ସବୁଠୁ ରହସ୍ୟମୟୀ ଓ ଚମତ୍କାରୀ ଜଡି ବୁଟୀ ଅଟେ କାଇଁଚ, ମୂଳରୁ ଭଲ କରିଥାଏ ଶରୀରର ଏହି ସବୁ ରୋଗ

ଆଜି ଆମେ ଆପଣଙ୍କୁ କାଇଁଚର ଔଷଧୀୟ ଗୁଣ ବିଷୟରେ ସୂଚନା ଦେବୁ । ଏହା ଏକ ଲତା ଜାତୀୟ ବନସ୍ପତି ଅଟେ । ଏହାର ରଙ୍ଗ କାରଣରୁ ଏହା ୩ ପ୍ରକାରର ଅଟେ, ଧଳା, ଲାଲ ଓ କଳା । ଲାଲ ରଙ୍ଗର କାଇଁଚ ସବୁ ଜାଗାରେ ମିଳିଥାଏ କିନ୍ତୁ ଧଳା ଓ କଳା ରଙ୍ଗର କାଇଁଚ ବହୁତ କମ ହିଁ ଦେଖିବାକୁ ମିଳିଥାଏ । ଧଳା ଓ ଲାଲ ରଙ୍ଗର କାଇଞ୍ଚକୁ ଔଷଧ ତିଆରି କାର୍ଯ୍ୟରେ ବ୍ୟବହାର କରାଯାଇଥାଏ ଓ ଲକ୍ଷ୍ମୀ ପୂଜାରେ ମଧ୍ୟ ଏହାର ପ୍ରୟୋଗ କରା ଯାଇଥାଏ ।

ଯେତେବେଳେ କି କଳା ରଙ୍ଗର କାଇଞ୍ଚର ପ୍ରୟୋଗ ତାନ୍ତ୍ରିକ କାର୍ଯ୍ୟରେ କରା ଯାଇଥାଏ ।

ଆୟୁର୍ବେଦ ଅନୁସାରେ କାଇଁଚ ବୀର୍ଯ୍ୟବର୍ଦ୍ଧକ ଅର୍ଥାତ ଧାତୁ କୁ ବଢାଇଥାଏ । ଏହା ବ୍ଯତୀତ ଏହା ଜ୍ଵର, ବାତ, ପିତ୍ତ, ଶ୍ଵାସ, ଚର୍ମରୋଗ ତଥା କୁଣ୍ଡିଆ, ପେଟ କୁର୍ମି ର ନାଶ କରିଥାଏ । ଏହା ଆଖି ଓ ବାଳ ପାଇଁ ବହୁତ ଲାଭକାରୀ ହୋଇଥାଏ । କିନ୍ତୁ ଏହାର ମଞ୍ଜି ଗୁଡିକୁ ଶୁଦ୍ଧ କରିବା ବିନା ଏହାର ପ୍ରୟୋଗ କରିବା ଉଚିତ ନୁହେଁ । ଏହାର ମଞ୍ଜିକୁ ୩ ଘଣ୍ଟା ପର୍ଯ୍ୟନ୍ତ ଗରମ କରିବା ଦ୍ଵାରା ଏହା ଶୁଦ୍ଧ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରୟୋଗ କିପରି କରାଯାଇଥାଏ ।

୧. କାଇଁଚ ର କଞ୍ଚା ଫଳ ଓ ଏହାର ପତ୍ର ଶୂଳ ନିବାରକ ଓ ବିଷନାଶକ ହୋଇଥାଏ । ଏହାର ମୂଳକୁ ପାଣି ସହିତ ପେଶି କରି ସେକ ଦେବା ଦ୍ଵାରା ଶୂଳ ନାସ ହୋଇଥାଏ ।

୨. ଏହାର ପତ୍ରକୁ ପାଟିରେ ରଖି ଚୋବାଇ ଏହାର ରଶ ଢୋକିବା ଦ୍ଵାରା ସ୍ଵର କ୍ଲିୟର ହୋଇଥାଏ । ଏହା ବ୍ୟତୀତ ଏହା ପାଟିର ଛାଲକୁ ବି ଭଲ କରିଥାଏ ।

୩. କାଇଁଚ ଚର୍ମ ରୋଗକୁ ବି ନଷ୍ଟ କରିଥାଏ । ଏଥିପାଇଁ ହାରାହାରି ୫୦୦ ଗ୍ରାମ ମାତ୍ରାରେ କାଇଁଚ କୁ ଜଳ ସହିତ ପେଶି ଏହାର ପେଷ୍ଟ ତିଆରି କରନ୍ତୁ । ଏହାର ୧୬ ଗୁଣ ମାତ୍ରାରେ ଭୃଙ୍ଗରାଜ ର ପତ୍ରର ରସ ବାହାର କରି ହାରାହାରି ୪୦୦ ଗ୍ରାମ ରାଶିତେଲରେ ରାନ୍ଧନ୍ତୁ । ଏହାକୁ ଧିମି ଆଞ୍ଚରେ ଏତେ ରାନ୍ଧନ୍ତୁ କି ଯେମିତି ତାହା ତେଲ ମାତ୍ରାରେ ହିଁ ରହିବ । ଏହି ତେଲକୁ ଛାଣି କୌଣସି ଶିଶି ରେ ରଖି ଦିଅନ୍ତୁ । ଏହି ତେଲ କାଛୁ କୁଣ୍ଡିଆ ଓ କୁଷ୍ଟରୋଗ ପାଇଁ ବହୁତ ଲାଭକାରୀ ହୋଇଥାଏ ।

୪. କାଇଁଚର ମୂଳକୁ ୩-୪ ଗ୍ରାମ ମାତ୍ରାରେ ନେଇ ପାଣିରେ ସିଝାଇ ଏହାର କାଡା ତିଆରି କରି ପିଇବା ଦ୍ଵାରା କାଶ ଓ କଫରୁ ଆରାମ ମିଳିଥାଏ ।

୫. କାଇଞ୍ଚର ପାଉଡର ତିଆରି କରି ସେଥିରେ ମିଶ୍ରି ମିଶାଇ ସେବନ କରିବା ଦ୍ଵାରା ସବୁ ପ୍ରକାରର କମ୍ଜୋରି ଦୂର ହୋଇଥାଏ । ଏହି ପ୍ରୟୋଗ ଦ୍ଵାରା ବଳବୃଦ୍ଧି, ବୀର୍ଯ୍ୟ ବୃଦ୍ଧି ଓ ସବୁ ପ୍ରକାରର କମ୍ଜୋରି ଓ ନଂପୁଷକତା ଦୂର ହୋଇଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।