ଆପଣ ବି କହିବେ ପ୍ରେମ ହେଉଛି ଅନ୍ଧ, ଥରେ ଦେଖି ନିଅନ୍ତୁ ବଲିଉଡର ଏହି ଯୋଡି ଗୁଡିଙ୍କୁ

ଆପଣ ବି କହିବେ ପ୍ରେମ ହେଉଛି ଅନ୍ଧ

ଆପଣ ତ ଶୁଣିଥିବେ ” ପ୍ୟାର ଅନ୍ଧା ହୋତା ହୈ” କିନ୍ତୁ କଣ ଏହି କଥା ଆମେ ଜୀବନରେ କେବେ ସତ ହୋଇପାରେ, ଏବଂ ଏହି ପ୍ରକାରର ପ୍ରଶ୍ନ ସମସ୍ତଙ୍କ ମନରେ ଆସିଥାଏ । ଏହି ପ୍ରଶ୍ନର ଉତ୍ତରରେ ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ଏହି କଥା ପୁରା ସତ୍ୟ ଅଟେ । କାହିଁକି ନା ଆଜି ଆମେ ଆପଣଙ୍କୁ ବଲୀଉଡ ର ଏଭଳି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କ ବିଷୟରେ ଜାଣିବା ପରେ ଆପଣଙ୍କୁ ଏହି ତଥ୍ୟ ଉପରେ ବିଶ୍ବାସ କରିବାକୁ ହିଁ ପଡିବ ।

ଯେ ପ୍ରେମ ସତରେ ଅନ୍ଧ ଅଟେ । ତେବେ ଆସନ୍ତୁ ଜାଣିବା ସେହି ସବୁ କଳାକାର ମାନେ କିଏ ।

କିମ ଶର୍ମା ଏବଂ ଅଲୀ ପଂଜାବୀ-

କିମ ଶର୍ମା, ଯିଏ ବଲୀଉଡ ରେ ନିଜର ଆଧିପତ୍ୟ ବିସ୍ତାର କରିବାରେ ଅସଫଳ ରହିଥିଲେ, କିନ୍ତୁ ସେ ବହୁତ ଗୁଡିଏ ଫିଲ୍ମରେ ଅଭିନୟ କରିଛନ୍ତି । ସେହି ଫିଲ୍ମ ମଧ୍ୟରୁ “मोहब्बतें” ବହୁତ ହିଟ ହୋଇଥିଲା । ଆପଣଙ୍କୁ କହି ରଖୁଛୁ ଯେ ଏହି ଫିଲ୍ମ ରେ ଶାହରୁଖ ଓ ଐଶ୍ୱର୍ଯ୍ୟା ଅଭିନୟ କରିଥିଲେ । ଏବଂ ସେହି ଫିଲ୍ମରୁ କିମ ଶର୍ମା ଲୋକ ଲୋଚନକୁ ଆସିଥିଲେ । ଏହା ପରେ ସେ ଫିଲ୍ମ ଜଗତଠୁ ଦୂରେଇ ଯାଇଥିଲେ ଓ ଅଲୀ ପଂଜାବୀଙ୍କ ସହ ବିବାହ କରିଥିଲେ । ସେ କିମ ଙ୍କ ଠାରୁ ବହୁତ ବଡ ଅଟନ୍ତି, ଯାହାକୁ ଦେଖି ସତରେ ଲାଗେ ପ୍ରେମ ହେଉଛି ଅନ୍ଧ ।

ଫରାହ ଖାନ ଏବଂ ଶିରୀଷ କୁଂଦର-

ଫରାହା ଖାନ ବଲୀଉଡ ର ଏକ ଜଣାଶୁଣା କୋରିୟୋଗ୍ରାଫର ଏବଂ ଡାଇରେକ୍ଟର । ସେ ଆଜି ପର୍ଯ୍ୟନ୍ତ ୮୦ରୁ ଅଧିକ ଫିଲ୍ମ ରେ କୋରିୟୋଗ୍ରାଫି କରିଛନ୍ତି । ସେ ବହୁତ ସୁପରହିଟ ଫିଲ୍ମ ର ନିର୍ଦେଶନା ମଧ୍ୟ ଦେଇଛନ୍ତି । ସେ ଶିରୀଷ କୁନ୍ଦରଙ୍କୁ ବିବାହ କରିଛନ୍ତି । ସେ ୧୧ ଫ୍ରେବୃୟାରି ୨୦୦୮ ରେ ଏକା ସହ ୩ଟି ଛୁଆଙ୍କୁ ଜନ୍ମ ଦେଇଥିଲେ । ସେମାନଙ୍କ ମଧ୍ୟରେ ଗୋଟେ ପୁଅ ଓ ଦୁଇଟି ଝିଅ । ତାଙ୍କ ସ୍ଵାମୀ ତାଙ୍କ ଠାରୁ ୧୦ ବର୍ଷ ଛୋଟ ଅଟନ୍ତି, ଏମାଙ୍କ ଯୋଡି ଦେଖିଲେ ଆପଣ ମଧ୍ୟ କହିବେ ଭଲପାଇବା ସତରେ ଅନ୍ଧ ।

ଇମରାନ ଖାନ ଓ ଅୱଂତିକା ମଲିକ-

ଇମରାନ ଖାନଙ୍କର ଜନ୍ମ ୧୩ ଜାନୁୟାରୀ ୧୯୮୩ ରେ ହୋଇଛି । ସେ ବଲୀଉଡ ଅଭିନେତା ଆମିର ଖାନ ଙ୍କ ଭଣଜା । କିନ୍ତୁ ମାମୁଁ ଙ୍କ ଭଳି ଭଣଜା ଏତେ ପ୍ରସିଦ୍ଧ ହୋପାରିଲେ ନାହିଁ । ସେ କିଛି ହିଟ ଫିଲ୍ମ ମଧ୍ୟ ଦେଇଛନ୍ତି । ସେ ନିଜର ଅଭିନୟ ଆରମ୍ଭ କରିବା ପୂର୍ବରୁ ବିବାହ କରି ସାରିଥିଲେ । ଏମାନଙ୍କ ଯୋଡି ଦେଖିବାକୁ ଏତେ ସୁନାର ନୁହେଁ । କାହିଁକି ନା ଇମରାନ ଦେଖିବାକୁ ବହୁତ ହ୍ଯାନ୍ଡସମ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଏତେ ସୁନ୍ଦର ନୁହନ୍ତି । ଏଭଳି ଯୋଡି ଦେଖିଲେ ଆପଣ ବି କହିବେ ପ୍ରେମ ସତରେ ଅନ୍ଧ ।

ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