ଦୀପାବଳି ଆସିବା ପୂର୍ବରୁ ଘରର ମୁଖ୍ୟ ଦ୍ଵାରରେ ଲଗାନ୍ତୁ ଏହି ୫ଟି ଜିନିଷ, ସର୍ବ ପ୍ରଥମେ ଆପଣଙ୍କ ଘରକୁ ଆସିବେ ମା ଲକ୍ଷ୍ମୀ

ଦୀପାବଳି ଦେଶର ସବୁଠୁ ବଡ ଉତ୍ସବ ଅଟେ । ଏହାକୁ ସମସ୍ତ ଭାରତବାସୀ ପାଳନ କରିଥାନ୍ତି । ଏହି ଉତ୍ସବର ସବୁଠୁ ଖାସ କଥା ଅଟେ ମାତା ଲକ୍ଷ୍ମୀଙ୍କ ପୂଜା । ଏମିତି କୁହାଯାଏ କି ଯେଉଁ ବ୍ୟକ୍ତି ଦୀପାବଳିରେ ମାତାଙ୍କୁ ପ୍ରସନ୍ନ କରିବାରେ ସଫଳ ହୋଇ ଯାଏ ତେବେ ତାକୁ ଜୀବନସାରା କୌଣସି ଅସୁବିଧା ହୋଇ ନ ଥାଏ । ସେଥିପାଇଁ ଏହି ଦିନ ସମସ୍ତଙ୍କୁ ନିଜ ଘରେ ମାତା ଲକ୍ଷ୍ମୀଙ୍କୁ ଆମନ୍ତ୍ରିତ କରିବା ଉଚିତ ।

ଏମିତିରେ ଆଜି ଆମେ ଆପଣଙ୍କୁ ୫ଟି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଯଦି ଆପଣ ନିଜ ଘରର ମୁଖ୍ୟ ଦ୍ଵାରାରେ ଲଗାଇ ଦେବେ ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ପ୍ରଥମେ ପ୍ରବେଶ କରିବେ ।

ଶୁଭ ଲାଭ :

ଶୁଭ ଲାଭ ଘରର ଦ୍ଵାରରେ ଦୁଇ ପଟେ ଲେଖିବା ଦ୍ଵାରା ଭାଗ୍ୟ ବୃଦ୍ଧି ହୋଇଥାଏ । ଏହା ଦ୍ଵାରା ଘରେ ଖୁସି ଆସିଥାଏ । ଏହା ଏକ ପ୍ରକାରର ଶୁଭ ସଂକେତ ହୋଇଥାଏ ।

ସ୍ୱସ୍ତିକ ଚିହ୍ନ :

ସ୍ୱସ୍ତିକ ଚିହ୍ନ ଏକ ପବିତ୍ର ଚିହ୍ନ ହୋଇଥାଏ । ଏମିତି କୁହାଯାଏ କି ଏହାକୁ ଲଗାଇବା ଦ୍ଵାରା ଘରର ସବୁ ବାସ୍ତୁଦୋଷ ସମାପ୍ତ ହୋଇଯାଏ । ଘରେ ଯଦି ବାସ୍ତୁଦୋଷ ଅଛି ମାନେ ନକରାତ୍ମକ ଉର୍ଜା ଅଛି ତେବେ ମାତା ଲକ୍ଷ୍ମୀ ଘରେ ଆସିବାକୁ ପସନ୍ଦ କରନ୍ତି ନାହିଁ । ସେଥିପାଇଁ ସ୍ୱସ୍ତିକ ଚିହ୍ନ କରି ମାତା ଲକ୍ଷ୍ମୀଙ୍କୁ ଆକର୍ଷିତ କରନ୍ତୁ ।

ତୋରଣ :

ମୁଖ୍ୟତଃ ଆମ୍ବ କିମ୍ବା ଅଶୋକ ଗଛର ପତ୍ରକୁ ମିଶାଇ ତୋରଣ କରାଯାଇଥାଏ । ଯେତେବେଳେ ବି ଘରେ କୌଣସି ଶୁଭ କାର୍ଯ୍ୟ ହୋଇଥାଏ ତେବେ ଏହାକୁ ଲଗାଇବାର ପରମ୍ପରା ରହିଛି । ଏମିତି କୁହାଯାଏ କି ଏହା ଦ୍ଵାରା ଘରକୁ ସକରାତ୍ମକ ଉର୍ଜା ଆସିଥାଏ । ଏହି କାରଣରୁ ଦୀପାବଳି ଦିନ ଏହାକୁ ଲଗାଇବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଘରେ ଜଲ୍ଦି ପ୍ରବେଶ କରିଥାନ୍ତି ।

ଓଁ :

ଓଁ ର ଚିହ୍ନର ହିନ୍ଦୁ ଧର୍ମରେ ବହୁତ ମହତ୍ଵ ରହିଛି । ଏଥିରେ ବହୁତ ପ୍ରକାରର ଦିବ୍ୟ ଶକ୍ତି ରହିଥାଏ ଯାହା ଆପଣଙ୍କ ପରିବାରର ରକ୍ଷା କରିଥାଏ । ଏହା ସହିତ ଏଥିରୁ ବାହାରୁଥିବା ଊର୍ଜା ଦେବୀ ଦେବତାଙ୍କୁ ଆକର୍ଷିତ କରିଥାଏ ।

ତ୍ରିଶୂଳ :

କିଛି ଲୋକମାନେ ତ୍ରିଶୂଳକୁ ବି ଘରର ମୁଖ୍ୟ ଦ୍ଵାରରେ ଲଗାଇଥାନ୍ତି । ଏହା ଆପଣଙ୍କୁ ଲୋକମାନଙ୍କର ଖରାପ ନଜରରୁ ବଞ୍ଚାଇ ଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।