ତାରକ ମେହେତା କା ଉଲ୍ଟା ଚଷମା ସିରିଏଲ କଳାକାର ମାନଙ୍କର ରିଅଲ ଲାଇଫ ପାର୍ଟନର

ଆପଣ ମାନେ ‘ତାରକ ମେହେତା କା ଉଲ୍ଟା ଚଷମା’ ନିଶ୍ଚୟ ଦେଖୁଥିବେ । ଯାହା କମେଡିରେ ଭରପୂର ସିରିଏଲ ଅଛି । ଏହି ସିରିଏଲର‌ କାହାଣୀ ସୋସାଇଟି ଲୋକଙ୍କ ଉପରେ ଆଧାରିତ ଅଛି ଯେଉଁ ମାନେ ମିଳିମିଶି ରହୁଥିବେ ଏବଂ ସବୁ ସମସ୍ୟାର ସମାଧାନ କରୁଥିବେ । ଜଦି ଖରାପ ପରିସ୍ଥିତିରେ ଫସି ଯାଆନ୍ତି ତେବେ ଜଣେ ଆଉ ଜଣଙ୍କୁ ସାହାଯ୍ୟ କରନ୍ତି ।

ଏହି କାହାଣୀକୁ ଦର୍ଶକ ଏତେ ଭଲ ପାଆନ୍ତି ଯେ ଏହାର ଗୋଟିଏ ଏପିସୋଡ୍ କୁ ଛାଡ଼ିବାକୁ ପସନ୍ଦ କରନ୍ତି ନାହିଁ । ଯାହାଦ୍ବାରା ଏହି ସିରିଏଲ ଟିଭି ରେ ଲମ୍ବା ସମୟ ଧରି ଚାଲୁଛି । ଆଜି ଆମେ ଆପଣଙ୍କୁ ସେହି ସିରିଏଲ ବିଷୟରେ ନୁହେଁ, ସିରିଏଲରେ କାମ କରୁଥିବା କିଛି ବଛା ବଛା କଳାକାର ମାନଙ୍କ ବିଷୟରେ କହିବୁ ଏବଂ ତାଙ୍କ ବାସ୍ତବ ଜୀବନର ସ୍ତ୍ରୀଙ୍କ ବିଷୟରେ ।

୫- ଶ୍ୟାମ ପାଠକ : ଏହି ସିରିଏଲରେ ପୋପଟ୍ ଲାଲ୍ ର ଭୂମିକା ଅଭିନେତା ଶ୍ୟାମ୍ ପାଠକ୍ ଲିଭାଉ ଛନ୍ତି । ଯିଏ ଏହି ସିରିଏଲରେ ଗୋଟିଏ ପତ୍ରକାର ଭୂମିକାରେ ନଜର ଆସୁଛନ୍ତି । ଏହି ସିରିଏଲରେ ନିଜ ଚରିତ୍ରକୁ ବହୁତ ଭଲ ଭାବରେ ଲିଭାନ୍ତି ଏବଂ ଦର୍ଶକଙ୍କ ଠାରୁ ବହୁତ ପ୍ରଶଂସା ମଧ୍ୟ ପାଆନ୍ତି ।

ଜଦି କଥାହେବା ତାଙ୍କ ସ୍ତ୍ରୀଙ୍କ ବିଷୟରେ ତାହେଲେ ତାଙ୍କ ସ୍ତ୍ରୀଙ୍କ ନାଁ ରେଶ୍ମୀ ଅଟେ । ୨୦୦୩ ମସିହାରେ ଦୁହେଁ ବିବାହ କରିଥିଲେ । ଏହି ବିବାହ ପରେ ଆଜି ତାଙ୍କର ୨ ସନ୍ତାନ ଅଛନ୍ତି । ଯାହାଙ୍କ ନାମ ନିୟତୀ ପାଠକର ଏବଂ ପାର୍ଥ ପାଠକର ଅଟେ । ତାଙ୍କ ସ୍ତ୍ରୀ ଗୃହିଣୀ ଅଟନ୍ତି ଏବଂ ଲାଇମଲାଇଟରୁ ଦୂରରେ ରୁହନ୍ତି ।

୪- ନେହା ମେହେତା : ଏହି ସିରିଏଲରେ ଅଞ୍ଜଳି ମେହେତାଙ୍କ ଚରିତ୍ର ଅଭିନେତ୍ରୀ ନେହା ମେହେତା ଲିଭାଉ ଛନ୍ତି । ଯିଏ ଏହି ସିରିଏଲରେ ତାରକ୍ ମେହେତାଙ୍କ ସ୍ତ୍ରୀ ଅଟନ୍ତି ଏବଂ ଏହି ସିରିଏଲରେ ବହୁତ ବୁଦ୍ଧିମାନ ଅଟନ୍ତି । ଏହି ସିରିଏଲରେ ଦର୍ଶକଙ୍କ ମନ ଜିତିଥିଲେ କିନ୍ତୁ କଥା ହେବା ଯଦି ତାଙ୍କ ସ୍ବାମୀଙ୍କର ତାହେଲେ କହିଦବୁ ସେ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି । ସେ ନିଜକୁ ସବୁବେଳେ ଗୁରୁତ୍ତ୍ଵ ଦିଅନ୍ତି । କାହିଁକି ନା ସେ ଚାହୁଁଛନ୍ତି ନିଜ ପ୍ରଫେସନାଲ ଜୀବନରେ ସଫଳ ଭାବେ ନିଜକୁ ଗଢିବା ପାଇଁ‌, ତାପରେ ସେ ଭାବିବେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ।

