତଃ ଜେନିଫର ୱିଂଗେଟ ନିଜର ବୋଲ୍ଡ ଫଟୋକୁ ନେଇ ଚର୍ଚା ରହିଥାନ୍ତି ।

କରିଶ୍ମା କପୁର

କପୁର ପରିବାରର ଝିଅ କରିଶ୍ମା କପୁରଙ୍କ ଫିଲ୍ମ କ୍ୟାରିୟର ବହୁତ ଭଲ ରହିଛି । ସଫଳତାର ଶୀର୍ଷରେ ରହିଥିବା କରିଶ୍ମା କପୁର ଦିଲ୍ଲୀର ବିଜନେସମ୍ୟାନ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ । ଏହି ବିବାହ ପରେ କରିଶ୍ମା କପୁରଙ୍କ ଦୁଇଟି ସନ୍ତାନ ହେଲା । କିନ୍ତୁ ୨୦୧୬ରେ ଦୁଇ ଜଣଙ୍କର ମଝିରେ ଛାଡପତ୍ରର ହୋଇଗଲା ଓ ତଲାକ ନେବା ପରେ କରିଶ୍ମା କପୁର ସଂଜୀବ କପୁରଙ୍କ ଉପରେ ଗର୍ଭବତ୍ତୀ ସମୟରେ ମାରପିଟ କରୁଥିବାର ଗମ୍ଭୀର ଆରୋପ ଲଗାଇ ଥିଲେ । ବର୍ତ୍ତମାନ କରିଶ୍ମା କପୁର ଏକୁଟିଆ ହିଁ ନିଜର ସନ୍ତାନମାନଙ୍କର ଦେଖା ଶୁଣା କରୁଛନ୍ତି ।

ମହିମା ଚୌଧରୀ

ସୁପରହିଟ ଫିଲ୍ମ ପରଦେଶରୁ ମହିମା ଚୌଧରୀ ବଲୀଉଡରେ ଡେବ୍ୟୁ କରିଥିଲେ । ଏମିତି ଲାଗୁଥିଲା କି ସେ ଅନ୍ୟ ଅଭିନେତ୍ରୀଙ୍କୁ କଡା ଟକ୍କର ଦେବେ । କିନ୍ତୁ ମହିମା ଚୌଧରୀ ଜଲ୍ଦି ହିଁ ଫିଲ୍ମ ଦୁନିଆରୁ ଗାୟବ ହୋଇଗଲେ । ବର୍ଷ ୨୦୦୬ରେ ସେ ବବି ମୁଖାର୍ଜୀଙ୍କୁ ବିବାହ କରିଥିଲେ । କିନ୍ତୁ ତାଙ୍କର ବିବାହ ମାତ୍ର ୭ ବର୍ଷ ପର୍ଯ୍ୟନ୍ତ ହିଁ ଚାଲି ପାରିଲା । ଏହା ପରେ ଦୁଇ ଜଣ ଅଲଗା ହୋଇଗଲେ । ମହିମାଙ୍କର ଗୋଟିଏ ଝିଅ ଅଛି ଯାହାର ନାଁ ଅରୟନ ଚୌଧରୀ ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।