ପ୍ରଭାସ ଙ୍କ ବାହୁବଳୀ ହେଉ କିମ୍ବା ଆମିରଙ୍କ ଗଜନି – ସମସ୍ତଙ୍କ ପୋଷ୍ଟର ଚୋରୀ ଏହି ସବୁ ହଲିଉଡ ଫିଲ୍ମ ରୁ – ଦେଖନ୍ତୁ ପୁରା ଲିଷ୍ଟ

ବ୍ଲକବଷ୍ଟର ଫିଲ୍ମିର ପୋଷ୍ଟର କପି ହୋଇଛି ହଲିଉଡ ଫିଲ୍ମରୁ

ବିଗତ କିଛି ବର୍ଷ ହେବ ବଲୀଉଡ ନା ତ କେବଳ ହଲିଉଡ ଫିଲ୍ମର କାହାଣୀ ଚୋରୀ କରିଛନ୍ତି ବରଂ ସେମାନଙ୍କ ପୋସ୍ଟର ମଧ୍ୟ ଚୋରି କରୁଛନ୍ତି । ଏହା ପୂର୍ବରୁ ମଧ୍ୟ ବହୁତ ଥର ଦେଖା ଯାଇଛିକି ବଲୀଉଡ ଡିରେକ୍ଟର୍ଷ ମାନେ ଫିଲ୍ମ ଆଡକୁ ଦର୍ଶକଙ୍କର ଧ୍ୟାନ ଆକର୍ଷିତ କରିବା ପାଇଁ ଭଲ ପୋସ୍ଟର ବନେଇବା ପାଇଁ ହଲିଉଡ ଫିଲ୍ମର ପୋସ୍ଟରକୁ ଚୋରୀ କରିଥାନ୍ତି ।   ଆମେ ବହୁତ ଥର ଦେଖିଚେ ହଲିଉଡର ବେଶ ଭୁସା, ଖାଦ୍ୟ ବ ଭାଷାଠୁ ନେଇ ସଙ୍ଗୀତ ପର୍ଯ୍ୟନ୍ତ ବଲୀଉଡ ସବୁ କୋପୀ କରିଥାଏ, ତେବେ ଆଜି ଆସନ୍ତୁ ଜାଣିବା ବଲୀଉଡର ଏମତି କିଛି ଫିଲ୍ମ ବିଷୟରେ ଯେଉଁମାନଙ୍କର ପୋସ୍ଟର ହଲିଉଡ ଫିଲ୍ମରୁ କପି କରାଯାଇଛି ।

ପିକେ-

ରାଜକୁମାର ହିରାନୀ ପିକେର ପୋସ୍ଟର ରେ ଆମିରଙ୍କୁ କେବଳ ଏକ ରେଡିଓ ଦ୍ଵାରା ଲୁଚାଇ ଥିବାର ଦେଖି ସମସ୍ତଙ୍କୁ ଝଟକା ଲାଗିଥିଲା । ଏହି ପୋସ୍ଟର ଟି ଏକ ମ୍ୟୁଜିକ ଆଲବମର କଭର ଫୋଟୋରୁ ଚୋରୀ କରା ଯାଇଥିଲା ।

ଫଣ୍ଟୋମ-

ନିର୍ଦେଶକ କବୀର ଖାନ ଙ୍କର ଫିଲ୍ମ ଫେଣ୍ଟୋମର ପ୍ରଥମ ପୋସ୍ଟର 2015 ରେ ରିଲିଜ ହୋଇ ଥିଲା । ଯାହା ଏକ ଲୋକପ୍ରିୟ ଭିଡିଓ ଗେମ “ହୋମଫ୍ରନ୍ଟ”ର ପୋସ୍ଟରର କପି ଥିଲା ।

ବାହୁବଳି: ଦି ବିଗିନିଗ-

“ବାହୁବଳି: ଦି ବିଗିନିଗ”ର ପୋସ୍ଟର ବାହାରିବା ପରେ ଏହି ଫିଲ୍ମର ଡିରେକ୍ଟରଙ୍କୁ ସାହିତିକ ଚୋରୀର ଆରୋପର ସମ୍ମୁଖୀନ ହେବାକୁ ପଡିଥିଲା । କାହିଁକି ନା ଏହି ପୋସ୍ଟର ହଲିଉଡ ଫିଲ୍ମ ସାଇମନ ବିର୍ଚର କପି ଥିଲା ।

ଅଞ୍ଜାନା ଅଞ୍ଜାନି

ପ୍ରିୟାଙ୍କା ଓ ରଣବିରଙ୍କ ଏହି ଫିଲ୍ମର ପୋସ୍ଟର ଚୋରୀ ହୋଇଥିବା କଥାକୁ ନେଇ କଫି ଆଲୋଚନାର ବିଷୟ ହୋଇଥିଲା । ଫିଲ୍ମର ପୋସ୍ଟର ଏକ ଇଂରାଜୀ ଫିଲ୍ମ ଏ ଏଜୁକେଶନରୁ କପି କରା ଯାଇଛି ।

ମର୍ଡର-3

ଏହା ହଲିଉଡର ଜେନ୍ନିଫର ବଡିରୁ କପି କରି ଥିଲା ।

ଏତରାଜ-

ଏହି ଫିଲ୍ମର ପୋସ୍ଟର ଏକ ଆମେରିକିୟ ଫିଲ୍ମ, ଦି ଗ୍ର୍ଯାଜୁୟେଟର ପୋସ୍ଟରରୁ ଚୋରୀ କରା ଯାଇଛି ।

ମୌସମ-

ସହିଦ କପୁର ଓ ସୋନମ କପୁରଙ୍କର ଫିଲ୍ମ “ମୌସମ”ର ପୋସ୍ଟରକୁ ହଲିଉଡର ସବୁଠୁ ବଡ ମୁଭି ଟାଇଟେନିକର ପୋଷ୍ଟେରରୁ କପି କରିବାର ସବୁଠୁ କରପ ପ୍ରୟାସ କରା ଯାଇଛି ।

ଗଜନି-

ଆମିର ଖାନଙ୍କର “ଗଜନି” ଏକ ବହୁତ ବଡ ହିଟ ମୁଭି ଅଟେ । ଯେତେ ବେଳେ ଫିଲ୍ମର ପୋସ୍ଟର ବାହାରିଥିଲା ସେତେ ବେଳେ ଏହା ହଲିଉଡର ପ୍ରସିଦ୍ଧ ଫିଲ୍ମ ହଲ୍କର ପୋସ୍ଟରରୁ କପି ହୋଇଥିବାର ବହୁତ ଚର୍ଚ୍ଚା ହୋଇ ଥିଲା ।

ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