ବହୁତ ହି ସିମ୍ପଲ ଥିଲା ଅମିତାଭ ବଚ୍ଚନଙ୍କର ବାହାଘରର କାର୍ଡ, ବରଯାତ୍ରୀରେ କେବଳ ୫ ଜଣ ଲୋକ ହିଁ ହୋଇଥିଲେ ସାମିଲ ଯେଉଁଥିରେ ଥିଲେ…

ବିବାହିତ ଦମ୍ପତିମାନଙ୍କ ପାଇଁ ଅମିତାଭ ଓ ଜୟା ବଚ୍ଚନଙ୍କର ଯୋଡି ଏକ ଉଦାହରଣ ଅଟେ । ଜୟା ଓ ଅମିତାଭ ବଚ୍ଚନ ଏକା ସହିତ ହିଁ ପାର୍ଟି କିମ୍ବା କୌଣସି ଫଙ୍କସନରେ ଯାଆନ୍ତି । ଦୁଇ ଜଣଙ୍କ ମଧ୍ୟରେ ଭଲ ପାଇବା ଓ ଇଜ୍ଜତ ଦୁଇଟିଯାକ ଅଛି । ବାହାଘରର ୪୬ ବର୍ଷ ପରେ ଯେଉଁଠି ଦମ୍ପତିମାନେ ପରସ୍ପର ଠାରୁ ବୋର ହୋଇ ଯାଆନ୍ତି କିନ୍ତୁ ଅନ୍ୟ ପଟେ ଏମାନଙ୍କ ମଧ୍ୟରେ ଭଲ ପାଇବା ଦିନକୁ ଦିନ ବଢିବାକୁ ଲାଗିଛି ।

ଅମିତାଭ ଓ ଜୟା ବଚ୍ଚନଙ୍କର ବିବାହ ୩ ଜୁନ, ୨୦୧୯ରେ ୪୬ ବର୍ଷ ହୋଇ ଥିଲା । କହିବାକୁ ଗଲେ ଜୟା ଓ ଅମିତାଭଙ୍କଙ୍କର ବିବାହ ପର୍ଯ୍ୟନ୍ତ ଯାତ୍ରା ଏତେ ସହଜ ନ ଥିଲା । ସେହି ସମୟରେ ଏହି ଯୋଡି ବିଷୟରେ ବହୁତ କାହାଣୀ ବି ଶୁଣିବାକୁ ମିଳୁଥିଲା । କୁହାଯାଏ କି ଜୟାଙ୍କ ମନରେ ଅମିତାଭଙ୍କ ପାଇଁ ସହାନୁଭୂତି ପ୍ରେମ ଥିଲା, କାରଣ ଫିଲ୍ମ ଗୁଡ୍ଡୀରୁ ଅମିତାଭଙ୍କୁ ବାହାର କରି ଦିଆଯାଇଥିଲା । ଏହା ପର ଠାରୁ ହିଁ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ହୋଇ ଥିଲା ।

ଜୟାଙ୍କ ସହିତ ବୁଲିବା ପାଇଁ ବିଦେଶ ଯିବାକୁ ଚାହୁଁଥିଲେ ଅମିତାଭ

ଫିଲ୍ମ ଅଭିମାନରେ ଅମିତାଭ ଓ ଜୟା ବଚ୍ଚନ ଏକା ସହିତ କାମ କରିଥିଲେ, ଏହା ପରେ ଦୁଇ ଜଣ ବିବାହ କରିବା ପାଇଁ ନିସ୍ପତି ନେଇଥିଲେ । ବିବାହ ପୂର୍ବରୁ ଅମିତାଭ ଜୟାଙ୍କ ସହ ବିଦେଶରେ ବୁଲିବା ପାଇଁ ଯାଉଥିଲେ, କିନ୍ତୁ ଅମିତାଭଙ୍କର ପିତା ହରିବଂଶରାୟ ବଚ୍ଚନ ଏଥିପାଇଁ ମଞ୍ଜୁରୀ ଦେଲେ ନାହିଁ ଓ ସେ କହିଲେ କି ବୁଲିବାକୁ ଯିବାର ଅଛି ତେବେ ଏହା ପୂର୍ବରୁ ବିବାହ କରି ନିଅ । ସେଥିପାଇଁ ୩ ଜୁନରେ ଅମିତାଭ ଜୟା ବଚ୍ଚନଙ୍କ ସହ ବିବାହ କରିନେଲେ । କହିଦେଉଛୁ ଯେ ଅମିତାଭ ବଚ୍ଚନଙ୍କର ବିବାହ ବହୁତ ସାଧାରଣ ଭାବରେ ହୋଇଥିଲା ।

ବହୁତ ସାଧାରଣ ଥିଲା ଅମିତାଭ ବଚ୍ଚନଙ୍କର ବାହାଘର କାର୍ଡ

ଅମିତାଭ ବଚ୍ଚନଙ୍କର ପିତା ହରିବଂଶରାୟ ବଚ୍ଚନ ବହୁତ ସାଧାରଣ ଚିନ୍ତାଧାରର ବ୍ୟକ୍ତି ଥିଲେ । ସେଥିପାଇଁ ସେ ନିଜ ପୁଅର ବିବାହ ବି ବହୁତ ସାଧାରଣ ଭାବରେ କରିଥିଲେ । ସେଥିପାଇଁ ସେ ବିବାହର କାର୍ଡକୁ ବି ହିନ୍ଦୀରେ ଲେଖିଥିଲେ । ଅମିତାଭ ବଚ୍ଛନଙ୍କର ବିବାହ ଏହିଭଳି ହେବ ବୋଲି, କେହି ବି ଚିନ୍ତା କରି ନ ଥିଲେ ।

ବରଯାତ୍ରୀରେ କେବଳ ୫ ଜଣ ଲୋକ ଆସିଥିଲେ

କହିଦେଉଛୁ ଯେ ଅମିତାଭ ବଚ୍ଚନଙ୍କର ବାହାଘର ବରଯାତ୍ରୀରେ ଗୁଲଜାରଙ୍କ ସହିତ ୫ ଜଣ ଲୋକ ଆସିଥିଲେ । ଜୟା ବଚ୍ଚନଙ୍କର ପରିବାର ସଦସ୍ୟମାନଙ୍କ ଛଡା ଏକ୍ଟର ଅସରାନୀ ଓ ଫରୀଦା ଜଲାଲ ବରଯାତ୍ରୀର ସ୍ଵାଗତ କରିଥିଲେ । ଏତିକି ନୁହେଁ ବିବାହ ପରେ ଜୟା ବଚ୍ଚନଙ୍କର ପରିବାର ଲୋକମାନେ ହିଁ ଭୋପାଳରେ ରିସେପ୍ଶନ ଦେଇଥିଲେ, ଯେଉଁଥିରେ ଫିଲ୍ମ ଜଗତର ତମାମ ହସ୍ତିମାନେ ସାମିଲ ହୋଇଥିଲେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।