ଫେମସ ହେବାପାଇଁ TVର ଏହି 5 ପପୁଲାର ହିରୋଇନ ମାନେ ବଦଳାଇ ଦେଲେ ନିଜର ଅସଲ ନାମ, 3ନଂତ ସମସ୍ତଙ୍କ ଫେବରେଟ

ଫେମସ୍ ହେବା ପାଇଁ ସେଲିବ୍ରିଟି ମାନେ କଣ ନ କରନ୍ତି । କିଏ ନ୍ୟୁମେରୋଲୋଜି ଅନୁସାରେ ନିଜ ନାମ ବଦଳାଇ ଥାଏ ତ କିଏ ଜ୍ୟୋତିଷଙ୍କ କହିବା ଅନୁଯାୟୀ ନିଜ ନାମରେ ଅତିରିକ୍ତ ଅକ୍ଷର ମିଶାଇ ଲେଖନ୍ତି ଅଥବା କାଟି ଦିଅନ୍ତି । ଆଉ କେହି କେହି ନିଜେ ହିଁ ନିଜ ନାମ ବଦଳାଇ ଦିଅନ୍ତି । ଆଜି ଆମେ ଟିଭିର କିଛି ଅଭିନେତ୍ରୀଙ୍କ ବିଷୟରେ ଜାଣିବା ଯେଉଁମାନଙ୍କ ଅସଲ ନାମ ଅନ୍ୟ କିଛି ଅଟେ ।

୧- ଅନିତା ହଂଶନନ୍ଦାନି

ଛୋଟ ପରଦାର ଲୋକପ୍ରିୟ ନାଗିନ ମାନଙ୍କ ମଧ୍ୟରୁ ଜଣେ ଅନିତା ହଂଶନନ୍ଦାନିଙ୍କ ଅସଲି ନାମ ହେଉଛି ନତାଶା ହଂଶନନ୍ଦାନି । ଅନିତା ହଂଶନନ୍ଦାନି ଛୋଟ ପରଦା ଧାରାବାହିକ କଭି ସୌତନ୍ କଭି ସହେଲୀ ରୁ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । କିନ୍ତୁ ଟିଭିକୁ ଆସିବା ପୂର୍ବରୁ ଅନିତା ନିଜ ନାମ ବଦଳାଇ ନତାଶା ରଖିଥିଲେ । ତାଙ୍କର ବିଶ୍ବାସ ଯେ ସାଧାରଣ ନାମ ଦର୍ଶକଙ୍କୁ ମନେ ରଖିବା ପାଇଁ ସହଜ ହୁଏ ଓ ତାହା ଲୋକପ୍ରିୟ ହେବାର ସାମ୍ଭାବ୍ୟ ମଧ୍ୟ ଅଧିକ ରହି ଥାଏ ।

୨- ନିଆ ଶର୍ମା

ଟିଭି ଇଣ୍ଡଷ୍ଟ୍ରି ର ସବୁଠୁ ଲୋକପ୍ରିୟ ଓ ଦୁନିଆର ସବୁଠୁ ସେକ୍ସି ମହିଳାଙ୍କ ମଧ୍ୟରୁ ଜଣେ ଅଭିନେତ୍ରୀ ନିଆ ଶର୍ମାଙ୍କ ଅସଲ ନାମ ହେଉଛି ନେହା ଶର୍ମା । ନିଆଙ୍କ ନିଜ ନାମ ପରିବର୍ତ୍ତନ କରିବା ପଛରେ କିଛି ଖାସ୍ କାରଣ ନାହିଁ । ନିଆ କହିଥିଲେ କି ନେହା ଏକ ବହୁତ ସାଧାରଣ ନାମ ଅଟେ । କିନ୍ତୁ ସେ ଅନ୍ୟ ଠୁ ଅଲଗା ଅଟନ୍ତି । ସେଥିପାଇଁ ନିଜ ନାମ ପରିବର୍ତ୍ତନ କରିଥିଲେ ।

