ଲୋକପ୍ରିୟ ଓଡିଆ କମେଡିଆନ Pragyan Khatua ଙ୍କ ବାହାଘର ! ଦେଖନ୍ତୁ Live ଭିଡିଓ

ଆପଣ ସମସ୍ତେ ଓଡିଶାର ପ୍ରସିଦ୍ଧ କମେଡିୟାନ ପ୍ରଜ୍ଞା ଖଟୁଆଙ୍କୁ ନିଶ୍ଚିତ ରୂପରେ ଚିହ୍ନିଥିବେ । ସେ ଜଣେ ଭଲ କଳାକାର ଓ କମେଡିୟାନ ଅଟନ୍ତି । ତାଙ୍କର ଅଭିନୀତ ସବୁ ଶୋ ଓ ଫିଲ୍ମ ହିଟ ହୋଇଥାଏ । ତାଙ୍କର କମେଡି ଦେଖିଲେ ଦୁଃଖୀ ଥିବା ଲୋକର ମୁହଁରେ ବି ହସ ଚାଲି ଆସେ । ସେ କେବଳ ଫିଲ୍ମରେ ନୁହନ୍ତି ଏହା ଛଡା ଟିଭି ଇଣ୍ଡଷ୍ଟ୍ରିର ବି ଜଣେ ଆଗ ଧାଡିର କମେଡିୟାନ ଅଟନ୍ତି । ସେ ଟିଭି ଚ୍ୟାନେଲରେ ବହୁତ ଶୋ କରନ୍ତି । ଯାହାକି ହିଟ ମଧ୍ୟ ଅଟେ ।

କହିବାକୁ ଗଲେ ପ୍ରଜ୍ଞା ଖଟୁଆ ପିଲାଦିନୁ ହିଁ କମେଡି ଓ ଅଭିନୟ ଦୁନିଆରେ ପ୍ରବେଶ କରିସାରିଥିଲେ । ସେ ବହୁତ ସଂଘର୍ଷ କରିବା ପରେ ଆଜି ସଫଳତାରେ ପହଞ୍ଚିଛନ୍ତି । ତାଙ୍କର କମେଡି ଯେତିକି ଭଲ ସେତିକି ତାଙ୍କର ଟାଇମିଙ୍ଗ ବି । ତାଙ୍କର କମେଡି ଦେଖିଲେ ଆପଣ ନିଜର ହସକୁ ଅଟକାଇ ପାରିବେ ନାହିଁ । ସେ ଯେତେବେଳେ କମେଡି କରନ୍ତି ସେତେବେଳେ ସେ ଛୋଟ ପିଲା ଭଳି ନଜର ଆସନ୍ତି ।

କହିଦେଉଛୁ କି ପ୍ରଜ୍ଞା ଖଟୁଆ ଓଲିଉଡ ଇଣ୍ଡଷ୍ଟ୍ରିର ସବୁ କଳାକାରଙ୍କ ସହ ଅଭିନୟ କରିଛନ୍ତି । କିନ୍ତୁ ଯଦି ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କହିବା ତେବେ ସେ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି । କହିଦେଉଛୁ କି କିଛି ଦିନ ତଳେ ତାଙ୍କର ନିର୍ବନ୍ଧ ହୋଇଥିଲା ।

ଯାହାର କି ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁ ଥିଲା ଓ ଆଜି ତାଙ୍କର ପୁଣି ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ପ୍ରଜ୍ଞା ବର ରୂପରେ ନଜର ଆସୁଛନ୍ତି ଓ ବରଯାତ୍ରୀ ନେଇ କନ୍ୟା ଘରକୁ ଯାଉଛନ୍ତି । ଆପଣ ଦେଖି ପାରିବେ କି ପ୍ରଜ୍ଞାଙ୍କ ପରିବାର ଲୋକମାନେ ଗୀତରେ ତାଳେ ତାଳେ ନାଚି ନାଚି ଯାଉଛନ୍ତି । ସମସ୍ତେ ପ୍ରଜ୍ଞାଙ୍କ ବିବାହକୁ ନେଇ ବହୁତ ହିଁ ଆନନ୍ଦିତ ଅଛନ୍ତି ।

ଆପଣ ଦେଖି ପାରିବେ କି ଯେମିତି ହିଁ ପ୍ରଜ୍ଞା ବରଯାତ୍ରୀ ନେଇ ପହଞ୍ଚିଲେ ତେବେ କନ୍ୟାର ଘର ଲୋକମାନେ ପ୍ରଜ୍ଞାକୁ କୋଳରେ ଧରି ଭିତରକୁ ନେଇ ଯାଉଛନ୍ତି । କହିଦେଉଛୁ କି ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଜ୍ଞା ଖଟୁଆ ଯେଉଁ ଝିଅକୁ ବିବାହ କରୁଛନ୍ତି ତାଙ୍କ ବିଷୟରେ ବିଶେଷ କିଛି ସୂଚନା ନାହିଁ । ଝିଅର ନାଁ କିମ୍ବା ସେ କେଉଁଠି ରୁହନ୍ତି ଏହା ବିଷୟରେ କିଛି ବି ସୂଚନା ମିଳି ନାହିଁ । କିନ୍ତୁ ପ୍ରଜ୍ଞାଙ୍କ ବିବାହ ଖବର ସାମ୍ନାକୁ ଆସିବା ପରେ ତାଙ୍କୁ ପସନ୍ଦ କରୁଥିବା ଲୋକମାନେ ବହୁତ ଖୁସି ଅଛନ୍ତି ।