ଆଳୁ କେଜି ୫୦ ପାର ଏଥିପାଇଁ ଦାୟୀ କିଏ ? ଜାଣନ୍ତୁ କାହିଁକି ବଢୁଛି ଦରଦାମ ?

ଶୀତ ଦିନ କିନ୍ତୁ ପନିପରିବା ମୂଲ୍ୟ ଆକାଶ ଛୁଆଁ । ଆଳୁକେଜି ୫୦ ପାର ପିଆଜ କେଜି ୬୦, ୭୦ ଟଙ୍କା । ଲୋକ ଖାଇବେ କଣ ସେନେଇ ରୋଷେଇଘରେ ଚିନ୍ତା ପଡ଼ିଛି । ପିଆଜର ଅତ୍ୟଧିକ ମୂଲ୍ୟବୃଦ୍ଧି ଯୋଗୁଁ ମାସାଧିକ କାଳ ଖାଉଟି ହନ୍ତସନ୍ତ ହେବାପରେ ଦାମ୍‌ ଟିକେ ଖସୁଥିବାବେଳେ ଏବେ ଆଳୁର ମହଙ୍ଗା ମାଡ଼ରେ ଖାଉଟି ଅତିଷ୍ଠ ହେଲେଣି । ଗତ ୨ ମାସ ମଧ୍ୟରେ ଆଳୁ, ପିଆଜ ଦର ଦୁଇଗୁଣା ବୃଦ୍ଧି ହୋଇଛି ।

ବର୍ତ୍ତମାନ ପିଆଜ ଦରରେ ସାମାନ୍ୟ ହ୍ରାସ ହୋଇଥିଲେ ହେଁ ଆଳୁ ଦର କମିବାର ନାଁ ଧରୁନି । ଲଗାତର ଦର ବୃଦ୍ଧି ଖାଉଟିଙ୍କୁ ଖୁବ୍ ବାଧୁଛି । ଅନ୍ୟପଟେ ସରକାରଙ୍କ ଦୂରଦୃଷ୍ଟି ଏବଂ ଆନ୍ତରିକତାର ଅଭାବ ଏଥିପାଇଁ ଦାୟୀ ବୋଲି ଅଭିଯୋଗ କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ । ୨ ମାସ ତଳେ ଆଳୁ କେଜି ୧୫ରୁ ୨୦ ଟଙ୍କା ରହିଥିଲା । ବର୍ତ୍ତମାନ ତାହା ୫୦ ଟଙ୍କା ଟପିଲାଣି । ସେହିପରି ଜୁଲାଇ ଏବଂ ଅଗଷ୍ଟରେ ପିଆଜ କିଲୋ ଦାମ ୨୫ରୁ ୩୦ ଥିଲା ।

ସେପ୍ଟେମ୍ବର ଏବଂ ଅକ୍ଟୋବରରେ ହଠାତ ୮୦ ଟଙ୍କାରେ ପହଞ୍ଚିଥିଲା । ବର୍ତ୍ତମାନ ଆମଦାନୀ ସ୍ବାଭାବିକ ହେବା ଏବଂ ନୂଆ ଆନ୍ଧ୍ର ପିଆଜ ଆସିବା ପରେ ପିଆଜ କିଲୋ ୫୫ରୁ ୬୦ ଟଙ୍କା ଟଙ୍କାକୁ ଖସିଛି । ସେହିପରି ଧର୍ମମାସ କାର୍ତ୍ତିକରେ ଅଧିକାଂଶ ଘରେ ଆମିଷ ପଶୁନଥିବାରୁ ପରିବା ଦର ବି ଖସୁନାହିଁ ।

ତେବେ କାର୍ତ୍ତିକ ସରିଲା ତଥାପି ପନୀପରିବା ଉପରେ କିଛି ଖାସ ପ୍ରଭାବ ପଡିଲା ଭଳି ଦେଖାଯାଉନାହିଁ । ଅଧିକାଂଶ ପରିବା ଦର କିଲୋ ୩୦ରୁ ୪୦ ଟଙ୍କା ମଧ୍ୟରେ ରହିଛି । ଯାହାକୁ ନେଇ ଏବେ ଖାଉଟି ଚିନ୍ତାରେ ଅଛନ୍ତି । ରାଜ୍ୟରେ ବର୍ଷକୁ ୧୪ ଲକ୍ଷ ଟନ୍ ଆଳୁ ଆବଶ୍ୟକ ହେଉଥିବା ବେଳେ ରାଜ୍ୟରେ ଉତ୍ପାଦନ ହେଉଛି କେବଳ ୭୦ରୁ ୮୦ ହଜାର ଟନ୍ ।

ବଳକା ୧୩ ଲକ୍ଷ ଟନ୍ ଆଳୁ ପାଇଁ ଉତ୍ତର ପ୍ରଦେଶ ଏବଂ ପଶ୍ଚିମ ବଙ୍ଗ ଉପରେ ରାଜ୍ୟ ଉପରେ ର୍ନିଭର କରିବାକୁ ପଡୁଛି । ତେବେ ବର୍ତ୍ତମାନ ପାଗ ଉତ୍ତମ ଥିବା ଏବଂ ଆମଦାନୀ ସ୍ବାଭାବିକ ରହିଥିଲେ ବି ଆଳୁଦର କମୁନାହିଁ ।

ଅପରପକ୍ଷରେ ପଶ୍ଚିମ ବଙ୍ଗ ଏବଂ ଉତ୍ତର ପ୍ରଦେଶରେ ଆଳୁଦର ଉଚ୍ଚା ଥିବାରୁ ରାଜ୍ୟରେ ଆଳୁଦର ବଢ଼ିଚି ବୋଲି ଅନେକ ବ୍ୟବସାୟୀ କହିଛନ୍ତି । ଆଜି ମୂଲ୍ୟ କୁଇଣ୍ଟାଲ ପିଛା ୩୮୦୦ରୁ ୩୯୦୦ ଟଙ୍କା ରହିଥିଲା । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।