ଅଧରାତିରେ ବସ୍ ରୁ ଓହ୍ଲାଇଲେ ମହିଳା, ଡ୍ରାଇଭର-କଂଡକ୍ଟର ପଚାରିଲେ କିଏ ନେବାକୁ ଆସିବେ? ସେ କହିଲେ ନାଁ, ଆଉ ତା ପରେ…..

ଅଧରାତିରେ ବସ୍ ରୁ ଓହ୍ଲାଇଲେ ମହିଳା, ଆଉ ତା ପରେ…..

ଏମିତି ତ ନାରୀ ଜାତି କେବେବି ସୁରକ୍ଷିତ ନାହାନ୍ତି। ଆଜିକାଲି ହେଉଥିବା ସମସ୍ତ ଘଟଣା ଗୁଡିକ ବହୁତ ହୃଦୟ ବିଦାରକ ଅଟେ। ଝିଅ ୫ବର୍ଷର ହେଉ କି ୩୫ ବର୍ଷର ଖରାପ ନଜର ର ଲୋକ ସେମାନଙ୍କ ପାଇଁ ଏ ସବୁ ଫରକ ପଡେ ନାହିଁ। ୧୦୦ ରୁ କେବଳ ୨୫ ଲୋକ ବୋଧେ ମହିଳା ମାନଙ୍କର ଇଜତ କରନ୍ତି ଓ ସେମାନଙ୍କର ଯତ୍ନ ନିଅନ୍ତି। ନଚେତ ମହିଳା ମାନେ ତ ନିଜ ଘରେ ମଧ୍ୟ ସୁରକ୍ଷିତ ନୁହନ୍ତି। ଆଜି ସାରା ଦେଶରେ #MeToo ର ଅଭିଯାନ ଚାଲୁଅଛି ଓ ସାଧାରଣ ଝିଅ ମାନଙ୍କ ସହ ଫିଲ୍ମ ଜଗତର କଳାକାର ମାନେ ମଧ୍ୟ ନିଜ ସହ ହୋଇଥିବା ଖରାପ ବ୍ୟବହାର ବିଷୟରେ ଏଥିରେ କହୁଛନ୍ତି। କିନ୍ତୁ ଏହି ସମୟରେ ମୁମ୍ବାଇ ର ଗୋଟେ ବସ ର ଡ୍ରାଇଭର ଓ କଂଡକ୍ଟର କିଛି ଏଭଳି କାମ କରିଛନ୍ତି ଯାହାର ପ୍ରଶଂସା ସମସ୍ତେ କରୁଛନ୍ତି। ସେମାନଙ୍କ ବିଷୟରେ ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ ସୈଲ୍ଯୂଟ କରିବେ।

ଆସନ୍ତୁ ଜାଣିବା ଅଧ ରାତିରେ ଝିଅକୁ ଏକା ଦେଖି ସେମାନେ କଣ କରିଥିଲେ-

ଅଧ ରାତିରେ ବସ ରୁ ଓହ୍ଲାଇଲା ଝିଅ-

ମୁମ୍ବାଇରେ ଝିଅ ମାନେ ନୀଡର ହୋଇ ବୁଲନ୍ତି, ଛୋଟ ଡ୍ରେସରେ ବୁଲିଥାନ୍ତି, ମସ୍ତି କରିଥାନ୍ତି, କିନ୍ତୁ ସବୁ ଝିଅର ଇଜ୍ଜତ ଏକ ସମାନ ଅଟେ। ଏହି କଥା କିଛି ଲୋକ ବୁଝନ୍ତି ଓ କିଛି ଲୋକ ବୁଝନ୍ତି ନାହିଁ। ସେଥିପାଇଁ ତ କିଛି ଦିନ ତଳେ ମୁମ୍ବାଇରେ ଗୋଟେ ଝିଅକୁ ଏହା ଅନୁଭବ ହେଲା କି ମୁମ୍ବାଇ ଝିଅ ମାନଙ୍କ ପାଇଁ କ ସୁରକ୍ଷିତ ସହର। ଏହା ଏଥିପାଇଁ ହେଲା , କାହିଁକି ନା ମୁମ୍ବାଇରେ କାମ କରୁଥିବା ଏକ ଝିଅ ୧.୩୦ ରାତିରେ ବେସ୍ଟ ବସ ରେ ଗୋରେଗାଂୱ ର ରୟଲ ପାମ ବସ ସ୍ଟପ ରେ ଓହ୍ଲାଇଲେ। ଏବଂ ସେହି ଜାଗା ବହୁତ ନିର୍ଜନ ଥିଲା।

ଝିଅଟି ପୁରା ଏକ ଥିଲା ଓ ଟିକେ ଟିକେ ଡରୁଥିଲା ମଧ୍ୟ। ଏହା ପରେ ଡ୍ରାଇଭର ଓ କଂଡକ୍ଟର ତାକୁ ପଚାରିଥିଲେ ଯେ ତ ସହ କେହି ଅଛନ୍ତି ନା ତାକୁ କିଏ ନବକୁ ଆସିବାର ଅଛି। ସେ କହିଥିଲା କି ନା ମତେ ଏକା ହିଁ ଘରକୁ ଯିବାର ଅଛି। ସେହି ପରିସ୍ଥିତିକୁ ବୁଝି ଡ୍ରାଇଭର ଓ କଂଡକ୍ଟର ସେତେବେଳ ପର୍ଯ୍ୟନ୍ତ ସେଠାରେ ଅପେକ୍ଷା କରିଲେ ଯେ ପର୍ଯ୍ୟନ୍ତ ତାକୁ ଅଟୋ ମିଳି ନଥିଲା। ଅଟୋ ମିଳିବା ପରେ ସେମାନେ ତାକୁ ଅଟୋ ରେ ବସାଇ ନିଜର ଅନ୍ୟ ବସ ସ୍ଟପ କୁ ଯାଇଥିଲେ। ତାଙ୍କର ଏହି କାମ ବହୁତ ପ୍ରଶଂସନୀୟ ଥିଲା।

ସୋଶଲ ମିଡିଆରେ ହୋଇଥିଲା ପ୍ରଶଂସା-

ଏମିତି ଦେଖିବାକୁ ଗଲେ ସେମାନେ ସେହି ଝିଅକୁ ସେଠାରେ ଛାଡି ଯାଇପାରି ଥାନ୍ତେ, ସେମାନଙ୍କ କାମରେ ଏହା ଅନ୍ତର୍ଭୁକ୍ତ ନୁହେଁ। କିନ୍ତୁ ମଣିଷ ପଣିଆ ଦେଖାଇ ସେମାନେ ତାକୁ ଏକା ଛାଡି ଯାଇ ନଥିଲେ। ଏହି ଘଟଣା ପରେ ସେହି ଝିଅ ଟ୍ବିଟର ମାଧ୍ୟମରେ ବେଷ୍ଟ ବସ ୩୯୮ର ଡ୍ରାଇଭର ଓ କଂଡକ୍ଟର ଙ୍କର ବହୁତ ପ୍ରଶଂସା କରିଥିଲେ।