ନୂଆ ବର୍ଷରେ ଭୁଲରେ ବି କରନ୍ତୁ ନାହିଁ ଏହି ୩ଟି ବଡ ଭୁଲ, ଏହି ଭୁଲ ପାଇଁ ହୋଇପାରେ ବଡ ଧନ ହାନି

ନୂଆ ବର୍ଷ ଆରମ୍ଭ ହୋଇ ଯାଇଛି । ସମସ୍ତେ ଚାହାଁନ୍ତି ନୂଆ ବର୍ଷ ଆରମ୍ଭ ହେବା ସହିତ ତାଙ୍କର ସବୁ ଦୁଃଖ ସବୁ ସମସ୍ୟା ଠିକ ହୋଇଯାଉ । ତାଙ୍କ ପାଖରେ ଧନର ଅଭାବ ନ ହେଉ । ମଣିଷ ଚାହେଁ ବଢୁଥିବା ଦର ଦାମ ସହିତ ତା’ ପାଖରେ ଧନର ଅଭାବ ନ ହେଉ ଯାହା ଦ୍ଵାରା ସେ ଖୁସିରେ ଜୀବନ ଯାପନ କରିପାରିବ । କିନ୍ତୁ ମଣିଷ ତା ଜୀବନରେ କଷ୍ଟ କରି ମଧ୍ୟ ସଠିକ ଫଳ ପାଇ ପାରୁନାହିଁ । ତା’ ଜୀବନରେ କିଛି ଜିନିଷର ଅଭାବ ରହିଯାଉଛି ।

କିନ୍ତୁ ବହୁତ ଥର ଏହା ଆମ ଦ୍ଵାରା ହେଉଥିବା ଭୁଲ ପାଇଁ ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଭୁଲ ବିଷୟରେ ଯାହା ପାଇଁ ଆମେ ଆର୍ଥିକ ସଙ୍କଟରେ ପଡିଥାଉ । ଯଦି ଏହି ଭୁଲ ଗୁଡିକୁ ନୂଆ ବର୍ଷରେ ଦୂର କରିଦିଅନ୍ତି ତେବେ ଆପଣ ବହୁତ ସମସ୍ୟାରୁ ମୁକ୍ତ ହୋଇଯିବେ ।

ପୂଜାର ଦୀପକୁ ଲିଭାଇବେ ନାହିଁ

ସର୍ବ ପ୍ରଥମେ ନୂଆ ବର୍ଷର ପ୍ରଥମ ଦିନରେ ଆପଣ ଭଗବାନଙ୍କୁ ସକାଳ ଓ ସନ୍ଧ୍ୟା ସମୟରେ ପୂଜା କରନ୍ତୁ । ଏହା ଛଡା ଭଗବାନଙ୍କ ସମ୍ମୁଖରେ ଏକ ଦୀପ ଜଳାନ୍ତୁ । କିନ୍ତୁ ଏହି କଥାର ଧ୍ୟାନ ରଖିଥିବେ କି, କେବେବି ଦୀପକୁ ଫୁଙ୍କି ବା ପବନ ଦ୍ଵାରା ଲିଭାଇବେ ନାହିଁ । ଯେଉଁ ଘରେ ଦୀପକୁ ଫୁଙ୍କି କରି ଲିଭାଯାଇଥାଏ, ସେହି ଘରେ ଆର୍ଥିକ ସଙ୍କଟ ମାଡିଆସେ ।

ପିତୃ ପକ୍ଷରେ କରନ୍ତୁ ପିତୃ ପୁରୁଷଙ୍କ ଶ୍ରାଦ୍ଧ

ପିତୃ ପକ୍ଷରେ ପିତୃ ପୁରୁଷଙ୍କ ଶ୍ରାଦ୍ଧ କରିବା ହିନ୍ଦୁ ଧର୍ମର ଏକ ପରମ୍ପରା ଅଟେ । ଧାର୍ମିକ ଶାସ୍ତ୍ର ଅନୁସାରେ ଯେଉଁ ଘରେ ପିତୃ ପକ୍ଷରେ ପିତୃ ପୁରୁଷଙ୍କ ଶ୍ରାଦ୍ଧ ହୋଇନଥାଏ, ସେହି ଘରେ ମା ଲକ୍ଷ୍ମୀ କେବେବି ପାଦ ଦିଅନ୍ତି ନାହିଁ । ସେଥିପାଇଁ ଆପଣଙ୍କୁ ନୂଆ ବର୍ଷରେ ପିତୃ ପୁରୁଷଙ୍କ ଶ୍ରାଦ୍ଧ ଆଦି ବିଶେଷ କାର୍ଯ୍ୟର ଧ୍ୟାନ ରଖିବା ଦରକାର ।

ପ୍ରତିଦିନ କରନ୍ତୁ ପୂଜା ପାଠ

ଏହି କଥା ସବୁ ଲୋକ ଜାଣିଛନ୍ତି କି ଆର୍ଥିକ ସଙ୍କଟ ଓ ଘରର ସୁଖ ସମୃଦ୍ଧି ପାଇଁ କିଛି ଧାର୍ମିକ କାର୍ଯ୍ୟ କରିବାକୁ ପଡିଥାଏ । କିନ୍ତୁ ଯେଉଁ ଘରେ ଭଗବାନଙ୍କ ପାଇଁ କିଛି ସମୟ ଦିଆ ଯାଇନଥାଏ , ସେହି ଘରେ କୌଣସି ଦେବୀ ଦେବତା ନିବାସ କରନ୍ତି ନାହିଁ । ଯାହାଫଳରେ ଘରେ ସବୁବେଳେ ନକରାତ୍ମକ ପ୍ରଭାବ ପଡିଥାଏ । ସେଥିପାଇଁ ଆପଣ ନୂଆ ବର୍ଷରେ ପ୍ରତିଦିନ ଘରେ ଭଗବାନଙ୍କର ପୂଜା କରନ୍ତୁ ।