୩- ରଶ୍ମି ଦେଶାଇ

ଟିଭି ଶୋ ଉତ୍ତରଣ ର ତପସ୍ୟା ବା ରଶ୍ମି ଦେଶାଇ ୯ ବର୍ଷ ପୂର୍ବେ ନିଜ ନାମ ପରିବର୍ତ୍ତନ କରି ନେଇଥିଲେ । ତାଙ୍କ ଅସଲ ନାମ ହେଉଛି ଶିବାନୀ ଦେଶାଇ ଥିଲା । କିନ୍ତୁ ତାହା ପରିବର୍ତ୍ତନ କରି ଦିବ୍ଯା ଦେଶାଇ ରଖାଗଲା । ତୃତୀୟ ଥର ସେ ନିଜ ନାମ ପରିବର୍ତ୍ତନ କରି ରଶ୍ମି ରଖିଥିଲେ । ଏହି ସମ୍ବନ୍ଧରେ ସେ କୁହନ୍ତି କି ତାଙ୍କ ମାଆ ଜଣେ ବୃତ୍ତିଗତ ସଂଖ୍ୟାତତ୍ତ୍ବବିତଙ୍କୁ ଦେଖାଇବା ପରେ ସେ ନିଜ ନାମ ପରିବର୍ତ୍ତନ କରିଥିଲେ । ଏହାର ପ୍ରଭାବ ତାଙ୍କ କ୍ୟାରିଅର ଉପରେ ମଧ୍ୟ ପଡ଼ିଲା । ଫଳବଶତଃ ତାଙ୍କୁ ଅନେକ ହିଟ୍ ଶୋ ମଧ୍ୟ ମିଳିଲା ।

୪- ଦଲଜିତ୍ କୌର

ଇସ୍ ପ୍ୟାର କୋ କ୍ୟା ନାମ ଦୁଁ ଅଭିନେତ୍ରୀ ଦଲଜିତ୍ କୌର ନିକଟରେ ହିଁ ନିଜ ନାମ ପରିବର୍ତ୍ତନ କରି ଦୀପା ରଖିଛନ୍ତି । ଏହି ସମ୍ବନ୍ଧରେ ସେ ସୋସିଆଲ ମିଡିଆରେ ଏକ ସେଲ୍ଫି ଅଫଲୋଡ୍ କରି ଜଣାଇ ଥିଲେ । ତାଙ୍କ ମାଆ ଙ୍କ କହିବା ଅନୁସାରେ ତାଙ୍କ ଅସଲ ନାମ ଟିକେ କଷ୍ଟ ଅଟେ । ସେ ଦୀପାବଳୀ ସମୟରେ ଜନ୍ମ ହୋଇଥିବାରୁ ତାଙ୍କ ନାମ ପରିବର୍ତ୍ତନ କରି ଦୀପା ରଖିଲେ ।

୫- ରିଧିମା ତିୱାରୀ

ଦୋ ଦିଲ ଏକ ଜାନ, ଶଶୁରାଲ୍ ଗେନ୍ଦା ଫୁଲ୍ ଓ ଗୁଲାମ ପରି ଟିଭି ଶୋ ରୁ ନାମ କମାଇ ଥିବା ଅଭିନେତ୍ରୀ ରିଧିମା ତିୱାରୀ କାହା କହିବା ଅନୁସାରେ ନୁହେଁ କିନ୍ତୁ ନିଜେ ହିଁ ନିଜ ନାମ ପରିବର୍ତ୍ତନ କରୁଛନ୍ତି । ତାଙ୍କ ଅସଲ ନାମ ଶ୍ବେତା ତିୱାରୀ ଥିଲା । କିନ୍ତୁ ଲୋକପ୍ରିୟ ଅଭିନେତ୍ରୀ ଶ୍ବେତା ତିୱାରୀଙ୍କ ସହ ନିଜ ନାମ ମିଶିବା ଯୋଗୁଁ ସେ ନିଜ ନାମ ପରିବର୍ତ୍ତନ କରି ଦେଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।