ସିରିଏଲ “ୟେ ହୈ ମୋହବତେଂ” ର ରମନ ଭଲ୍ଲା ଙ୍କ ରିଅଲ ଲାଇଫ ପତ୍ନୀ ଈଶିତା ଙ୍କ ଠାରୁ ମଧ୍ୟ ଅଧିକ ସୁନ୍ଦର ଆଉ ଷ୍ଟାଇଲିସ, ଥରେ ଦେଖିଲେ ନଜର ହଟିବନି

ଯଦି ଆପଣଙ୍କୁ ହିନ୍ଦୀ ପାରିବାରିକ ଶୋ ପସନ୍ଦ ଅଟେ ତେବେ ଆପଣ ଷ୍ଟାରପ୍ଲସରେ ପ୍ରସାରିତ ହେଉଥିବା ସିରିଏଲ ‘ୟେ ହୈ ମୋହବ୍ବତେ’ ନିଶ୍ଚିତ ଦେଖିଥିବେ । ଏହି ସିରିଏଲ ବହୁତ ପପୁଲାର ଅଟେ । ଏହା ସହିତ ଏହି ସିରିଏଲରେ ନଜର ଆସୁଥିବା ଅଭିନେତା ଓ ଅଭିନେତ୍ରୀମାନେ ବି ବହୁତ ଫେମସ ଅଟନ୍ତି । କହିବାକୁ ଗଲେ ଆଜି ଆମେ ଏହି ସିରିଏଲରେ ଇଶିତାଙ୍କ ସ୍ଵାମୀ ରମନ ଭଲ୍ଲାଙ୍କ କିରଦାରରେ ନଜର ଆସୁଥିବା କରଣ ପଟେଲଙ୍କ ଜୀବନୀ ବିଷୟରେ ଆପଣଙ୍କୁ କହିବୁ ।

କରଣ ପଟେଲ ଜଣେ ବଲୀଉଡ ଅଭିନେତା, ହୋସ୍ଟ ଓ ଡାନ୍ସର ଅଟନ୍ତି । କରଣ ବହୁତ ସମୟ ହେବ ଟିଭି ସିରିଏଲରେ କାମ କରୁଛନ୍ତି ଓ ନିଜର ଦମଦାର ଅଭିନୟ ଦ୍ଵାରା ସେ ବହୁତ ପୁରସ୍କାର ବି ନିଜ ନାଁରେ କରିସାରିଛନ୍ତି ।

କହିଦେଉଛୁ କି କରଣ ପଟେଲଙ୍କ ଜନ୍ମ ୨୩ ନଭେମ୍ବର ୧୯୮୩ରେ କଲିକତାରେ ଗୋଟିଏ ଗୁଜୁରାଟୀ ପରିବାରରେ ହୋଇଥିଲା । କିନ୍ତୁ ସେ ନିଜର ସ୍କୁଲ ଶିକ୍ଷା ମୁମ୍ବାଇରେ ପୁରା କରିଛନ୍ତି ଓ ମୁମ୍ବାଇର ଏକ କଲେଜରୁ ହିଁ ନିଜର ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ଏହା ପରେ କରଣ ଅଭିନୟ ଦୁନିଆରେ ନିଜର କ୍ୟାରିୟର କରିବାକୁ ଚାହୁଁଥିଲେ । ସେଥିପାଇଁ ସେ ସେ ଅଭିନୟ ସ୍କୁଲରେ ଅଭିନୟ ମଧ୍ୟ ଶିଖିଛନ୍ତି । ଏହା ସହିତ ସେ ଡାନ୍ସ ବି ଶିଖିଲେ ।

ଏହା ପରେ ସେ ୨୦୦୦ରେ ସିରିଏଲ ‘କହାନୀ ଘର ଘର କୀ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହି ସିରିଏଲରେ ସେ ବିଜ୍ଞାତର କିରଦାରରେ ନଜର ଆସିଥିଲେ । ପୁଣି ୨୦୦୫ରେ ‘କସୌଟୀ ଜିଂଦଗୀ କୀ’ରେ କରଣର କିରଦାରରେ ନଜର ଆସିଲେ । ଏହା ସହିତ ସେ ଅନ୍ୟ କେତେକ ଶୋରେ ମଧ୍ୟ ମୁଖ୍ୟ କିରଦାରରେ ନଜର ଆସିସାରିଛନ୍ତି । କିନ୍ତୁ ‘ୟେ ହୈ ମୋହବ୍ବତେ’ ଟିଭି ସିରିଏଲରେ ରମନ ଭଲ୍ଲାର କିରଦାରକୁ ଅଭିନୟ କରିବା ପରେ କରଣ ପଟେଲଙ୍କୁ ଏକ ଭିନ୍ନ ପରିଚୟ ମିଳିଲା ।

ଦିବ୍ୟାଙ୍କ ତ୍ରିପାଠୀ ଓ କରଣ ପଟେଲଙ୍କ ଅନସ୍କ୍ରିନ ଯୋଡି ଅକମାନଙ୍କୁ ବହୁତ ପସନ୍ଦ ଆସିଲା । ଦୁଇ ଜଣ ସ୍ଵାମୀ ସ୍ତ୍ରୀଙ୍କ ଅଭିନୟକୁ ଏତେ ସୁନ୍ଦର ଭବାରେ କରିଲେ କି ଲୋକମାନେ ଏମାନଙ୍କୁ ଅସଲରେ ସ୍ଵାମୀ ସ୍ତ୍ରୀ ମାନିନେଲେ । କରଣ ଟିଭି ସିରିଏଲ ଛଡା ଅନ୍ୟ କେତେକ ରିୟାଲିଟି ଶୋ ଓ ଫିଲ୍ମରେ ବି କାମ କରିସାରିଛନ୍ତି । କରଣ ନିଜର ଅଭିନୟ କ୍ୟାରିୟରରେ ବିଭିନ୍ନ ପ୍ରକାରର ରୋଲରେ ନଜର ଆସ୍ସିସାରିଛନ୍ତି ।

କରଣ ପଟେଲଙ୍କ ପତ୍ନୀଙ୍କ ବିଷୟରେ ଯଦି କହିବା ତେବେ ତାଙ୍କର ପତ୍ନୀଙ୍କ ନାଁ ହେଉଛି ଅଙ୍କିତା ଭାର୍ଗବ । ଅଙ୍କିତା ଜଣେ ଫିଲ୍ମ ଓ ଟିଭି ଅଭିନେତ୍ରୀ ଅଟନ୍ତି । ଅଙ୍କିତା ବହୁତ ଟିଭି ଶୋରେ କାମ ମଧ୍ୟ କରିସାରିଛନ୍ତି । ଏହା ସହିତ ଅଙ୍କିତା ବଲୀଉଡର କିଛି ଫିଲ୍ମରେ ବି ନଜର ଆସିସାରିଛନ୍ତି । କରଣ ଓ ଅଙ୍କିତାଙ୍କର ଗୋଟିଏ ଝିଅ ବି ଅଛି । ଯାହାର ନାଁ ମେହର ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।