ଯେତେବେଳେ ପାପା Amitabh Bacchan ଙ୍କ ଏହି ହିରୋଇନ କୁ ହୃଦୟ ଦେଇ ବସିଥିଲେ ଅଭିଷେକ ଓ ତାଙ୍କ ସହିତ ଶୋଇବା ପାଇଁ କରିଥିଲେ ଜିଦ୍ଦି, ଆଉ ତା’ ପରେ…

କରୋନାର ଭୟାଭୟ ସ୍ଥିତି ବର୍ତ୍ତମାନ କମ ହୋଇ ଯାଇଛି । କିନ୍ତୁ ଯେତେବେଳେ କରୋନାର ସ୍ଥିତି ବହୁତ ଭୟଙ୍କର ଥିଲା ତେବେ ସେତେବେଳେ କେବଳ ସାଧାରଣ ଲୋକମାନେ ହିଁ ନୁହେଁ ବଲୀଉଡର ଷ୍ଟାରମାନେ ବି ନିଜ ଘରୁ ବାହାରୁ ନ ଥିଲେ । ଘରେ ଅଧିକ ସମୟ ରହିଥିବାରୁ ଷ୍ଟାରମାନେ ସୋସିଆଲ ମିଡିଆ ଉପରେ ଅଧିକ ସମୟ ବ୍ୟତିତ କରୁଥିଲେ । ଅନ୍ୟ ପଟେ ଷ୍ଟାରମାନେ ନିଜ ସହ ଜଡିତ କିଛି କାହାଣୀ, ଫଟୋ ଓ ସୋସିଆଲ ମିଡିଆ ଉପରେ ଭାଇରାଲ ହେଉଥିଲା ।

ଏହା ମଧ୍ୟରେ ଅଭିଷେକ ବଚ୍ଚନଙ୍କ ସହ ଜଡିତ ଗୋଟିଏ ମଜାଦାର କାହାଣୀ ଭାଇରାଲ ହେଉଛି । ଏହି କାହାଣୀ ତାଙ୍କର ପିତା ଅମିତାଭ ବଚ୍ଚନଙ୍କ ଫିଲ୍ମ ମହାନର ଶୁଟିଙ୍ଗ ଓ ଅଭିନେତ୍ରୀ ଜୀନତ ଅମାନଙ୍କ ସହ ଜଡିତ ଅଟେ । ଆସନ୍ତୁ ଜାଣିବା ସେହି କାହାଣୀ ବିଷୟରେ,

କହିବାକୁ ଗଲେ ଅଭିଷେକ ବଚ୍ଚନଙ୍କ ଅଫେୟାର ବହୁତ ଅଭିନେତ୍ରୀଙ୍କ ସହ ରହିଛି, କିନ୍ତୁ ଯେଉଁ ଅଭିନେତ୍ରୀଙ୍କୁ ସେ ପ୍ରଥମ ଭଲ ପାଇଥିଲେ ସେ ତାଙ୍କର ପିତା ଅମିତାଭ ବଚ୍ଚନଙ୍କ ହିରୋଇନ ଜୀନତ ଅମାନ ଥିଲେ । ଏହା ସେହି ଦିନର କଥା ଅଟେ ଯେତେବେଳେ ଅଭିଷେକ ୭ ବର୍ଷର ଥିଲେ । ତାଙ୍କର ପିତା ଅମିତାଭ ବଚ୍ଚନ ଜୀନତ ଅମାନଙ୍କ ସହ ୧୯୮୩ରେ ଫିଲ୍ମ ମହାନର ଶୁଟିଙ୍ଗ କରୁଥିଲେ । ଫିଲ୍ମ ଶୁଟିଙ୍ଗ ପାଖାପାଖି ପୁରା ହୋଇସାରିଥିଲା ଓ ଅଳ୍ପ ଶୁଟିଙ୍ଗ ବାକି ଥିଲା ।

