ଲକଡାଉନରେ ଫିଲ୍ମ ନିର୍ମାତା କଲେ ନୂଆ ଜୀବନର ଆରମ୍ଭ, ଝିଅ କଥାରେ ୨୯ ବର୍ଷର ଅଭିନେତ୍ରୀଙ୍କ ସହ କଲେ ବିବାହ

ବର୍ତ୍ତମାନ କରୋନା ଭାଇରସ ପାଇଁ ସାରା ଦେଶରେ ଲକଡାଉନ କରାଯାଇଛି । ଲକଡାଉନ ସମୟରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସବୁ ଦୋକାନ ବଜାର ଠାରୁ ଆରମ୍ଭ କରି ସାର୍ବଜନିକ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ କରାଯାଇଛି । ଲକଡାଉନ କୁ ଏହି ତୃତୀୟ ପର୍ଯ୍ୟାୟରେ ଟିକେ କୋହଳ କରିଦିଆ ଯାଇଛି ଯେଉଁ କାରଣରୁ ସବୁ ଜାଗାରେ କେତେକ ଦୋକାନ ମଧ୍ୟ ଖୋଲା ଯାଇଛି । ଏହି ଲକଡାଉନ ସମୟରେ ଜଣେ ଲୋକପ୍ରିୟ ଫିଲ୍ମ ନିର୍ମାତା ଦିତୀୟ ବିବାହ କରିଛନ୍ତି । ତାଙ୍କର ନାମ ହେଉଛି ଦିଲ ରାଜୁ ।

ତେଲଗୁ ଫିଲ୍ମ ଜଗତର ଜଣାଶୁଣା ନିର୍ମାତା ଦିଲ ରାଜୁ ରବିବାର ଦିନ ୨୯ ବର୍ଷର ଅଭିନେତ୍ରୀ ତେଜସ୍ଵିନୀ ଙ୍କୁ ବିବାହ କରିଛନ୍ତି । ଏହି ବିବାହରେ ବହୁତ କମ ଲୋକ ଉପସ୍ଥିତ ଥିଲେ । ରାଜୁ ଆଗରୁ ଅନିତାଙ୍କୁ ବିବାହ କରିଥିଲେ କିନ୍ତୁ ୨୦୧୭ ମସିହାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଦିତୀୟ ବିବାହ ପାଇଁ ରାଜୁ ପ୍ରଥମେ ଏହି ବିବାହ ପାଇଁ ରାଜି ହୋଇ ନଥିଲେ କିନ୍ତୁ ତାଙ୍କର ପରିବାର ଲୋକ ଏବଂ ତାଙ୍କ ଝିଅ ହର୍ଷିତା ତାଙ୍କୁ ଏହି ବିବାହ ପାଇଁ ରାଜି କରାଇଥିଲେ । ହର୍ଷିତା ନିଜେ ବିବାହରେ ସବୁ କାମ ସମ୍ଭାଳି ଥିଲେ ।

ରାଜୁ କହିଛନ୍ତି କି ଯେମିତି ସାରା ଦୁନିଆ ଗୋଟିଏ ଜାଗାରେ ଅଟକି ଯାଇଛି ଏବଂ ଆମ ପାଇଁ କିଛି ହେଲେ ବି ଭଲ ହେଉ ନାହିଁ । ସେ ଏହା ମଧ୍ୟ କହିଛନ୍ତି କି ସେ ବ୍ୟକ୍ତିଗତ ଭାବେ ମଧ୍ୟ ଖୁସିରେ ନାହାଁନ୍ତି ଏବଂ ଏହା ସବୁ ବହୁତ ଶୀଘ୍ର ଠିକ ହୋଇଯିବ ବୋଲି ତାଙ୍କର ଆଶା ଅଛି । ସେ କହିଛନ୍ତି କି ଏବେ ଠିକ ସମୟ ଆସିଯାଇଛି ମୁଁ ମୋର ନିଜ ଜୀବନକୁ ପୁଣି ଥରେ ନୂଆ କରି ଆରମ୍ଭ କରିବି ।

ରାଜୁ ଜଣେ ଫିଲ୍ମ ଡିଷ୍ଟ୍ରିବ୍ୟୁଟର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଗତ କିଛି ବର୍ଷ ହେବ ସେ ତେଲଗୁ ଫିଲ୍ମକୁ କେତେକ ହିଟ ଫିଲ୍ମ ଦେଇଛନ୍ତି ଯେଉଁଥିରେ କି ଆର୍ଯ୍ୟା, ବୋମ୍ମାରିଲୁ, କୋଥା ବଙ୍ଗାରୁ ଲୋକମ, ଶତାମନମ ଭାବାଥୀ, ଡିଜେ ଏବଂ ଏଫ୨ ଫିଲ୍ମ ମଧ୍ୟ ସାମିଲ ଅଛି । ତାଙ୍କ ପାଖରେ ପବନ କଲ୍ୟାଣଙ୍କ ଫିଲ୍ମ ‘ୱକିଲ ସାହବ’ ଯାହା କି ହିନ୍ଦୀ ଫିଲ୍ମରେ ‘ପିଙ୍କ’ର ତେଲଗୁ ରିମିକ୍ସ ଅଟେ ।

ଏହି ଫିଲ୍ମ କୁ ସେ ବୋନୀ କପୁରଙ୍କ ସହିତ ମିଶି ତିଆରି କରୁଛନ୍ତି । ଖବର ମିଳିଛି କି ରାଜୁ ବହୁତ ଶୀଘ୍ର ବିଜୟ ଦେବରକୋଣ୍ଡା ଙ୍କ ସହିତ ଫିଲ୍ମ ତିଆରି କରିବେ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।