ଓଡିଶାର ବାହାଦୁର ଫରେଷ୍ଟ ଗାର୍ଡ ! ମାଡି ଆସିଲା ଦନ୍ତା ହାତୀ, ତଥାପି ହଟିଲେ ନାହିଁ ପଛକୁ, ଆଉ ତା’ ପରେ….ଦେଖନ୍ତୁ ଏହି ଭାଇରାଲ Video

ହାତୀମାନେ ପ୍ରାୟତଃ ଖାଦ୍ୟ ସନ୍ଧାନରେ ଗାଁ ଓ ଚାଷ ଜମି ମଧ୍ୟକୁ ମାଡି ଆସନ୍ତି । ଗାଁ ଲୋକମାନେ ଫରେଷ୍ଟ ଗାର୍ଡଙ୍କୁ ଡାକି ସେମାନଙ୍କୁ ଜଙ୍ଗଲ ଆଡକୁ ଘଉଡାଇବା ପାଇଁ ଚେଷ୍ଟା କରନ୍ତି । ବର୍ତ୍ତମାନ ଏକ ବାହାଦୁର ଫରେଷ୍ଟ ଗାର୍ଡଙ୍କ ଭିଡିଓ ବହୁତ ଭାଇରାଲ ହେଉଛି । ଯେଉଁଥିରେ ସେ ଏକୁଟିଆ ଗୋଟିଏ ଦନ୍ତା ହାତୀର ସାମ୍ନା କରୁଛନ୍ତି । ଓଡିଶାର ବନବିଭାଗର ଏହି ବାହାଦୁର ଫରେଷ୍ଟ ଗାର୍ଡ ଜଣକ ହେଉଛନ୍ତି ଚିତ୍ତ ରଞ୍ଜନ ମିରି ।

ଗୋଟିଏ ଦନ୍ତା ହାତୀ ଅଚାନକ କିଛି ଲୋକମାନଙ୍କୁ ଆକ୍ରମଣ କରିବା ପାଇଁ ମାଡି ଆସୁଛି । କିନ୍ତୁ ଏହି ଫରେଷ୍ଟ ଗାର୍ଡ ଜଣକ ସାହାସ ଦେଖାଇ ହାତରେ ମଶାଲ ଡ୍ଯାରୀ ଏକୁଟିଆ ସେହି ହାତୀ ସାମ୍ନାକୁ ଚାଲି ଯାଉଛନ୍ତି । ସେ ମାଡି ଆସୁଥିବା ହାତୀକୁ ଅଟକାଇ ବି ଦେଲେ । ଏହା ବହୁତ ବିପଦପୂର୍ଣ ଥିଲା ତଥାପି ଏହି ଫରେଷ୍ଟ ଗାର୍ଡକୁ ମାନିବାକୁ ପଡିବ । ସେ ନିଜର ଜୀବନର ବାଜି ଲଗାଇ ହାତୀକୁ ନିଆଁ ଦେଖାଇ ଅଟକାଇ ଦେଲେ ।

ବର୍ତ୍ତମାନ ଏହି ଫରେଷ୍ଟ ଗାର୍ଡକୁ ନେଇ ଚାରିଆଡେ ଚର୍ଚା କରାଯାଉଛି । କହିଦେଉଛୁ କି ଏହି ଭିଡିଓଟି ରେଢାଖୋଲ ବନ ବିଭାଗ ଅଞ୍ଚଳର । ହାତୀ ଓ ମଣିଷ ମଧ୍ୟରେ ଚାଲିଥିବା ଦ୍ଵନ୍ଦକୁ ନେଇ ବନ ବିଭାଗର କର୍ମଚାରୀମାନେ ସବୁବେଳେ ନିନ୍ଦିତ ହେଉଥାନ୍ତି । କିନ୍ତୁ ଆଜିର ଏହି ଭିଡିଓରେ ନଜର ଆସୁଥିବା ବନ ବିଭାଗ କର୍ମଚାରୀଙ୍କୁ ଦେଖନ୍ତୁ ଯିଏକି ନିଜ ଜୀବନକୁ ବାଜି ଲଗାଇ ଗାଁ ଗହଳିରେ ଉଭୟ ହାତୀ ଓ ସାଧାରଣ ଲୋକମାନଙ୍କ ଧନଜୀବନ ସୁରକ୍ଷା ପାଇଁ କାମ କରୁଛନ୍ତି ।

କିଛି ଦିନ ତଳେ ଚଡଚଡି ଓ ଅଣ୍ଡାବିରା ଗାଁ ମଝିରେ ଏହି ଦନ୍ତା ହାତୀ ଚାଷ ଜମିକୁ ପଶି ଯାଇ ଫସଲ ଖାଇବା ସହ ନଷ୍ଟ କରିବା ଆରମ୍ଭ କରିଥିଲା । ଖବର ପାଇ ଚିତ୍ତ ରଞ୍ଜନ ତାଙ୍କର କିଛି କର୍ମଚାରୀଙ୍କୁ ନେଇ ଘଟଣା ସ୍ଥଳକୁ ପହଞ୍ଚି ଯାଇ ଥିଲେ । ପ୍ରଥମେ ଗାଁ ଲୋକମାନଙ୍କୁ ସେହି ସ୍ଥାନକୁ ଯିବା ପାଇଁ ସେ ମନା କରି ଥିଲେ ।

ସବୁ ଲୋକ ଯିବା ପରେ ଚିତ୍ତ ରଞ୍ଜନ ହାତୀକୁ ଘଉଡାଇବା କାମ ଆରମ୍ଭ କରିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ହାତୀକୁ ଘଉଡାଇବା ପାଇଁ ହାବେଳି କିମ୍ବା ରକେଟ ବାଣ ବ୍ୟବାହାର କରାଯିବ ନାହିଁ । ସେଥିପାଇଁ ଚିତ୍ତ ରଞ୍ଜନ ନିଜେ ଗୋଟିଏ ୧୦ – ୧୨ ଫୁଟ ଲମ୍ବର ମଶାଲ ଧରିଲେ ଓ ଆଉ ଜଣେ ବି ତାଙ୍କ ସହିତ ମଶାଲ ଧରିଲେ । ଶେଷରେ ସେ ସାହାସ ଦେଖାଇ ହାତୀକୁ ଅଟକାଇ ଦେଲେ ଓ ହାତୀ ବି ପଛକୁ ପଛକୁ ଯାଇ ଜଙ୍ଗଲ ଭିତରକୁ ଚାଲି ଗଲା ।