ସବୁଦିନ ସଖାଳେ ୫ ମିନିଟ ପର୍ଯ୍ୟନ୍ତ ଏହା ଦ୍ଵାରା ସଫା କରନ୍ତୁ ନିଜ ଚେହେରା, ଏତେ ଗୋରା ହେଇଯିବ କି ହେବ ନାହିଁ ବିଶ୍ଵାସ

ଆଜିର ସମୟରେ ଗୋରା ଚେହେରା ପାଇବା ପାଇଁ ଓ ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ଚାହାଁନ୍ତି ସେ ଝିଅ ହେଉ କି ପୁଅ । ହେଲେ ଚେହେରାରେ ଦାଗ ଓ ବ୍ରଣ ଆଦି ହେଲେ ଚେହେରା ଅସୁନ୍ଦର ହୋଇଥାଏ । ସେଥିପାଇଁ ସେମାନେ ମାର୍କେଟରୁ ବିଭିନ୍ନ ମେଡ଼ିସିନ ଓ କସମେଟିକ୍ସ ଆଣି ବ୍ୟବହାର କରନ୍ତି । ଏ ସବୁ ବହୁତ ମହଙ୍ଗା ହୋଇଥାଏ । ହେଲେ ସେଥିରେ କେମିକାଲ୍ ଥିବାରୁ ତାହା ଚେହେରାକୁ ନଷ୍ଟ କରିଦିଏ ।

ଏ କଥା ମଧ୍ୟ ସତ ଅଟେ କି ଚେହେରାରେ ଦାଗ ଓ ବ୍ରଣ ଥିଲେ ବହୁତ ଝିଅମାନଙ୍କର ବିବାହ ହୋଇପାରେ ନାହିଁ । ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ କହିବୁ ଯାହା ଦ୍ୱାରା ଆପଣ ସୁନ୍ଦର ଓ ଗୋରା ଚେହେରା ପାଇପାରିବେ । ଏହି ଉପାୟଟି ଆୟୁର୍ବେଦିକ ଅଟେ ଯାହାଦ୍ୱାରା ଆପଣ ଘରେ ବସି ଗୋରା ଚେହେରା ପାଇ ପାରିବେ, ଏଥିପାଇଁ ଆପଣଙ୍କୁ ପାର୍ଲର୍ ଯିବା ଦରକାର ନାହିଁ । ଏହି ଫର୍ମୁଲାକୁ ଥରେ ପ୍ରୟୋଗ କରି ଦେଖନ୍ତୁ । ଏହାର କୌଣସି ସାଇଡ୍ ଇଫେକ୍ଟ ନାହିଁ ।

ଏହି ମିଶ୍ରଣ ପାଇଁ ଆପଣଙ୍କୁ ଦରକାର ମୁଲତାନି ମାଟି, ବେସନ, ଚନ୍ଦନ ଓ ଗୋଲାପ ଜଳ । ଆପଣ ଏହି ସବୁ ଦ୍ରବ୍ୟକୁ ବ୍ୟବହାର କରିଥିବେ । ଆସନ୍ତୁ ଜାଣିବା ଗୋରା ହେବାର ଫର୍ମୁଲା ।

ପ୍ରଥମେ ୨ ଚାମଚ ମୁଲତାନି ମାଟି ନିଅନ୍ତୁ,ଅଧା ଚାମଚ ବେସନ ଓ ଏଥିରେ ୧ ଚାମଚ ଚନ୍ଦନ ପାଉଡ଼ର୍ ପକାନ୍ତୁ । ଶେଷରେ ଏଥିରେ ୭ ରୁ ୮ ଚାମଚ ଗୋଲାପ ଜଳ ପକାନ୍ତୁ । ଏହା ପରେ ଏସବୁକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ମିଶାଇବା ପରେ ଏହି ମିଶ୍ରଣକୁ ୪ ରୁ ୫ ଘଣ୍ଟା ଫ୍ରିଜ୍ ରେ ରଖିଦିଅନ୍ତୁ । ଯେତେବେଳେ ସେହି ମିଶ୍ରଣ ଭଲ ଭାବରେ ଜମି ଯିବ ଆପଣ ତା’ର ପ୍ରୟୋଗ କରିପାରିବେ ।

ଏହାକୁ ଆପଣ ଏକ ସଫା କପଡାରେ ନେଇ ସେଥିରେ ୨ ରୁ ୩ ଆଇସ୍ କ୍ୟୁବ୍ ନିଅନ୍ତୁ ଓ ଧୀରେ ଧୀରେ ୫ ମିନିଟ ପର୍ଯ୍ୟନ୍ତ ଚେହେରାର ମସାଜ୍ କରନ୍ତୁ । ଏହାକୁ ୧୫ ମିନିଟ ପର୍ଯ୍ୟନ୍ତ ଚେହେରାରେ ରହିବାକୁ ଦିଅନ୍ତୁ ଓ ତା’ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହିପରି ପ୍ରତିଦିନ ୧୫ ଦିନ ପର୍ଯ୍ୟନ୍ତ କଲାପରେ ଆପଣଙ୍କୁ ନିଜ ଚେହେରାରେ ଫରକ ନଜର ଆସିବ ।