‘Alia ଙ୍କ କାରଣରୁ କୁନି ଝିଅଟି ହେଇଗଲା ସେକ୍ସ ୱାର୍କର’ ଗଙ୍ଗୁବାଇ କୁ ନେଇ ଗର୍ଜିଲେ Kangana Ranaut

ନିଜର ବୟାନକୁ ନେଇ ବଲୀଉଡ ଇଣ୍ଡଷ୍ଟ୍ରିରେ ସବୁବେଳେ ହଙ୍ଗାମା କରୁଥିବା ଅଭିନେତ୍ରୀ କଙ୍ଗନା ରୌନତ ପ୍ରାୟତଃ ଚର୍ଚାରେ ରହିଥାନ୍ତି । କିଛି ଦିନ ତଳେ ହିଁ କଙ୍ଗନା ରୌନତ ଦୀପିକା ପାଦୁକୋଣ ଓ ସିଦ୍ଧାନ୍ତ ଚତୁର୍ବେଦିଙ୍କ ଫିଲ୍ମ ‘ଗହରିଆଂ’କୁ ନେଇ କିଛି ଏମିତି କହି ଦେଇଥିଲେ କି ଯେଉଁ କାରଣରୁ ତାଙ୍କୁ ନେଇ ବହୁତ ଚର୍ଚା ହେଉ ଥିଲା । ସେ ଦୀପିକା ପାଦୁକୋଣ ଓ ସିଦ୍ଧାନ୍ତ ଚତୁର୍ବେଦିଙ୍କ ଇଣ୍ଟିମେଣ୍ଟ ସିନକୁ ନେଇ ବହୁତ ଅଜବ ପ୍ରକାରର ମନ୍ତବ୍ୟ ଦେଇଥିଲେ ।

ଏହା ପରେ କଙ୍ଗନ ରୌନତ ବଲୀଉଡର ପ୍ରସିଦ୍ଧ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆସନ୍ତା ଫିଲ୍ମ ‘ଗଙ୍ଗୁବାଇ କାଠିୟାବାଡ଼ୀ’କୁ ନେଇ ବହୁତ କିଛି କହିଛନ୍ତି । କହିବାକୁ ଗଲେ ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ସୋସିଆଲ ମିଡିଆରେ ଏହି ଫିଲ୍ମକୁ ନେଇ ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟ ମିଳୁଛି । କେତେକ ଲୋକମାନେ ଏହି ଫିଲ୍ମର ପ୍ରଶଂସା କରୁଛନ୍ତି ତ ଅନ୍ୟ କେତେକ ଲୋକମାନେ ଏହାକୁ ଖରାପ ବୋଲି କହୁଛନ୍ତି ।

କିନ୍ତୁ ଏହା ମଧ୍ୟରେ ଆଲିଆ ଭଟ୍ଟଙ୍କ ଡାନ୍ସ ଓ ଡାଇଲାଗକୁ ନେଇ ସମସ୍ତ ଭିଡିଓ କରୁଛନ୍ତି । ଗୋଟିଏ ଛୋଟ ଝିଅର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଜଲ୍ଦି ଜଲ୍ଦି ଭାଇରାଲ ହେଉଛି । ଯେଉଁଥିରେ ଛୋଟ ଝିଅଟି ଆଲିଆ ଭଟ୍ଟର ଡାଇଲାଗ କହୁଥିବାର ନଜର ଆସୁଛି । ଯାହାକୁ ନେଇ କଙ୍ଗନା ଆପତ୍ତି ମଧ୍ୟ କରିଛନ୍ତି । ଏହି ଭିଡିଓକୁ ପୋସ୍ଟ କରି କଙ୍ଗନା ନିଜର ପୋସ୍ଟରେ ଲେଖିଛନ୍ତି କି ସରକାର ଏହିଭଳି ସବୁ ମାତା ପିତାଙ୍କ ବିରୁଦ୍ଧରେ କଡା ଆକ୍ସନ ନେବା ଉଚିତ ।

 

View this post on Instagram

 

A post shared by Viral Bhayani (@viralbhayani)

ଯେଉଁମାନେ ଗୋଟିଏ ଏମିତି ଫିଲ୍ମର ପ୍ରମୋଶନରୁ ଟଙ୍କା ଆୟ କରିବା ପାଇଁ ଛୋଟ ପିଲାମାନଙ୍କ ଠାରୁ ଯୌନ ଉତ୍ପୀଡନ କରୁଛନ୍ତି । ଯାହା ଗୋଟିଏ ପ୍ରସିଦ୍ଧ ବେଶ୍ୟା ଓ ତାର ଦଲାଲର ବାୟୋପିକ ଅଟେ । ଯିଏ ନିଜର ଶକ୍ତି ବଢାଇବା ପାଇଁ ପୂର୍ବ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହୁରୁକୁ ଝିଅ ସପ୍ଲାଏ କରୁଥିଲେ । ମହିଳା ଏବଂ ବାଲ ବିକାଶ ମନ୍ତ୍ରୀ ସ୍ମୃତି ଇରାନି ଦୟାକରି ଏଥିରେ ଦଖଲ ଦିଅନ୍ତୁ । କଙ୍ଗନା ରୌନତ ଆଗକୁ କହୁଛନ୍ତି କଣ ଏହି ପିଲାକୁ ମୁହଁରେ ବିଡି ଧରି ଆଲିଆଙ୍କ ଡାଇଲାଗ କହି ସେକ୍ସ ୱାର୍କରର ନକଲ କରିବା ଉଚିତ ?

ଏହାର କହିବାର ଅନ୍ଦାଜ ଦେଖନ୍ତୁ । କଣ ଏହି ବୟସରେ ଏମାନଙ୍କୁ ଏହିଭଳି ଜିନିଷ ଦେଖାଇବା ଉଚିତ ? ଏହିଭଳି ଶହ ଶହ ପିଲାମାନେ ଅଛନ୍ତି ଯେଉଁମାନଙ୍କ ଏହିଭଳି ବ୍ୟବାହାର କରାଯାଉଛି । କହିଦେଉଛୁ କି ଆଲିଆ ଭଟ୍ଟଙ୍କ ଏହି ଫିଲ୍ମ ୨୫ ଫେବ୍ରୁଆରିରେ ସିନେମା ଘରେ ପଡିବ । ସଞ୍ଜୟ ଲିଲା ଭଂଶାଳୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରସିଦ୍ଧ ଅଭିନେତା ଅଜୟ ଦେବଗଣ ଓ ବିଜୟ ରାଜ ବି ମୁଖ୍ୟ କିରଦାରରେ ଅଛନ୍ତି । ଫିଲ୍ମରେ ପ୍ରସିଦ୍ଧ ଅଭିନେତା ଇମରାନ ହାସମୀ ଓ ହୁମା କୁରେଶୀ ଅଳ୍ପ ସମୟ ପାଇଁ ନଜର ଆସିବେ ।