ଭୟଙ୍କର ଶସ୍ତା ହେଲା ସୁନାଦର, ଦେଖନ୍ତୁ କେତେ ଅଛି ଆଜି 1 ଡିସେମ୍ବର Gold rate

ସୁନା-ରୁପା ମୂଲ୍ୟ ରେ ହ୍ରାସ ରେକର୍ଡ ହ୍ରାସ । ଅନ୍ତର୍ଜାତୀୟ ବଜାରରେ ଆଜି ମୂଲ୍ୟବାନ ଧାତୁ ଦରରେ ମଧ୍ୟ ହ୍ରାସ ଘଟିଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଆଜି ଭୁବନେଶ୍ବରରେ ୨୨ କ୍ୟାରେଟ ସୁନା ମୂଲ୍ୟରେ ୩୧୦ ଟଙ୍କାର ହ୍ରାସ ଘଟିଛି । ଅନ୍ୟପକ୍ଷେ ଆଜି ଦେଶରେ ୧୦ ଗ୍ରାମ ସୁନା ଦର ରେ ୧୦ ଟଙ୍କା ଖସିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୮, ୨୪୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୪୮, ୨୫୦ ଟଙ୍କା ଥିଲା ।

ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୭, ୨୪୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଗତକାଲି ଏହାର ମୂଲ୍ୟ ୪୭, ୨୫୦ ଟଙ୍କା ଥିଲା । ଆଜି ପୁଣି ଶସ୍ତା ହେଲା ସୁନା । ସୋମବାର ଦିଲ୍ଲୀ ସର୍ରୋଫା ବଜାରରେ ସୁନା-ରୂପା ଦାମ୍ ହ୍ରାସ ପାଇଛି । ସ୍ପଟ୍ ମାର୍କେଟ୍ ବ୍ୟତୀତ ଆଜି ବାଏଦା ବଜାରରେ ମଧ୍ୟ ସୁନା-ରୂପା ଦାମ୍ ହ୍ରାସ ପାଇଛି । ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଦାମ୍ ଖସିଥିବା ଦେଖିବାକୁ ମିଳିଥିଲା ।

ଆଜିର ସୁନା ମୂଲ୍ୟ : ଏଚଡିଏଫସି ସିକ୍ୟେରିଟିଜ୍ ଅନୁସାରେ ଆଜି ଦିଲ୍ଲୀ ସର୍ରୋଫା ବଜାରରେ ସୁନା ଦାମ୍ ୧୪୨ ଟଙ୍କା ପ୍ରତି ୧୦ ଗ୍ରାମ କମ୍ ହୋଇ ୪୭, ୪୮୩ ଟଙ୍କାକୁ ଆସିଯାଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ସୁନା ୧, ୭୮୧.୫୦ ଡଲାର ପ୍ରତି ଆଉନ୍ସରେ କାରବାର କରିଥିଲା ।

ରୂପା ଦାମ୍ : ରୂପା ଦାମ୍ ମଧ୍ୟ ଆଜି ହ୍ରାସ ପାଇଥିଲା । ରୂପା ଦାମ୍ ଆଜି ୭୦୧ ଟଙ୍କା ପ୍ରତି କିଲୋଗ୍ରାମ କମ୍ ହୋଇ ୫୭, ୮୦୮ ଟଙ୍କାକୁ ଖସିଆସିଥିଲା । ଅନ୍ତର୍ଜାତୀୟ ବଜାର କଥା କହିବା ତ ଆଜି ରୂପା ଶସ୍ତା ହୋଇ ୨୨.୨୯ ଡଲାର ପ୍ରତି ଆଉନ୍ସରେ ରହିଥିଲା ।

ସେପଟେ ଆଜି ରାଜଧାନୀ ଭୁବନେଶ୍ୱର ରେ ସୁନା ଦର ରେ ହ୍ରାସ ଘଟିଛି । ରବିବାର ଭୁବନେଶ୍ୱରରେ ସୁନା ଦରରେ ୧୦ ଟଙ୍କାର ବୃଦ୍ଧି ଘଟିଥିଲା । ସେପଟେ ଆଜି ୧୦ ଗ୍ରାମ ସୁନା ମୂଲ୍ୟରେ ୩୩୬ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୮, ୭୬୪ ଟଙ୍କାରେ ପହଞ୍ଚିଛି ।

ଗତକାଲି ୧୦ ଗ୍ରାମ ସୁନା ମୂଲ୍ୟ ୪୯, ୧୦୦ ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ୟପକ୍ଷେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୩୧୦ ଟଙ୍କାର ହ୍ରାସ ଦେଖାଦେଇଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୪, ୭୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୪୫, ୦୧୦ ଟଙ୍କା ରହିଥିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।