୩- ଜେନିଫର୍ ମିଷ୍ଟ୍ରି ବନ୍ସିଵାଲ୍ : ଏହି ସିରିଏଲରେ ସହାୟକ ଅଭିନେତ୍ରୀ ଭାବରେ ଜେନିଫର୍ ମିଷ୍ଟ୍ରି ବନ୍ସିଵାଲ୍ ମିସେସ୍ ରାସନ୍ ଷୋଡୀକାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ସେ ତାଙ୍କ ଚରିତ୍ରକୁ ବହୁତ ଭଲ ଭାବରେ ନିଭାନ୍ତି ଏବଂ ଦର୍ଶକଙ୍କ ପ୍ରିୟ କଳାକାର ମଧ୍ୟ ବନିଗଲେ । ଯଦି ଆମେ ତାଙ୍କ ସ୍ବାମୀଙ୍କ ବିଷୟରେ କଥା ହେବା ତେବେ ତାଙ୍କ ନାଁ ମୟୂର୍ ବନ୍ସିଵାଲ୍ ଯାହାକୁ ବହୁତ ବର୍ଷ ପୂର୍ବେ ବିବାହ କରିଥିଲେ । ଆପଣଙ୍କୁ କହିଦବୁ ତାଙ୍କ ସ୍ବାମୀ ପ୍ରଫେସନାଲରୁ ଜଣେ ଅଭିନେତା । ସେ ଏମ୍ ଏସ୍ ଧୋନି ଫିଲ୍ମରେ ଅଭିନୟ କରିଥିଲେ ।

୨- ଦିଶା ୱଗାନୀ : ଏହି ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଦିଶା ୱଗାନୀ ଦୟା ଭୂମିକାରେ ଅଭିନୟ କରୁଛନ୍ତି । ଜିଏ ଏହି ସିରିଏଲରେ ଜେଠାଲାଲଙ୍କ ସ୍ତ୍ରୀ ଭୂମିକାରେ ନଜର ଆସନ୍ତି । ଏହି ସିରିଏଲରେ ନିଜର ସୁନ୍ଦର ସ୍ବରରେ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ କରନ୍ତି । ଯାହାଫଳରେ ଆଜି ସେ ବହୁତ ଲୋକପ୍ରିୟ ହୋଇଛନ୍ତି । ଯଦି ଆମେ କଥା ହେବା ତାଙ୍କ ସ୍ବାମୀଙ୍କ ବିଷୟରେ ତାଙ୍କ ସ୍ବାମୀ ମୟୂର୍ ପାଡ଼ିଆ ଅଟେ, ଯାହାଙ୍କୁ ସେ ୨୦୧୫ ରେ ବିବାହ କରିଥିଲେ । ଆଜି ତାଙ୍କର ଝିଅ ଟିଏ ମଧ୍ୟ ଅଛି ଯାହାର ନାଁ ସ୍ତୁତି ପାଡିଆ । ଆପଣଙ୍କୁ ଜଣାଇଦବୁ ତାଙ୍କ ସ୍ବାମୀ ପ୍ରଫେସନାଲରୁ ଜଣେ ବ୍ୟବସାୟୀ ଅଟନ୍ତି ।

୧- ତନୁଜ୍ ମହାଶବ୍ଦୀ : ଏହି ସିରିଏଲରେ ସହାୟକ ଅଭିନେତା ଭୂମିକାରେ ତନୁଜ୍ ମହାଶବ୍ଦୀ କ୍ରୀଷ୍ଣା ଆୟର୍ ଚରିତ୍ରରେ ନଜର ଆସନ୍ତି, ଯିଏକି ବବିତା ଆୟରଙ୍କ ସ୍ବାମୀ । ଏହି ସିରିଏଲରେ ତାଙ୍କ ଚରିତ୍ର ବହୁତ କମେଡିବାଲା ହୋଇ ଥିବାରୁ ସେ ଏହାକୁ ବହୁତ ଭଲ ଭାବରେ ଲିଭାନ୍ତି ‌ । ଯଦି ଆମେ ତାଙ୍କ ସ୍ତ୍ରୀଙ୍କ ବିଷୟରେ କଥା ହେବା ତାହେଲେ କହିବୁ ସେ ବିବାହ କରିନାହାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।