ନୀଳ ଚକ୍ରରେ ଉଡିଲା ଧଳା ନେତ, କଣ ବାତ୍ୟା ୟାସ ନେବ ପ୍ରଳୟଙ୍କରୀ ରୂପ ନା ଆଉ କିଛି ? କଣ ଦେଉଛି ଏହା ସଙ୍କେତ ?

ଓଡିଶାର ବିଭିନ୍ନ ରାଜ୍ୟରେ ଲଗାତର ବର୍ଷା ଓ ପବନ ଆଦି ହେବାର ଦେଖିବାକୁ ମିଳିଛି । ବନ୍ଧୁଗଣ ଏହି ବାତ୍ୟାଟି ୧୮୦ କିଲୋମିଟର ବେଗରେ ସମୁଦ୍ର ଉପକୂଳରେ ଅତିକ୍ରମ କରିବାକୁ ଯାଉଛି ।

ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ ଆଉ ମାତ୍ର କିଛି ସମୟ ପରେ ଝଡ ବାତ୍ୟା ‘ୟଶ’ ସମୁଦ୍ର ଉପକୂଳରେ ଅତିକ୍ରମ କରିବ । ବାତ୍ୟାର ପ୍ରଭାବ ଗତ କାଲୀ ଠାରୁ ଦେଖିବାକୁ ମିଳୁଛି । ଏହି ମଧ୍ୟରେ ଶ୍ରୀକ୍ଷେତ୍ର ନୀଳ ଚକ୍ରରେ ଧଳା ବାନା ଉଡୁଥିବାର ଦେଖାଯାଇଛି । ବନ୍ଧୁଗଣ ଏହି ଧଳା ନେତ ଉଡିବାର କିଛି ବିଶେଷ ସଙ୍କେତ ରହିଛି । ଆଜି ଆମେ ଆପଣ ମାନଙ୍କୁ ଏହି ବିଶେଷ ସଙ୍କେତ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସେବାୟତ ମାନଙ୍କ ମତରେ, ଧଳା ବାନା ବନ୍ଧା ହେବାର ସଙ୍କେତ ହେଉଛି ପ୍ରବଳ ବର୍ଷା ଓ ପବନ ହେବା । ତେଣୁ ବନ୍ଧୁଗଣ ଶ୍ରୀମନ୍ଦିରରେ ଧଳା ବାନା ବନ୍ଧା ହେଲେ ଏହା ହେଉଛି ଏକ ବାତ୍ୟା ବା ଝଡର ପ୍ରାକ ସୂଚନା ।

ଏହା ବହୁତ ଥର ଅନୁଭବ କରାଯାଇଛି । ବନ୍ଧୁଗଣ ଶ୍ରୀମନ୍ଦିରରେ ଏକ ଲଟରି ସିଷ୍ଟମ ରହିଛି । ସେହି ଲଟରିରେ ଉଠିଥିବା ବାନା ଶ୍ରୀମନ୍ଦିର ନୀଳ ଚକ୍ରରେ ବନ୍ଧା ହୋଇଥାଏ । ତେଣୁ ଗତକାଲି ଏକ ଭକ୍ତର ଧଳା ବାନା ଲଟରିରେ ଉଠିଥିଲା । ଯାହାଫଳରେ ଗତକାଲି ସନ୍ଧ୍ୟା ୫ ଟାରୁ ଏହି ଧଳା ବାନା ନୀଳ ଚକ୍ରରେ ବନ୍ଧା ହୋଇଛି ଓ ଗତକାଲି ଠାରୁ ଶିକ୍ଷେତ୍ରର ପାଣି ପାଗ ବହୁତ ଖରାପ ରହିଛି । ଦିନ ସମୟରେ ଖରା ପାଣି ପାଗ ଥିଲା ହେଲେ ଧଳା ବାନା ବନ୍ଧା ହେବା ପରେ କାଳିଠାରୁ ପ୍ରବଳ ବର୍ଷା ଆଦି ହେବାରେ ଲାଗିଛି ।

ବନ୍ଧୁଗଣ ଶ୍ରୀମନ୍ଦିରର ଏକ ବିଶେଷ କଥା ରହିଛି ତାହା ହେଉଛି ‘ବାନା ଯଦି ବନ୍ଧା ହୁଏ ଧବଳ ତା ହେଲେ ବର୍ଷା ହୁଏ ପ୍ରବଳ’ । ଧଳା ବାନା ବନ୍ଧା ହେବା ପରେ ଏହା ମଧ୍ୟ ସୂଚନା ରହିଛି ଯେ ଆସନ୍ତା କାଲି ବାତ୍ୟା ହେବ । ପାଣିପାଗ ବିଭାଗରୁ ଏହା ଆକଳନ କରାଯାଇଛି ଯେ, ଗତକାଲି ମଧ୍ୟାନ ସମୟରେ ବାତ୍ୟା ‘ୟଶ’ ପାରାଦୀପ ଉପକୂଳ ଦେଇ ଓଡିଶାକୁ ଅତିକ୍ରମ କରିବ । ତେଣୁ ବନ୍ଧୁଗଣ ଏହା ମହାପ୍ରଭୁଙ୍କର ଏକ ବଡ ସଙ୍କେତ ଅଟେ ।

ଆଶା କରାଯାଉଛି ଯେ, ଏହି ବାତ୍ୟାଟି ଓଡିଶାକୁ ବିଶେଷ କିଛି କ୍ଷୟ କ୍ଷତି କରେଇବ ନାହିଁ । ହେଲେ ଆମ ସମସ୍ତଙ୍କୁ ଏହି ବାତ୍ୟା ପାଇଁ ସଚେତନ ରହିବା ନିହାତି ଆବଶ୍ୟକ,  ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।