ଯାହାକି ନେପାଲର କାଠମାଣ୍ଡୁରେ ଚାଲୁଥିଲା । ସେହି ସମୟରେ ଫିଲ୍ମର ଶୁଟିଙ୍ଗ ଦେଖିବା ପାଇଁ ଅଭିଷେକ ବଚ୍ଚନ ବି କାଠମାଣ୍ଡୁରେ ଥିଲେ । ଯେଉଁଠି ତାଙ୍କର ଜୀନତ ଅମାନଙ୍କ ସହ ଭଲ ବନ୍ଧୁତା ହୋଇଗଲା । ବନ୍ଧୁତା ଏତେ ଗଭୀର ହୋଇଯାଇଥିଲା କି ଅଭିଷେକ ନିଜର ସମସ୍ତ ସମୟ ଜୀନତ ଅମାନଙ୍କ ସହିତ ବ୍ୟତୀତ କରୁଥିଲେ । ଏହା ପରେ ଶୁଟିଙ୍ଗ ମଝିରେ ଏମିତି ଗୋଟିଏ ସିନ ଆସିଲା ଯେତେବେଳେ ଅମିତାଭ ବଚ୍ଚନ ଜୀନତ ଅମାନଙ୍କୁ ନକଲି ଗୁଳି ମାରିଲେ ।

ଏମିତିରେ ଜୀନତ ଅମାନଙ୍କ ମାରିବାର ଅଭିନୟ କରିଲେ । କିନ୍ତୁ ଜୀନତ ଅମାନଙ୍କୁ ଏହିଭଳି ଅବସ୍ଥାରେ ଦେଖି ଅଭିଷେକ ବଚ୍ଚନ ଚିନ୍ତିତ ହୋଇଗଲେ । ଏହା ପରେ ଶୁଟିଙ୍ଗ ସମାପ୍ତ ପରେ ସମସ୍ତେ ହୋଟେଲକୁ ଗଲେ ଓ ଡିନର ଶେଷ କରି ନିଜ ନିଜ ରୁମକୁ ଶୋଇବା ପାଇଁ ଯାଉଥିଲେ । ଏହି ସମୟରେ ଅଭିଷେକ ଜୀନତ ଅମାନଙ୍କୁ ପ୍ରଶ୍ନ କରିଲେ କି – ଆପଣ କେଉଁଠି ଯାଉଛନ୍ତି ? ତେବେ ଜୀନତ ଅମାନ କହିଲେ କି – ସେ ଶୋଇବାକୁ ଯାଉଛନ୍ତି । ଏହା ଉପରେ ଅଭିଷେକ ପ୍ରଶ୍ନ କରିଲେ କି – କଣ ମୁଁ ଆପଣଙ୍କ ସହିତ ଶୋଇ ପାରିବି ?

ଅଭିଷେକଙ୍କ କଥା ଶୁଣି ଜୀନତ ଅମାନ କହିଲେ କି – ବର୍ତ୍ତମାନ ଆପଣ ବହୁତ ଛୋଟ ଅଛନ୍ତି ଓ ଛୋଟ ପିଲାମାନଙ୍କୁ ନିଜ ମାତା ପିତାଙ୍କ ସହିତ ଶୋଇବା ଉଚିତ । କିନ୍ତୁ ଅଭିଷେକ ଜିଦ କରିବାକୁ ଲାଗିଲେ । କିନ୍ତୁ ବହୁତ ବୁଝାଇବା ପରେ ଅଭିଷେକ ରାଜି ହୋଇଗଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ୭ ବର୍ଷ ବୟସରେ ଅଭିଷେକ ବିବାହ କରିବାକୁ ଚାହୁଁଥିଲେ ଓ ତାଙ୍କର ପସନ୍ଦିତା ଝିଅ ଜୀନତ ଅମାନ ଥିଲେ । କହିଦେଉଛୁ କି ଅଭିଷେକ ବଚ୍ଚନ ୨୮ ବର୍ଷର ଜୀନତ ଅମାନଙ୍କୁ ଭଲ ପାଇ ବସିଥିଲେ । ଆଜି ବି ଅଭିଷେକ ବଚ୍ଚନ କୁହନ୍ତି କି ତାଙ୍କର ପ୍ରଥମ ପ୍ରେମ ଜୀନତ ଅମାନ ଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।