Salman Khan ଙ୍କ ନୂଆ ଭାଉଜ Dance Rehearsal ପରେ ଏମିତି ହଟ ଡ୍ରେସରେ ଆସିଲେ ନଜର, ଭାଇରାଲ ହେଉଛି ଫଟୋ

ସଲମାନ୍ ଖାଁ ଙ୍କ ଭାଉଜ ଜର୍ଜିଆ ପ୍ରାୟତଃ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ରେ ନିଜ ବୋଲ୍ଡ ଫଟୋ ସେୟାର କରି ଚର୍ଚ୍ଚାରେ ରୁହନ୍ତି । ବର୍ତ୍ତମାନ ସେ ଏକ ଭାଇରାଲ ଭିଡ଼ିଓକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ନିକଟରେ ତାଙ୍କୁ ଡାନ୍ସର ଓ କୋରିଓଗ୍ରାଫର୍ ମୁଦ୍ଦଶର ଙ୍କ ସହ ଦେଖିବାକୁ ମିଳିଥିଲା । ଜଣାଇ ରଖୁଛୁ କି ଜର୍ଜିଆ ଗାୟକ ମିକା ସିଂ ଙ୍କ ସହ ୯୦ ଦଶକର ସବୁଠୁ ହିଟ୍ ଗୀତ “ରୂପ୍ ତେରା ମସ୍ତାନା” ରିମେକ୍ ର ଡାନ୍ସ ମୁଭ୍ ରେ ସମସ୍ତଙ୍କୁ ଚମାକାଇ ଦେବାକୁ ଯାଉଛନ୍ତି ।

ଭାଇରାଲ ଭିଡିଓ ରେ ଅଭିନେତ୍ରୀ ଜର୍ଜିଆଙ୍କ ଡାନ୍ସ ରିହର୍ଶଲ ର ଏକ ଦୃଶ୍ୟ ମଧ୍ୟ ଅଛି । ଅଭ୍ୟାସ ପରେ ଜର୍ଜିଆ କୋରିଓଗ୍ରାଫର୍ ମୁଦ୍ଦଶରଙ୍କ ସହ ବାହାରକୁ ଆସୁଥିବାର ମଧ୍ୟ ଦେଖିବାକୁ ପାଇବେ ଓ ପାପାରାଜି କୁ ମଧ୍ୟ କିଛି ପୋଜ୍ ଦେଉଥିବାର ଦେଖି ପାରିବେ । ଏହି ଭିଡ଼ିଓରେ ଆପଣ ଦେଖି ପାରିବେ କି ଜର୍ଜିଆ ଙ୍କ ଲୁକ୍ ବହୁତ ଗ୍ଲାମରସ୍ ଦିଶୁଛି ।

ଏତେ ସାଧାରଣ ଡ୍ରେସ୍ ରେ ମଧ୍ୟ ସେ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ତେବେ ଏହି ଗୀତଟି ମିକା ସିଂ ନିଜ ଅନ୍ଦାଜରେ ଗାଇଛନ୍ତି ଓ ଫିରୋଜ୍ ଖାଁ ନିର୍ଦ୍ଦେଶନା ଦେଇଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ଏହି ଗୀତଟିର ଟ୍ରେଲର ରିଲିଜ୍ ହୋଇ ସାରିଛି । ଏହି ଗୀତରେ ମଡେଲ ଓ ଅଭିନେତ୍ରୀ ଜର୍ଜିଆ ଙ୍କୁ ମିକା ସିଂ ଙ୍କ ସହ ଡାନ୍ସ କରୁଥିବାର ଦେଖିବାକୁ ପାଇବେ ।

ଗୀତରେ ଜର୍ଜିଆ ରଙ୍ଗୀନ କ୍ରିଷ୍ଟାଲ ଡ୍ରେସ୍ ପିନ୍ଧିଛନ୍ତି । ଏହି ଡ୍ରେସରେ ତାଙ୍କ ଲୁକ୍ ଖୁବ୍ ଆଖିଦୃଶିଆ ହୋଇଛି । ତାଙ୍କ କେଶକୁ ମଧ୍ୟ ୯୦ ଦଶକର ଡ଼ିସ୍କୋ ଥିମ୍ ପରି ସଜାଇଛନ୍ତି । ଏହି କେଶବିନ୍ୟାସ ମଧ୍ୟ ତାଙ୍କୁ ଖୁବ୍ ମାନୁଛି ଓ ଆହୁରି ସୁନ୍ଦର ଦିଶୁଛନ୍ତି ।

