ବିବାହ ମଣ୍ଡପରେ ହିଁ ହେଇଗଲା କନିଆଁର ମୃତ୍ୟୁ , ଆଉ ପରେ ବାପା-ମା’ ଯାହା କଲେ ନା…ସମାଜ ପାଇଁ ବନିଗଲା ପ୍ରେରଣା ! ପୁରା ଦୁନିଆ କରୁଛି ପ୍ରଶଂସା

କର୍ନାଟକର ଏକ ବିବାହ ମଣ୍ଡପରେ ବିବାହ ଚାଲିଥିଲା । କିନ୍ତୁ ଏହି ସମୟରେ କିଛି ଏମିତି ହୋଇଗଲା କି ଯେଉଁ କାରଣରୁ ଖୁସିର ପରିବେଶ ମଧ୍ୟରେ ଦୁଃଖରେ ପରିଣତ ହୋଇଗଲା । ସେଠି ଉପସ୍ଥିତ ଥିବା ସମସ୍ତଙ୍କ ଚେହେରାରେ ଲୁହ ଚାଲି ଆସିଲା । ଏହି ପୁରା ମାମଲା କର୍ନାଟକର କୋଲାର ସହରର ଅଟେ । ଯେଉଁଠି ବିବାହ ସମୟରେ ୨୬ ବର୍ଷୀୟ କନ୍ୟାର ଅଚାନକ ମଣ୍ଡପ ଉପରେ ହିଁ ମୃତ୍ୟୁ ହୋଇଗଲା ଓ ଏହାକୁ ଦେଖି ବିବାହରେ ଆସିଥିବା ସବୁ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ ଓ କାହା ମୁହଁରୁ ଗୋଟିଏ ଶବ୍ଦ ବି ବାହାରିଲା ନାହିଁ ।

କିନ୍ତୁ ଏହି ଘଟଣା ପରେ କନ୍ୟାର ମାତା ପିତା ଝିଅର ଅଙ୍ଗକୁ ଦାନ କରିବାର ନିଷ୍ପତି ନେଇ ସମସ୍ତଙ୍କୁ ଏକ ଉଦାହରଣ ଦେଇଛନ୍ତି । ଏହି ଦୁଃଖଦ ଘଟଣା ପରେ କର୍ନାଟକର ସ୍ୱାସ୍ଥ୍ୟ ମନ୍ତ୍ରୀ କେକେ ସୁଧାକର ବି ଶୋକ ବ୍ୟକ୍ତ କରିଛନ୍ତି ଓ ତାଙ୍କୁ ମାତା ପିତାଙ୍କ ସ୍ଵାଗତ ମଧ୍ୟ କରିଛନ୍ତି ।

୨୬ ବର୍ଷର ଚୈତ୍ରାଙ୍କ ବିବାହ ଚାଲି ଥିଲା ଓ ଚୈତ୍ରା ରିସେପଶନ ପାର୍ଟିରେ କନ୍ୟା ରୂପରେ ସାଜି ସ୍ଟେଜକୁ  ଯାଉ ଥିଲା । କିନ୍ତୁ ଭାଗ୍ୟର ବିଡମ୍ବନା ଦେଖନ୍ତୁ କି କନ୍ୟା ବର ସହିତ ବସିଛି କି ଅଚାନକ ସ୍ଟେଜ ଉପରେ ହିଁ ଝିଅ ବେହୋସ ହୋଇ ପଡିଗଲା । ଏ ଚୈତ୍ରାର ପରିବାର ଲୋକମାନେ ସଙ୍ଗେ ସଙ୍ଗେ ଚୈତ୍ରାକୁ ହସ୍ପିଟାଲ ନେଇ ଗଲେ । ସେଠିକାର ଡାକ୍ତରମାନେ ତାକୁ ବାଙ୍ଗାଲୋର NIMHNS ହସ୍ପିଟାଲ ରେଫର କରି ଦେଲେ ।

ପରିଜନ ଯେତେବେଳେ ତାକୁ ସେଠି ନେଇ ଗଲେ ତେବେ ଡାକ୍ତର ତାଙ୍କୁ ବ୍ରେନ ଡେଥ ଘୋଷଣା କରି ଦେଲେ । ଅନ୍ୟ ପଟେ ଏହି ଦୁଃଖଦ ଘଟଣା ପରେ କର୍ନାଟକର ସ୍ୱାସ୍ଥ୍ୟ ମନ୍ତ୍ରୀ କେକେ ସୁଧାର ଟ୍ୱୀଟ କରି ଲେଖିଲେ କି ଚୈତ୍ରାଙ୍କ ପାଇଁ ବହୁତ ବଡ ଖୁସିର ଦିନ ଥିଲା କିନ୍ତୁ ତାଙ୍କ ଭାଗ୍ୟରେ ଏହା ଲେଖା ହୋଇ ନ ଥିଲା । ଚୈତ୍ରା ବିବାହ ସମୟରେ ବେହୋସ ହୋଇ ତଳେ ପଡି ଗଲେ ।

ଯାହା ପରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଦେଲେ । ଏହି ଘଟଣା ପରେ ଚୈତ୍ରାଙ୍କ ମାତା ପିତା ଯିଏକି ଭାଙ୍ଗି ପଡିଛନ୍ତି ତଥାପି ଏହିଭଳି ସମୟରେ ସେ ଏମିତି କିଛି ନିଷ୍ପତି ନେଇ ସମାଜକୁ ଏକ ବଡ ଉଦାହରଣ ଦେଇଛନ୍ତି । ଝିଅର ଅଙ୍ଗକୁ ଦାନ କରି ଦେଇଛନ୍ତି ସେମାନେ ।