ତେବେ ଏହି ଗୀତ ବିଷୟରେ ଜର୍ଜିଆଙ୍କୁ ପଚରା ଯିବାରୁ ସେ କହିଥିଲେ କି ସେ ୟୁରୋପରେ ମଡେଲିଂ କରୁଥିବା ସମୟରେ ପ୍ରାୟ କ୍ଳବ୍ ଗୁଡିକରେ ଏହିପରି ବଲିଉଡ ଗୀତ ଗୁଡ଼ିକର ରିମିକ୍ସ ଶୁଣିବାକୁ ପାଉଥିଲେ । କିଛି ଦିନ ପରେ ସେ ନିଜେ କିଛି ପୁରୁଣା ଗୀତ ଓ ତାର ରିମିକ୍ସ ଖୋଜି ଶୁଣିଥିଲେ । ସେତେବେଳେ ତାଙ୍କୁ ଶର୍ମିଲା ଟାଗୋର ଙ୍କ ଗୀତ ରୂପ୍ ତେରା ମସ୍ତାନା ମଧ୍ୟ ମିଳିଥିଲା । ଏହି ଗୀତରେ ଶର୍ମିଲା ଟାଗୋରଙ୍କ ସୁନ୍ଦରତା ଓ ଡାନ୍ସ କୁ ଦେଖି ଜର୍ଜିଆ ତାଙ୍କର ଦିୱାନୀ ହୋଇଯାଇଥିଲେ ।

ମିକା ସିଂଙ୍କ ଏହି ଗୀତରେ ଆପଣଙ୍କୁ ଡିସ୍କୋ ରେଟ୍ରୋ ମ୍ଯୁଜିକ୍ ର ଅନୁଭବ ମଧ୍ୟ ମିଳିବ । ଯାହା ପ୍ରଶଂସକ ମାନେ ଖୁବ୍ ପସନ୍ଦ କରୁଛନ୍ତି । ଏହା ସହ ଏହି ଗୀତରେ ଆପଣଙ୍କୁ ଜର୍ଜିଆଙ୍କ ଠାରେ ଅଭିନେତ୍ରୀ ଶର୍ମିଲା ଟାଗୋରଙ୍କ ପ୍ରତିଛବି ମଧ୍ୟ ଦେଖିବାକୁ ମିଳିବ ଓ ତାଙ୍କର କିଛି ନୃତ୍ୟ ଶୈଳୀ ମଧ୍ୟ ଜର୍ଜିଆ ଆଉ ଥରେ ପ୍ରଦର୍ଶନ କରିବାକୁ ଯାଉଛନ୍ତି ।

ଜର୍ଜିଆ ଏବେ ହିନ୍ଦୀ ସିନେମାରେ ନିଜକୁ ଧୀରେ ଧୀରେ ପ୍ରତିଷ୍ଠା କରିବାକୁ ଚେଷ୍ଟା ଚଳାଇଛନ୍ତି । ନିକଟରେ ତାଙ୍କୁ ଏକ କମେଡି ତାମିଲ ୱେବ୍ ସିରିଜ କେରୋଲିନ କାମାକ୍ଷୀ ଓ ଏକ ସର୍ଟ ଫିଲ୍ମ୍ ଦି ଭିକ୍ଟିମ୍ ରେ ଦେଖିବାକୁ ମିଳିଥିଲା । ଶୁଣିବାକୁ ମିଳିଛି ସେ ଶୀଘ୍ର ଏକ ବଲିଉଡ ଫିଲ୍ମ ୱେଲକମ୍ ଟୁ ବାଜରଙ୍ଗପୁର ରେ କାମ କରିବେ । ଖବର ରୁ ମଧ୍ୟ ଜଣା ପଡ଼ିଛି ଜର୍ଜିଆ ଅତିଶୀଘ୍ର ସଲମାନ୍ ଖାଁ ଙ୍କ ଭାଉଜ ହେବାକୁ ଯାଉଛନ୍ତି । ଅର୍ଥାତ୍ ୨୦୨୧ ମସିହାରେ ଜର୍ଜିଆ, ଅରବାଜ୍ ଖାଁ ଙ୍କୁ ବିବାହ କରିବେ । ଏହିପରି ଭାବେ ଜର୍ଜିଆ ଏବେ ବହୁତ ଚର୍ଚ୍ଚାରେ ରହୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।